ବିଦ୍ୟୁତ୍‌ ଭିତ୍ତିଭୂମି ସୁଦୃଢ଼ ପାଇଁ ୨ ପ୍ରକଳ୍ପ କାର୍ଯ୍ୟକ୍ଷମ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ):ଗ୍ରାମୀଣ ଏବଂ ଶିଳ୍ପକ୍ଷେତ୍ର ଲାଗି ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଦିଗରେ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ପକ୍ଷରୁ ବରଗଡ଼ ଜିଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍‌ ଭିତ୍ତିଭୂମି ପ୍ରକଳ୍ପ ସଫଳତାର ସହ ସମାପ୍ତ ହୋଇ କାର୍ଯ୍ୟକ୍ଷମ କରାଯାଇଛି। ପ୍ରଥମ ପ୍ରକଳ୍ପ ହେଉଛି ସୋହେଲା ପିଏସ୍‌ଏସ୍‌ ଅଧୀନ ଛୁରିଆପାଲି ଏବଂ ପଦ୍ମପୁର ଫିଡର ମଧ୍ୟରେ ଏକ ନୂତନ ୧୧କେ.ଭି. ଲିଙ୍କ୍‌ ଲାଇନର ନିର୍ମାଣ। ମୋଟ୍‌ ୧.୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଯୋଗୁ ଛୁରିଆପାଲି ଫିଡରରୁ ଓଭରଲୋଡିଂ ଏବଂ ଲୋ-ଭୋଲଟେଜ୍‌ ଭଳି ସମସ୍ୟା ଦୂର ହୋଇପାରିଛି। ଏହି ନୂତନ ଲିଙ୍କ୍‌ ଲାଇନ୍‌ କାର୍ଯ୍ୟକ୍ଷମ ହେବା ସହିତ ପ୍ରାୟ ୧୨୦ ଆମ୍ପିୟର ଲୋଡ୍‌ ପଦ୍ମପୁର ଫିଡରକୁ ସ୍ଥାନାନ୍ତର ହୋଇପାରିଛି, ଯାହା ଭୋଲଟେଜ୍‌କୁ ୭.୩ କେ.ଭି.ରୁ ୯.୮କେ.ଭି.କୁ ବୃଦ୍ଧି କରିଛି। ଏହାସହିତ ୧୭୬ଟି ଉଠାଜଳସେଚନ ସଂଯୋଗକୁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ହୋଇପାରୁଛି। ଖଲିଆପାଲି, ତାଣ୍ଡୋଳ, ଚିତାଖାଇ, ଏବଂ କେଣ୍ଡବାହାଲୋନ ଗ୍ରାମର ପ୍ରାୟ ୧୮୦୦ରୁ ଅଧିକ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା ଲାଭବାନ ହୋଇପାରୁଛନ୍ତି। ସେହିପରି ଦ୍ୱିତୀୟ ପ୍ରକଳ୍ପ ସୋହେଲା ପିଏସ୍‌ଏସରୁ ସଂଯୋଗ ହୋଇଥିବା ୧୧ କେ.ଭି. ସୋହେଲା ଫିଡରର ଉନ୍ନତିକରଣ କାର୍ଯ୍ୟ। ଏହି ପ୍ରକଳ୍ପ ସୋହେଲା ଫିଡରରେ ଦୀର୍ଘକାଳୀନ ଓଭରଲୋଡିଂ ଓ ଲୋ-ଭୋଲଟେଜ୍‌ ସମସ୍ୟାକୁ ହ୍ରାସ କରିପାରିଛି। ଏହି ଫିଡରରେ ପୂର୍ବରୁ ଥିବା ୩୪ ବର୍ଗ ମିଲିମିଟର କଣ୍ଡକ୍ଟରକୁ ପରିବର୍ତ୍ତନ କରାଯାଇ ୧୦୦ ବର୍ଗ ମିଲିମିଟର ଉନ୍ନତମାନର କଣ୍ଡକ୍ଟର ଲଗାଯାଇଛି। ଫଳରେ ଉକ୍ତ ଅଞ୍ଚଳର ୧୭ଟି ଉଠାଜଳସେଚନ ସଂଯୋଗକୁ ବିଦ୍ୟୁତ୍‌ ଯୋଗାଣ ସୁବିଧାଜନକ ହୋଇପାରିଛି। ସେହିପରି ୧୦ରୁ ଅଧିକ ଶିଳ୍ପ ଉପଭୋକ୍ତାଙ୍କୁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ ହୋଇପାରିଛି ଏବଂ ନିକଟସ୍ଥ ଅଞ୍ଚଳର ପ୍ରାୟ ୧୫୦୦ରୁ ଅଧିକ ଘରୋଇ ଉପଭୋକ୍ତା ତଥା ଛୋଟ ବ୍ୟବସାୟୀଙ୍କ ପାଇଁ ବିଦ୍ୟୁତ୍‌ ଗୁଣବତ୍ତାରେ ଉନ୍ନତି ଆସିଛି। ଏ ନେଇ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ନିରବଚ୍ଛିନ୍ନ, ନିରାପଦ ଏବଂ ଗୁଣାତ୍ମକ ବିଦ୍ୟୁତ୍‌ ସୁନିଶ୍ଚିତ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍‌ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଟିପିଡବ୍ଲ୍ୟୁଓଡିଏଲ୍‌ ନେଟୱର୍କକୁ ସୁଦୃଢ଼ କରି ଗ୍ରାମାଞ୍ଚଳ ପରିବାର, ଚାଷୀ ଏବଂ ଶିଳ୍ପ କ୍ଷେତ୍ରଗୁଡ଼ିକୁ ନିର୍ଭରଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଟିତ କରାଯାଉଛି। ଏହିପରି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ବର୍ମା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ବରଗଡ଼ ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ମାଟି ଚୋରାଚାଲାଣ, ହାତ ବାନ୍ଧି ବସିଛି ଖଣି ବିଭାଗ, ଜିଲାପାଳଙ୍କୁ…

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ତହସିଲ ଅନ୍ତର୍ଗତ କଟାପାଲି, ବରଗାଁ ଅଞ୍ଚଳରେ ଅବାଧରେ ମାଟି ଚୋରାଚାଲାଣ ହେଉଛି। ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଖଣି ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri