ଯାଜପୁର ଟାଉନ,୫।୩ (ଡି.ଏନ୍.ଏ.): ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଯାଜପୁର ଜିଲାର ୨ ମହିଳା ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟର ପ୍ରଥମ ଭାବେ ଯାଜପୁର ଜିଲା ଦଶରଥପୁର ବ୍ଲକ୍ ଅଧୀନ ଅକରପଡ଼ା ପଞ୍ଚାୟତର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କର୍ମୀ ସଲିଳା ଜେନା ଘରୋଇ ପାଇଖାନା ଟାଙ୍କି ସଫେଇ ପରିଚାଳନାରେ ଉଲ୍ଲେଖନୀୟ ସେବା ପାଇଁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସ୍ବଚ୍ଛ ସୁଜଳଶକ୍ତି ସମ୍ମାନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ସମ୍ମାନିତ ହୋଇଛନ୍ତି। ସଲିଳା ଘରର ଗୁଜରାଣ ମେଣ୍ଟାଇବା ପାଇଁ ଚାରିକାନ୍ଥ ମଧ୍ୟରେ ସୀମିତ ନ ରହି ପଦାକୁ ଗୋଡ଼ କାଢ଼ି ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ପ୍ରେରଣାରେ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ। ସେହିପରି ଯାଜପୁର ସଦର ବ୍ଲକ୍ ଅଧୀନ ସୁଜନପୁର ସରପଞ୍ଚ ବିଷ୍ଣୁପ୍ରିୟା ମହାକୁଡ଼ ସମାଜସେବାକୁ ବ୍ରତ ଭାବେ ଗ୍ରହଣକରି ନିଜ ପଞ୍ଚାୟତକୁ ବାହ୍ୟ ମଳମୂତ୍ର ଗ୍ରାମ ଭାବେ ଗଢ଼ିତୋଳିଛନ୍ତି। ଏଥିସହିତ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ତାଙ୍କର ଉଲ୍ଲେଖନୀୟ ସେବା ଓ ଅବଦାନ ରହିଛି। ତେଣୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ୍ ସ୍ବଚ୍ଛ ଜଳଶକ୍ତି ସମ୍ମାନରେ ସମ୍ମାନିତ କରିଛନ୍ତି। ମହାକୁଡ଼ ନିଜ ପଞ୍ଚାୟତକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କଠିନ ବର୍ଜ୍ୟବସ୍ତୁଗୁଡ଼ିକୁ ଡଷ୍ଟବିନ୍ରୁ ସଂଗ୍ରହ କରି ସେଗୁଡ଼ିକୁ ଠିକ୍ ଢଙ୍ଗରେ ପରିଚାଳନା କରିବା, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବୈଠକ ଡକାଇ ସଚେତନ କରିବା ଆଦି ବିଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି। ଏପରି କି ଜିଲାପାଳ ରାଠୋରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଯାଜପୁର ଜିଲା ସମଗ୍ର ଦେଶରେ ଗୌରବ ଆଣିବାରେ ସହାୟକ ହୋଇପାରିଛି। ସ୍ବଚ୍ଛ ସୁଜଳଶକ୍ତି ସମ୍ମାନ ପ୍ରଦାନ ଉତ୍ସବରେ ଯାଜପୁର ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ବରୀ ବିଡିଓ ନମିତା ବାରିକ, ସୁକିନ୍ଦା ବିଡିଓ ନମ୍ରଦା ମୋଦି ଓ ଜିଲା ପରିମଳ ବିଶାରଦ ମାନସ ରଞ୍ଜନ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।
Posted inHome Left, ଆମ ଜିଲା ଖବର, ଯାଜପୁର View All
ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…
ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…
ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…
ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…
ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…
ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…
ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ
ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…
ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା
ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…
ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’
ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…
ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…
ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…
Archives

