Posted inଖେଳ

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ ପଦକ

ପ୍ୟାରିସ,୨ା୯: ପ୍ୟାରିସ ପାରାଲିମ୍ପିକ୍ସରେ ରବିବାର ଭାରତ ପାଇଁ ୬ଷ୍ଠ ପଦକ ଜିତିଛନ୍ତି ସ୍ପ୍ରିଣ୍ଟର ପ୍ରୀତି ପାଲ୍‌। ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୩୦.୦୧ ସେକେଣ୍ଡ ସହ ପ୍ୟାରିସ ପାରାଲିମ୍ପିକ୍ସ ୨୦୦ମିଟର ଟି-୩୫ କାଟେଗୋରୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଆଥଲେଟ୍‌ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧୪.୨୧ ସେକେଣ୍ଡ ସହ ମହିଳା ୧୦୦ମିଟର ଟି-୩୫ କାଟେଗୋରୀ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଆଥଲେଟିକ୍ସରେ ଭାରତର ଏହା ପ୍ରଥମ ପଦକ ରହିଥିଲା। ରବିବାର ଅନୁଷ୍ଠିତ ଇଭେଣ୍ଟରେ ଚାଇନାର ଝୋ ଜିଆ (୨୮.୧୫) ପ୍ରଥମ ସ୍ଥାନ ଅଧିକାର ସହ ସ୍ବର୍ଣ୍ଣ ଜିତିଥିବା ବେଳେ ଗୁଓ ଜିଆନ କ୍ୱିଆନ (୨୯.୦୯) ରୌପ୍ୟ ପଦକ ଲାଭ କରିଥିଲେ। ୨୩ ବର୍ଷୀୟା ପ୍ରୀତି ଟାଇମିଂରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଥିଲେ।

ସେହିପରି ଟି ୪୭ ବର୍ଗରେ ଭାରତୀୟ ହାଇ ଜମ୍ପର ନିଶାଦ କୁମାର ରବିବାର ଏକ ରୌପ୍ୟ ପଦକ ଜିତିଛନ୍ତି। ଏହା ସହ ଚଳିତ ସଂସ୍କରଣରେ ଆଥଲେଟିକ୍ସରୁ ଭାରତ ତୃତୀୟ ପଦକ ବିଜୟୀ ହୋଇଛି। ଟୋକିଓ ପାରଲିମ୍ପିକ୍ସରେ ସମାନ ଇଭେଣ୍ଟରେ ନିଶାଦ ପୂର୍ବରୁ ରୌପ୍ୟ ପଦକ ଜିତିଥିଲେ। ରବିବାର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ନିଶାଦ କୁମାର ୨.୦୪ ମିଟର ଉଚ୍ଚକୁ ଡେଇଁଥିଲେ। ପ୍ରଥମ ପ୍ରୟାସରେ ନିଶାଦ ୧.୯୫ ମିଟର ଉଚ୍ଚତା ଅତିକ୍ରମ କରିଥିଲେ। ପରବର୍ତ୍ତୀ ଚେଷ୍ଟାରେ ୧.୯୮ ମିଟର ଡେଇଁବାକୁ ପ୍ରୟାସ କରିଥିଲେ ମଧ୍ୟ ଏହା ଫାଉଲ ହୋଇଥିଲା। ତେବେ ତୃତୀୟ ପ୍ରୟାସରେ ସେ ୨ ମିଟର ଅତିକ୍ରମ କରିଥିଲେ। ତେବେ ଆମେରିକାର ରୋଡ୍‌ରିକ୍‌ ଟାଉନ୍‌ସେଣ୍ଡ ୨.୦୨ ମିଟର ଉଚ୍ଚତା ଡେଇଁ ପ୍ରଥମ ସ୍ଥାନରେ ପହଞ୍ଚିଥିଲେ। ପରେ ନିଶାଦ ୨.୦୪ ମିଟର ଉଚ୍ଚ ଡେଇଁବା ପରେ ଉଭୟଙ୍କ ମଧ୍ୟରେ ମୁକାବିଲା ବେଶ ରୋଚକ ହୋଇଥିଲା। ଟାଉନସେଣ୍ଡ ୨.୦୪ ମିଟର ଛୁଇଁବା ପରେ ନିଶାଦ ୨.୦୬ ମିଟର ପ୍ରୟାସରେ ବିଫଳ ହୋଇଥିଲେ। ପରବର୍ତ୍ତୀ ପ୍ରୟାସରେ ଟାଉନସେଣ୍ଡ ୨.୦୮ ମିଟର ଅତିକ୍ରମ କରିଥିଲେ। ନିଶାଦ ୨.୧୨ ମିଟର ଉଚ୍ଚତା ପାର କରିବାରେ ବିଫଳ ହୋଇଥିବା ବେଳେ ଅଲିମ୍ପିକ୍ସ ରେକର୍ଡ ସହିତ ଟାଉନସେଣ୍ଡ ୨.୧୨ ମିଟର ଉଚ୍ଚକୁ ଡେଇଁଥିଲେ। ନ୍ୟୁଟ୍ରାଲ ଆଥଲେଟ ଭାବରେ ଅଂଶଗ୍ରହଣ କରିଥିବା ଜର୍ଜି ମାର୍ଗେଭ୍‌ ୨.୦୦ ମିଟର ଉଚ୍ଚକୁ ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ରାମ ପାଲ ୧.୯୫ ମିଟର ଡେଇଁ ସପ୍ତମ ସ୍ଥାନରେ ରହିଥିଲେ। ଏହାକୁ ମିଶାଇ ଭାରତ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ ବ୍ରୋଞ୍ଜ ସହ ସମୁଦାୟ ୭ ପଦକ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri