Posted inଖେଳ

ଗୋଟିଏ ପାଳିରେ ୨ ଦ୍ୱିଶତକ: ବଡ଼ ରେକର୍ଡ କଲେ ରୁଟ୍‌-ବ୍ରୁକ୍‌

ମୁଲତାନ,୧୦।୧୦: ଇଂଲଣ୍ଡର ଜୋ ରୁଟ ଏବଂ ହ୍ୟାରି ବ୍ରୁକ ଚମତ୍କାର ଇନିଂସ ଖେଳିଛନ୍ତି। ମୁଲତାନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଜୋ ରୁଟ ଏବଂ ହ୍ୟାରି ବ୍ରୁକ ଗୋଟିଏ ଇନିଂସରେ ୨ଟି ଦ୍ୱିଶତକ ହାସଲ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡରୁ ଏଭଳି ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଦୁହେଁ ୪୦୦ରୁ ଅଧିକ ରନର ସହଭାଗିତା ସହିତ ଆହୁରି ଅନେକ ରେକର୍ଡ ସ୍ଥାପନ କରିଥିଲେ।

ଇଂଲଣ୍ଡ ପକ୍ଷରୁ ପ୍ରଥମ ଥର ପାଇଁ ଟେଷ୍ଟର ଗୋଟିଏ ଇନିଂସରେ ୨ଟି ଦ୍ୱିଶତକ ୧୯୮୫ରେ ଗ୍ରାମ ଫାଉଲର ଏବଂ ମାଇକ ଗାଟିଙ୍ଗଙ୍କ କରିଥିଲେ। ଚେନ୍ନାଇରେ ଭାରତ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଏହି ପ୍ରଦର୍ଶନ କରିଥିଲେ। ଗ୍ରାମ ଫାଉଲର ୨୦୧ ଏବଂ ମାଇକ ଗାଟିଂ ୨୦୭ ରନ ସ୍କୋର କରିଥିଲେ। ରୁଟ ଏବଂ ବ୍ରୁକ ପୁଣି ଚମତ୍କାର କରିଛନ୍ତି। ରୁଟ ଏବଂ ବ୍ରୁକ ମୁଲତାନରେ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ରୁଟ ତାଙ୍କର ଦ୍ୱିଶତକ ୩୦୫ ବଲରେ ଏବଂ ବ୍ରୁକ ୨୪୫ ବଲରେ ତାଙ୍କର ଦ୍ୱିଶତକ ଶେଷ କରିଥିଲେ। ଖବର ଲେଖିବା ପର୍ଯ୍ୟନ୍ତ ଉଭୟ ବ୍ୟାଟ୍ସମ୍ୟାନ କ୍ରିଜରେ ଅଛନ୍ତି।

ଏକାଠି ବ୍ୟାଟିଂ କରି ରୁଟ ଏବଂ ବ୍ରୁକ ଏକ ଦ୍ୱିଶତକ ହାସଲ କରିଥିଲେ ଏବଂ ୪୦୦ରୁ ଅଧିକ ରନର ସହଭାଗିତା ମଧ୍ୟ କରିଥିଲେ। ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ ଇତିହାସରେ ୪୦୦ ରନର ଭାଗିଦାରୀ ହେବା ଦ୍ୱିତୀୟ ଘଟଣା। ୧୯୫୭ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପିଟର ମେୟ ଏବଂ କଲିନ କାଉଡ୍ରେ ଇଂଲଣ୍ଡ ପାଇଁ ଏକ ଟେଷ୍ଟରେ ପ୍ରଥମ ଥର ପାଇଁ ୪୦୦ରୁ ଅଧିକ ରନର ସହଭାଗିତା କରିଥିଲେ।

ଜୋ ରୁଟ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ବିପକ୍ଷରେ ୨୫୦ ପ୍ଲସ ରନ ସ୍କୋର କରିଥିଲେ। ଏହାପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ପାକିସ୍ତାନ ବିପକ୍ଷରେ ୨୫୦ପ୍ଲସ ରନ ସ୍କୋର କରିଥିଲେ।

ରୁଟ ୨୫୦ ରନ ମାର୍କ ଅତିକ୍ରମ କରି ଏକ ସ୍ବତନ୍ତ୍ର ତାଲିକାରେ ସାମିଲ ହୋଇଥିଲେ। ସେ ଇଂଲଣ୍ଡ ପାଇଁ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଦୁଇଥର ୨୫୦ ପ୍ଲସ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri