ତଥ୍ୟ ଦେଇ ନ ଥିବା ୨ ଅଧିକାରୀଙ୍କୁ ଜରିମାନା

ଧର୍ମଶାଳା,୨୧ା୧୧ (ବଟକୃଷ୍ଣ ପରିଡ଼ା): ସୂଚନା ଅଧିକାର ଅଇନରେ ତଥ୍ୟ ପ୍ରଦନ କରି ନ ଥିବା ଧର୍ମଶାଳା ବ୍ଲକର ୨ ଅଧିକାରୀଙ୍କୁ ଅର୍ଥ ଦଣ୍ଡ ମିଳିଛି । ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକରେ କରୋନା କଟକଣା ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଜାଲିଆତି କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ କରାଯାଇଥିବା ଓ ମୃତକଙ୍କ ନାମରେ ଥିବା ରାଶନ୍‌ କାର୍ଡରେ ରାଶନ୍‌ ଉଠାଯାଇ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ବ୍ଲକକୁ ପୂର୍ଣ୍ଣାଙ୍ଗ ତଥ୍ୟ ମାଗିଥିଲେ ହେଲେ ତଥ୍ୟ ତାଙ୍କୁ ମିଳି ନ ଥିଲା। ଏହାକୁ ନେଇ ସେ ସମୟରେ ଉପରସ୍ଥ ଅଧିକାରୀ ଓ ଶେଷରେ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା ଆୟୁକ୍ତ ବି. କେ. ମହାପାତ୍ର ମାମଲାର ବିଚାରକରି ଧର୍ମଶାଳା ବିଡ଼ିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଧର୍ମଶାଳା ବିଡ଼ିଓ ଜୁନ ୨୩ରେ ଦେଇଥିବା ତାଙ୍କ ରିପୋର୍ଟରେ ତକତ୍ାଳୀନ ବ୍ଲକ ଯୋଗାଣ ଅଧିକାରୀ ଜଗମୋହନ ଦାସ ତାଙ୍କ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇଥିଲେ । ଏହାକୁ ଆଧାର କରି ସୂଚନା ଆୟୁକ୍ତ ଦାସଙ୍କୁ ୧୫ ହଜାର ଟଙ୍କା ଆର୍ଥତ୍କ ଦଣ୍ଡ ବିଧାନ କରିଛନ୍ତି । ଯଦି ସେ ଉକ୍ତ ଜରିମାନା ରାଶି ନୋଟିସ୍‌ ପାଇବାର ୧ ମାସ ମଧ୍ୟରେ ପ୍ରଦାନ ନ କରନ୍ତି ତେବେ ତାଙ୍କ ଦରମା କିମ୍ବା ପେନସନରୁ ୩ଟି କିସ୍ତିରେ ୨୦୨୪ ଜାନୁୟାରୀରୁ କାଟି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ବ୍ଲକର ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବାପରେ ସୂଚନା ଅଧିକାର କର୍ମୀ ବେହୁରା ତଥ୍ୟ ମାଗିଥିଲେ ମଧ୍ୟ ତଥ୍ୟ ମିଳି ନ ଥିଲା । ଏହାକୁ ନେଇ ସେ ସୂଚନା ଆୟୋଗଙ୍କ ନିକଟରେ ଅଭିଯୋଗ ପରେ ସୂଚନା ଆୟୋଗଙ୍କ ପକ୍ଷରୁ ମାମଲାର ଯାଞ୍ଚ କରାଯିବ ପରେ ତକତ୍ାଳୀନ ଯନ୍ତ୍ରୀ ଦୀପକ କୁମାର ଜେନାଙ୍କୁ ୧୫ ହଜାର ଟଙ୍କା ଆର୍ଥତ୍କ ଦଣ୍ଡ ଦେଇଛନ୍ତି। ମାସକ ମଧ୍ୟରେ ଜେନା ଯଦି ଜରିମାନା ରାଶି ପ୍ରଦାନ ନ କରନ୍ତି ତେବେ ୨୦୨୪ ଜାନୁୟାରୀରୁ ତାଙ୍କ ମାସିକ ଦରମା କିମ୍ବା ପେନସନରୁ କାଟି ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri