ଡିଜିଟାଲ ଓ୍ବାଲେଟରେ ରଖିହେବ ୨ ଲକ୍ଷ

ନୂଆଦିଲ୍ଲୀ,୧୧।୪: ଦେଶରେ ଦିନକୁ ଦିନ ବିଭିନ୍ନ ପ୍ରକାର ଠକେଇ ସାମ୍ନାକୁ ଆସୁଛି। ଏହାକୁ ପ୍ରତିହତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ ସହ ସମାଧାନର ବାଟ ଖୋଜୁଛନ୍ତି। ବର୍ତ୍ତମାନ ସମୟରେ ଏପରିକି ସାଧାରଣ ଜନତାଙ୍କଠାରୁ ଆରମ୍ଭକରି ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଅର୍ଥ କାରବାର ଓ ବ୍ୟାଙ୍କିଙ୍ଗ୍‌ ସେବା ମାଧ୍ୟମରେ ଠକେଇ ଓ ଅର୍ଥ ଲୁଟର ଶିକାର ହେଉଛନ୍ତି। ଏହିସବୁ ଘଟଣାର ସାମାଧାନ ପାଇଁ କେବଳ ସର୍ତକତା ଜରୁରୀ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିବା ବେଳେ କିଛି ସଂସ୍ଥା ଓ ଆଇଟି ବିଶେଷଜ୍ଞମାନେ ସରକାରଙ୍କୁ ଡିଜିଟାଲ କାରବାର ବୃଦ୍ଧି ସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି। ବିଭିନ୍ନ ପ୍ରସ୍ତାବକୁ ଅନୁଧ୍ୟାନକରି ସରକାର ମଧ୍ୟ ନଗଦ କାରବାରକୁ ହ୍ରାସ କରାଇବାକୁ ରିଜର୍ଭ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ବୋଲି ମତବ୍ୟକ୍ତ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଦ୍ବାରା ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯିବା ସହ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଘୋଷଣା କରାଯାଇଛି। ସମୀକ୍ଷା ବୈଠକ ସମୟରେ ଦେଶର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା ବେଳେ ପେମେଣ୍ଟ ବ୍ୟାଙ୍କ ବା ଡିଜିଟାଲ ଓ୍ବାଲେଟର ବ୍ୟବହାର ଓ ସର୍ବାଧିକ ବାଲାନ୍ସ ରାଶି ବୃଦ୍ଧି ଏବଂ ଅଣବ୍ୟାଙ୍କିଙ୍ଗ୍‌ ପେମେଣ୍ଟ ସଂସ୍ଥାଗୁଡ଼ିକୁୁ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଭଳି ସେବା ପ୍ରଦାନ ପାଇଁ ଅନୁମତି ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଘୋଷଣା ଅନୁସାରେ ବର୍ତ୍ତମାନ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ବ୍ୟବହାରକାରୀ ଗ୍ରାହକମାନେ ପେମେଣ୍ଟ ବ୍ୟାଙ୍କ ଓ୍ବାଲେଟରେ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖିପାରିବେ। ଏହା ପୂର୍ବରୁ ଏହି ସୀମା ୧ଲକ୍ଷ ଟଙ୍କା ରହିଥିଲା। ଦେଶରେ କାରବାର କରୁଥିବା ଅଗ୍ରଣୀ ପେମେଣ୍ଟ ବ୍ୟାଙ୍କ ଯଥା ପେଟିଏମ୍‌, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଏନ୍‌ଏସ୍‌ଡିଏଲ୍‌, ଜିଓ ପେମେଣ୍ଟ ବ୍ୟାଙ୍କ ଭଳି କମ୍ପାନୀ ଏହାକୁ ସ୍ବାଗତ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଅଣବ୍ୟାଙ୍କିଙ୍ଗ୍‌ ପେମେଣ୍ଟ ସଂସ୍ଥାଗୁଡ଼ିକୁ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ସେବା ପ୍ରଦାନ ପାଇଁ ଅନୁମତି ଦିଆଯାଇଛି। ଫଳରେ ସେମାନେ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଆଦି ପାଣ୍ଠି ପ୍ରେରଣ କ୍ଷେତ୍ରରେ ଉପଯୁକ୍ତ ସେବା ପ୍ରଦାନ କରିପାରିବେ। ଏ ସମ୍ପର୍କରେ ଦାସ କହିଛନ୍ତି ,ବର୍ତ୍ତମାନଠାରୁ ଅଣବ୍ୟାଙ୍କିଙ୍ଗ୍‌ ପେମେଣ୍ଟ ସଂସ୍ଥାଗୁଡ଼ିକ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀକୃତ ପେମେଣ୍ଟ ବ୍ୟବସ୍ଥା (ସିପିଏସ୍‌)ର ସଦସ୍ୟ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri