ଜଗତସିଂହପୁର,୧୪।୯: ଶୁଦ୍ଧିକ୍ରିୟା ବେଳେ ଜଗତସିଂହପୁର ତିର୍ତ୍ତୋଲ ବ୍ରିଜ ନିକଟରେ ରବିବାର ଏକ ଅଘଟଣ ସାମ୍ନାକୁ ଆସିଛି। ଶୁଦ୍ଧିକ୍ରିୟା ସାରି ମହାନଦୀରେ ଗାଧୋଇବା ବେଳେ ଦାଦା-ପୁତୁରା ସାଙ୍ଗରେ ବୁଡ଼ି ଯାଇଥିଲେ।
ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦାଦା ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବର ପ୍ରଚାରିତ ହେବା ପରେ ଗାଁରେ ଶେକର ଛାୟା ଖଳିଯାଇଛି।

