ଡିଜିଟାଲ ଓ୍ବାଲେଟରେ ରଖିହେବ ୨ ଲକ୍ଷ

ନୂଆଦିଲ୍ଲୀ,୧୧।୪: ଦେଶରେ ଦିନକୁ ଦିନ ବିଭିନ୍ନ ପ୍ରକାର ଠକେଇ ସାମ୍ନାକୁ ଆସୁଛି। ଏହାକୁ ପ୍ରତିହତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ ସହ ସମାଧାନର ବାଟ ଖୋଜୁଛନ୍ତି। ବର୍ତ୍ତମାନ ସମୟରେ ଏପରିକି ସାଧାରଣ ଜନତାଙ୍କଠାରୁ ଆରମ୍ଭକରି ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଅର୍ଥ କାରବାର ଓ ବ୍ୟାଙ୍କିଙ୍ଗ୍‌ ସେବା ମାଧ୍ୟମରେ ଠକେଇ ଓ ଅର୍ଥ ଲୁଟର ଶିକାର ହେଉଛନ୍ତି। ଏହିସବୁ ଘଟଣାର ସାମାଧାନ ପାଇଁ କେବଳ ସର୍ତକତା ଜରୁରୀ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିବା ବେଳେ କିଛି ସଂସ୍ଥା ଓ ଆଇଟି ବିଶେଷଜ୍ଞମାନେ ସରକାରଙ୍କୁ ଡିଜିଟାଲ କାରବାର ବୃଦ୍ଧି ସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି। ବିଭିନ୍ନ ପ୍ରସ୍ତାବକୁ ଅନୁଧ୍ୟାନକରି ସରକାର ମଧ୍ୟ ନଗଦ କାରବାରକୁ ହ୍ରାସ କରାଇବାକୁ ରିଜର୍ଭ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ବୋଲି ମତବ୍ୟକ୍ତ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଦ୍ବାରା ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯିବା ସହ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଘୋଷଣା କରାଯାଇଛି। ସମୀକ୍ଷା ବୈଠକ ସମୟରେ ଦେଶର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା ବେଳେ ପେମେଣ୍ଟ ବ୍ୟାଙ୍କ ବା ଡିଜିଟାଲ ଓ୍ବାଲେଟର ବ୍ୟବହାର ଓ ସର୍ବାଧିକ ବାଲାନ୍ସ ରାଶି ବୃଦ୍ଧି ଏବଂ ଅଣବ୍ୟାଙ୍କିଙ୍ଗ୍‌ ପେମେଣ୍ଟ ସଂସ୍ଥାଗୁଡ଼ିକୁୁ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଭଳି ସେବା ପ୍ରଦାନ ପାଇଁ ଅନୁମତି ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଘୋଷଣା ଅନୁସାରେ ବର୍ତ୍ତମାନ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ବ୍ୟବହାରକାରୀ ଗ୍ରାହକମାନେ ପେମେଣ୍ଟ ବ୍ୟାଙ୍କ ଓ୍ବାଲେଟରେ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖିପାରିବେ। ଏହା ପୂର୍ବରୁ ଏହି ସୀମା ୧ଲକ୍ଷ ଟଙ୍କା ରହିଥିଲା। ଦେଶରେ କାରବାର କରୁଥିବା ଅଗ୍ରଣୀ ପେମେଣ୍ଟ ବ୍ୟାଙ୍କ ଯଥା ପେଟିଏମ୍‌, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଏନ୍‌ଏସ୍‌ଡିଏଲ୍‌, ଜିଓ ପେମେଣ୍ଟ ବ୍ୟାଙ୍କ ଭଳି କମ୍ପାନୀ ଏହାକୁ ସ୍ବାଗତ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଅଣବ୍ୟାଙ୍କିଙ୍ଗ୍‌ ପେମେଣ୍ଟ ସଂସ୍ଥାଗୁଡ଼ିକୁ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ସେବା ପ୍ରଦାନ ପାଇଁ ଅନୁମତି ଦିଆଯାଇଛି। ଫଳରେ ସେମାନେ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଆଦି ପାଣ୍ଠି ପ୍ରେରଣ କ୍ଷେତ୍ରରେ ଉପଯୁକ୍ତ ସେବା ପ୍ରଦାନ କରିପାରିବେ। ଏ ସମ୍ପର୍କରେ ଦାସ କହିଛନ୍ତି ,ବର୍ତ୍ତମାନଠାରୁ ଅଣବ୍ୟାଙ୍କିଙ୍ଗ୍‌ ପେମେଣ୍ଟ ସଂସ୍ଥାଗୁଡ଼ିକ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀକୃତ ପେମେଣ୍ଟ ବ୍ୟବସ୍ଥା (ସିପିଏସ୍‌)ର ସଦସ୍ୟ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?