Posted inଜାତୀୟ

୨ ଲକ୍ଷ ଫି’ ଦେଲେ ‘ଡକାୟତିରେ ସ୍ନାତକ’:ଅପରାଧୀ ହେବା ପାଇଁ ପିଲାଙ୍କୁ ଦିଆଯାଉଛି ତାଲିମ

ଭୋପାଳ, ୨୧ା୮:ମଧ୍ୟପ୍ରଦେଶ ରାଜଗଡ଼ ଜିଲାର ପଚୋର ତହସିଲ ଅନ୍ତର୍ଗତ ୩ ଗ୍ରାମରେ ପିଲାମାନଙ୍କୁ ଅପରାଧୀ ହେବା ପାଇଁ ଟ୍ରେନିଂ ଦିଆଯାଉଥିବାର ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ଅଗଷ୍ଟ ୮ରେ ରାଜସ୍ଥାନରେ ଏକ ବିବାହରେ ଦେଢ଼ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏହି ମାମଲାରେ ପୋଲିସ ଏକ ଆପରାଧିକ ଗୋଷ୍ଠୀର ସଦସ୍ୟମାନଙ୍କୁ ଗିରଫ କରି କଡ଼ିଆ, ଗୁଲଖେଡ଼ି ଓ ହୁଲଖେଡ଼ି ଗ୍ରାମରେ ଚାଲିଥିବା ର଼୍ୟାକେଟର ରହସ୍ୟ ଉପରୁ ପରଦା ହଟାଇଥିଲା।
ରାଜଧାନୀ ଭୋପାଳଠାରୁ ୧୧୭ କି.ମି. ଦୂର ଏହି ୩ ଗଁାରେ ପିଲାମାନଙ୍କୁ କମ୍‌ ବୟସରୁ ଚୋରି, ଲୁଟ୍‌ପାଟ, ଡକାୟତି ଆଦି ଅପରାଧ ଶିଖାଯାଇଥାଏ ବୋଲି ମଧ୍ୟପ୍ରଦେଶ ଏଡିଜି ଜୟଦୀପ ପ୍ରସାଦ କହିଛନ୍ତି। ଉକ୍ତ ଅଞ୍ଚଳର ପିଲାଙ୍କୁ ୧୨ରୁ ୧୩ ବର୍ଷ ହେବାମାତ୍ରେ ଅପରାଧ ଶିକ୍ଷା ପାଇବା ପାଇଁ ଅଭିଭାବକମାନେ ଏଠାକୁ ପଠାଇଥାନ୍ତି। ଅଭିଭାବକମାନେ ଅପରାଧୀଙ୍କ ବିଭିନ୍ନ ଗ୍ୟାଙ୍ଗ୍‌ ଲିଡରଙ୍କୁ ଭେଟି ସେମାନଙ୍କ ପିଲାମାନଙ୍କୁ ଅପରାଧରେ କିଏ ଭଲ ତାଲିମ ଦେଇପାରିବେ ତାହା ସ୍ଥିର କରିଥାନ୍ତି। ଏହି ଶିକ୍ଷା ପାଇବା ପାଇଁ ପିଲାଙ୍କ ଅଭିଭାବକଙ୍କୁ ୨ରୁ ୩ ଲକ୍ଷ ଟଙ୍କା ଫି’ ଆକାରରେ ଦେବାକୁ ପଡ଼ିଥାଏ। ଏଠାରେ ପିଲାମାନଙ୍କୁ ପକେଟ୍‌ମାର କରିବା, ଭିଡ଼ରୁ ବ୍ୟାଗ୍‌ ଉଠାଇନେବା, ଚୋରି ଧରାପଡ଼ିବାର ସମ୍ଭାବନା ଥିଲେ ଦ୍ରୁତ ଗତିରେ ଦୌଡ଼ିବା, ପୋଲିସଠାରୁ ଦୂରେଇ ରହିବା, ମାଡ଼କୁ ସହିବା ଆଦି ବିଭିନ୍ନ ଅପରାଧ କୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ। ବର୍ଷେ ପର୍ଯ୍ୟନ୍ତ ପିଲାଟିକୁ ବିଭିନ୍ନ ଆପରାଧିକ ଗ୍ୟାଙ୍ଗରେ କାମ କରିବାରୁ ସୁଯୋଗ ମିଳିଥାଏ ବୋଲି ଜୟଦୀପ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଦେଶରେ ଘଟୁଥିବା ଅନେକ ଆପରାଧିକ ଘଟଣାରେ ଉକ୍ତ ୩ ଗ୍ରାମରେ ଅପରାଧର ଟ୍ରେନିଂ ନେଉଥିବା ପିଲାମାନଙ୍କର ସମ୍ପୃକ୍ତି ରହିଛି। ପୋଲିସ କହିଛି, ଉକ୍ତ ଗ୍ରାମର ମହିଳାମାନେ କୌଣସି ବାହାର ଲୋକଙ୍କୁ ଦେଖିବା ମାତ୍ରେ ନ ଶୁଣିଲା ପରି ଅଭିନୟ କରନ୍ତି। ସେହିପରି ଯଦି କେହି ଅଜ୍ଞାତ ବ୍ୟକ୍ତି ଗ୍ରାମରେ ପ୍ରବେଶ କରେ, ତେବେ ଗ୍ରାମବାସୀ ତୁରନ୍ତ ସତର୍କ ହୋଇଯାଆନ୍ତି। ସେହିପରି କ୍ୟାମେରା କିମ୍ବା ମୋବାଇଲ ଫୋନ୍‌ ଧରି ଉକ୍ତ ଗ୍ରାମଗୁଡ଼ିକୁ ଆସୁଥିବା ଅଜଣା ବ୍ୟକ୍ତିମାନଙ୍କୁ ବିରୋଧର ସାମ୍‌ନା କରିବାକୁ ପଡ଼ିଥାଏ। ସ୍ଥାନୀୟ ବୋଡ଼ା ଥାନା ଇନ୍‌ସ୍ପେକ୍ଟର ରାଜକୁମାର ଭଗତଙ୍କ ଅନୁଯାୟୀ, ଏହି ୩ ଗ୍ରାମରୁ ଅପରାଧର ଟ୍ରେନିଂ ନେଉଥିବା ପିଲାମାନେ ଅଲଗା ଅଲଗା ରାଜ୍ୟ ଏବଂ ସହର ଯାଇ ବିବାହ ସମାରୋହଗୁଡ଼ିକରୁ ସୁନା ଗହଣା, ଟଙ୍କା ଆଦି ଚୋରି କରିଥାନ୍ତି। ଏହି ୩ ଗ୍ରାମର ୨ ହଜାର ଲୋକଙ୍କ ନାଁରେ ଦେଶବ୍ୟାପୀ ବିଭିନ୍ନ ଥାନାରେ ୮ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶର ଏହି ୩ ଗ୍ରାମ ଅପରାଧର ବିଦ୍ୟାଳୟରେ ପରିଣତ ହୋଇଥିବାବେଳେ, ରାଜ୍ୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଏହାକୁ ପ୍ରତିହତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?