ଆନନ୍ଦପୁର ୮।୧୧(ସୁଶାନ୍ତ କୁମାର ସାହୁ) କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡ଼ା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ରାସ୍ତାରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ବେଲବାହାଳି ଗାଁର ଦୀପାଞ୍ଜଳି ସାହୁ ଏବଂ ଅନ୍ୟଜଣେ ସିଆପଡା ଗାଁର ଅନ୍ନପୂର୍ଣ୍ଣା ପାତ୍ର।
ମିଳିଥିବା ସୂଚନା ମୁତାବକ, ୨ଜଣ ଛାତ୍ରୀ କ୍ଲାସ ସାରି ଘରକୁ ଫେରୁଥିଲେ। ସେତିକିବେଳେ କଲେଜଠାରୁ କିଛି ଦୂରରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ଛାତ୍ରୀ ଦ୍ୱୟ ଚେତାଶୂନ୍ୟ ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଦାର କରି ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ଲାଗିଛି। ଏପରିକି ବେଲବାହାଳିରେ ରାସ୍ତାରୋକ କରାଯାଇଛି। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
Dharitri – Odisha’s No.1 Odia Daily