ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କୁଚିଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ କେଶାଇବାହାଲର ଶୁଶିଲ ନାଏକ ଓ ଭିକାରୀ ଚରଣ ବେହେରା।

ସୂଚନା ଅନୁସାରେ, କେଶାଇଵାହାଲ ଲୋକନାଥ ବେହେରା ଏକ ନୂଆ ପାଇଖାନା କରିଥିଲେ । ମଙ୍ଗଳବାର ରାଜ ମିସ୍ତ୍ରୀ ସହ ଲେବରମାନେ ସେପଟିକ୍ ପାଇଖାନା ଟାଙ୍କିରୁ ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ ଆସିଥିଲେ । ପ୍ରଥମେ ଲେବର ଶୁଶିଳ ଟାଙ୍କିରେ ପଶିଥିଲେ । ସେ କିଛି ସମୟ ଧରି ନଵାହାରିଵାରୁ ଅନ୍ୟ ଜଣେ ଭିତରକୁ ପଶିଥିଲେ । ସେମାନେ ଦୁହେଁ ଭିତରୁ ନଵାହାରିଵାରୁ ପୁଣି ଲୋକନାଥଙ୍କ ପୁଅ ଟାଙ୍କି ଭିତରକୁ ପଶିଥିଲେ। ସେ ବି ଭିତରୁ ନବାହାରିବାରୁ ଶେଷରେ ଲୋକନାଥଙ୍କ ଭାଇ ଭିକାରୀ ଭିତରକୁ ପଶି ଶ୍ୱାସରୁଦ୍ଧ ହୋଇ ଆଉ ବାହାରି ନଥିଲେ। ଏହା ଦେଖି ଅଗ୍ନିଶମ ବିଭାଗ ଓ ମହୁଲପାଲି ପୋଲିସ ସହାୟତାରେ ସମସ୍ତଙ୍କୁ ଟାଙ୍କି ଭିତରୁ ବାହାର କରିଥିଲେ। ଏନେଇ ମହୁଲପାଲି ଥାନାରେ ମାମଲା ରୁଜୁ ହୋଇଛି ।

 

Dharitri – Odisha’s No.1 Odia Daily

Share