ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ ଓ ଗଜେନ୍ଦ୍ର ସ୍ବାଇଁ। ଏହି ଖବର ଜଣାପଡ଼ିବା ପରେ ସେମାନଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ହେମନ୍ତ ଓ ଗଜେନ୍ଦ୍ର ନିଜ କର୍ତ୍ତବ୍ୟକୁ ସର୍ବଦା ଠିକ୍ ଭାବେ କରି ଆସୁଛନ୍ତି। ତେଣୁ ଏହି ସଫଳତା ପାଇବାକୁ ସେମାନେ ହକଦାର ଥିଲେ। ଆଜି ଗୃହରକ୍ଷୀ ଦିବସ ଅବସରରେ ସେମାନଙ୍କୁ ଜିଲା ଆରକ୍ଷୀ ଅଧୀକ୍ଷକ ସମ୍ବର୍ଦ୍ଧିତ କରିଛନ୍ତି।
ଶନିବାର ଏନେଇ ଗଞ୍ଜାମ ପୋଲିସ ପକ୍ଷରୁ ଗୃହରକ୍ଷୀ ଦିବସ ପାଳିତ ହୋଇଥିଲା। ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଜିଲାର ୨୫ ଗୃହରକ୍ଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଭଞ୍ଜନଗରର ଉକ୍ତ ଦୁଇଜଣ ଅଛନ୍ତି। ଏହି ସଫଳତାର ଶ୍ରେୟ ସେମାନେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ଦେଇଛନ୍ତି।
Dharitri – Odisha’s No.1 Trusted Odia Daily


