ପୁଣି ପରୀକ୍ଷା ଦ୍ୱନ୍ଦ୍ୱ: ଗୋଟିଏ ସମୟରେ ୨ ପରୀକ୍ଷା

କଟକ,୮ା୧୧: ଆସନ୍ତାକାଲି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା ରହିଛି। OPSC ପକ୍ଷରୁ ଆସନ୍ତାକାଲି ଅର୍ଥାତ୍‌ ରବିବାର ASO ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟା, ପୂର୍ବାହ୍ନ ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା।

ଅନ୍ୟପକ୍ଷରେ OSSSC ପକ୍ଷରୁ RI, ICDS, ARI ପରୀକ୍ଷା ହେବା ନେଇ ବିଜ୍ଞପ୍ତି ଜାରି ହୋଇଛି। OSSSC ପରିଚାଳିତ ପରୀକ୍ଷା ଆସନ୍ତାକାଲି ସେହି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି। ASO ପେପର-୧ ପରୀକ୍ଷା। ଜଣେ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ କିପରି ଦେବେ ପରୀକ୍ଷା ଦେବେ ସେନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

Dharitri – Odisha’s No.1 Odia Daily