ଶୁଦ୍ଧିକ୍ରିୟା ବେଳେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଗଲେ ଦାଦା-ପୁତୁରା, ଆଉ ତା’ପରେ…

ଜଗତସିଂହପୁର,୧୪।୯: ଶୁଦ୍ଧିକ୍ରିୟା ବେଳେ ଜଗତସିଂହପୁର ତିର୍ତ୍ତୋଲ ବ୍ରିଜ ନିକଟରେ ରବିବାର ଏକ ଅଘଟଣ ସାମ୍ନାକୁ ଆସିଛି। ଶୁଦ୍ଧିକ୍ରିୟା ସାରି ମହାନଦୀରେ ଗାଧୋଇବା ବେଳେ ଦାଦା-ପୁତୁରା ସାଙ୍ଗରେ ବୁଡ଼ି ଯାଇଥିଲେ।

ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦାଦା ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବର ପ୍ରଚାରିତ ହେବା ପରେ ଗାଁରେ ଶେକର ଛାୟା ଖଳିଯାଇଛି।

Share