ସରକାରୀ ଜାଗା ଜବରଦଖଲ: ଭଙ୍ଗାଗଲା ୨ ଘର, ୧୫କୁ ନୋଟିସ୍‌

ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ସରକାରୀ ଜମିରେ ବେଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇପଡ଼ିଛି। ଏ ନେଇ ରାଜସ୍ବ ବିଭାଗର ନିଦ ଭାଙ୍ଗିଛି। ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦୁଇ ଘରକୁ ଜେସିବି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦେଇଛି।  ବାଲିଗୁଡ଼ା ତହସିଲଦାର ଦୀପ୍ତିରଞ୍ଜନ ବେହେରା ୧୧ ନମ୍ବର କାଉନସିଲ ଓ୍ବାର୍ଡ ଅଧୀନ ବାଇପାସ୍‌ ରାସ୍ତାରେ ଘର କରିଥିବା ଠିକାଦାର ଓ ଶିକ୍ଷକଙ୍କ ଦୁଇଟି ଆଜବେଷ୍ଟ ଘରକୁ ଜେସିବି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ବେଳେ ସରକାରୀ ଜାଗାରେ ବେଆଇନ ଘର କରିଥିବା ସରକାରୀ ଚାକିରିଆ,ବଡ ବଡ଼ିଆ ୧୫ ଜଣ ଲୋକଙ୍କୁ ଶୀଘ୍ର ଘର ଖାଲି କରିବା ପାଇଁ ନୋଟିସ କରିଥିବା ଜଣାପଡ଼ିଛି। ବାଇପାସ୍‌ ରାସ୍ତାରେ ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ଜାଗା ଫଳକ ମାରିବା ସତ୍ତ୍ୱେ ମଧ୍ୟ ଲୋକେ ତାହାକୁ ଖାତିର ନକରି ରାଜସ୍ବ ଫଳକୁ ଉପାଡି ଫିଙ୍ଗି ଦେଇଥିବା ନଜିର ରହିଛି। ଏହି ରାସ୍ତାରେ ବଡ଼ବଡ଼ିଆ ରାଜ ନେତା, ଠିକାଦାର,ସରକାରୀ ଚାକିରିଆ ଓ ବ୍ୟବସାୟୀମାନେ ନିଜର ଅମାପ ସମ୍ପତ୍ତି ରହିଥିବା ବେଳେ ଏଠାରେ ବେଆଇନ ଭାବେ ଜମି ଜବର ଦଖଲ କରି ବଡ଼ବଡ଼ ଛାତ ଘର କରିବା ସହ ଭଡାରେ ଲଗାଇଥିବା ଓ ତାର ବାଡ଼ ଘେରାଉ କରି ରଖିଛନ୍ତି। ସେ ସବୁର ରାଜସ୍ବ ବିଭାଗ ତଦନ୍ତ କରି ଜବର ଦଖଲ ଉଚ୍ଛେଦ କରିବ ନା ଏତିକିରେ ଏତିକି ହିଁ ରହିଯିବ ତାହାକୁ ନେଇ ଚର୍ଚ୍ଚା ହେଉଛି। ଏହି ଜବରଦଖଲ ଉଚ୍ଛେଦ ବେଳେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ନାୟକ, ସୁପରଭାଇଜର ସନ୍ତୋଷ ପ୍ରଧାନ,ରାଜସ୍ବ ନିରୀକ୍ଷକ ଗାୟତ୍ରୀ ପ୍ରଧାନ, ସିଦ୍ଧାର୍ଥ ଗୌତମ ପଟ୍ଟନାୟକ ସମେତ ପୋଲିସ ଏସ୍‌ଆଇ ଯୁଗଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri