ବଲାଙ୍ଗୀର,୨୫ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଟିଟିଲାଗଡ଼ର ଉନ୍ଦେର ନଦୀକୂଳରେ ୨ଟି କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁଗନାଭଟା ଓ ସିଲୁଆ ଗାଁ ମଝି ନିକଟ ନଦୀକୂଳରେ ଏହି ୨ଟି କୁମ୍ଭୀର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହା ପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ। ଖବର ଲେଖାହେବା ବେଳକୁ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।
ଅନ୍ୟପକ୍ଷରେ ଲୋକେ କୁମ୍ଭୀର ଦେଖି ଛାନିଆ ହୋଇଯାଇଛନ୍ତି।


