ସରକାରୀ ଜାଗା ଜବରଦଖଲ: ଭଙ୍ଗାଗଲା ୨ ଘର, ୧୫କୁ ନୋଟିସ୍‌

ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ସରକାରୀ ଜମିରେ ବେଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇପଡ଼ିଛି। ଏ ନେଇ ରାଜସ୍ବ ବିଭାଗର ନିଦ ଭାଙ୍ଗିଛି। ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦୁଇ ଘରକୁ ଜେସିବି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦେଇଛି।  ବାଲିଗୁଡ଼ା ତହସିଲଦାର ଦୀପ୍ତିରଞ୍ଜନ ବେହେରା ୧୧ ନମ୍ବର କାଉନସିଲ ଓ୍ବାର୍ଡ ଅଧୀନ ବାଇପାସ୍‌ ରାସ୍ତାରେ ଘର କରିଥିବା ଠିକାଦାର ଓ ଶିକ୍ଷକଙ୍କ ଦୁଇଟି ଆଜବେଷ୍ଟ ଘରକୁ ଜେସିବି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ବେଳେ ସରକାରୀ ଜାଗାରେ ବେଆଇନ ଘର କରିଥିବା ସରକାରୀ ଚାକିରିଆ,ବଡ ବଡ଼ିଆ ୧୫ ଜଣ ଲୋକଙ୍କୁ ଶୀଘ୍ର ଘର ଖାଲି କରିବା ପାଇଁ ନୋଟିସ କରିଥିବା ଜଣାପଡ଼ିଛି। ବାଇପାସ୍‌ ରାସ୍ତାରେ ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ଜାଗା ଫଳକ ମାରିବା ସତ୍ତ୍ୱେ ମଧ୍ୟ ଲୋକେ ତାହାକୁ ଖାତିର ନକରି ରାଜସ୍ବ ଫଳକୁ ଉପାଡି ଫିଙ୍ଗି ଦେଇଥିବା ନଜିର ରହିଛି। ଏହି ରାସ୍ତାରେ ବଡ଼ବଡ଼ିଆ ରାଜ ନେତା, ଠିକାଦାର,ସରକାରୀ ଚାକିରିଆ ଓ ବ୍ୟବସାୟୀମାନେ ନିଜର ଅମାପ ସମ୍ପତ୍ତି ରହିଥିବା ବେଳେ ଏଠାରେ ବେଆଇନ ଭାବେ ଜମି ଜବର ଦଖଲ କରି ବଡ଼ବଡ଼ ଛାତ ଘର କରିବା ସହ ଭଡାରେ ଲଗାଇଥିବା ଓ ତାର ବାଡ଼ ଘେରାଉ କରି ରଖିଛନ୍ତି। ସେ ସବୁର ରାଜସ୍ବ ବିଭାଗ ତଦନ୍ତ କରି ଜବର ଦଖଲ ଉଚ୍ଛେଦ କରିବ ନା ଏତିକିରେ ଏତିକି ହିଁ ରହିଯିବ ତାହାକୁ ନେଇ ଚର୍ଚ୍ଚା ହେଉଛି। ଏହି ଜବରଦଖଲ ଉଚ୍ଛେଦ ବେଳେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ନାୟକ, ସୁପରଭାଇଜର ସନ୍ତୋଷ ପ୍ରଧାନ,ରାଜସ୍ବ ନିରୀକ୍ଷକ ଗାୟତ୍ରୀ ପ୍ରଧାନ, ସିଦ୍ଧାର୍ଥ ଗୌତମ ପଟ୍ଟନାୟକ ସମେତ ପୋଲିସ ଏସ୍‌ଆଇ ଯୁଗଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri