ଗିଫ୍ଟରେ ୨ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୨୧।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଗିଫ୍ଟି (ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟେକ୍ନୋଲୋଜି) ସ୍ବୟଂଶାସିତ କଲେଜର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଲ୍‌ ଏବଂ କମ୍ପ୍ୟୁଟର, ଇଲେକ୍‌ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ବିଭାଗର ମିଳିତ ସହଯୋଗରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ‘ସ୍ମାର୍ଟ କମ୍ୟୁଟିଙ୍ଗ୍‌ କମ୍ୟୁନିକେଶନ ଏନର୍ଜି କନ୍‌ଭର୍‌ସନ୍‌’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରି ସେମାନଙ୍କ ଗବେଷଣାତ୍ମକ ନିବନ୍ଧ ପାଠ କରିଥିଲେ। ବିଶେଷ କରି କ୍ଲାଉଡ଼୍‌ କମ୍ପ୍ୟୁଟିଙ୍ଗ୍‌ ଏନର୍ଜି ଷ୍ଟୋରେଜ ଓ କମ୍ୟୁନିକେଶନ ସିଷ୍ଟମ ଉପରେ ବହୁ ଉପାଦେୟ ନିବନ୍ଧ ପାଠ କରାଯାଇଥିଲା।
ଏହି ଅବସରରେ ଟିସିଏସ୍‌ର ଅପରେଶନ ରିସ୍କ ମ୍ୟାନେଜମେଣ୍ଟର ମୁଖ୍ୟ ଡକ୍ଟର ଗୌରକିଶୋର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଡ. ଶରତ କୁମାର ମହାରଣା, ଡିନ୍‌ ଏକାଡେମିକ୍‌ ଡ. ଆର୍‌ ଏନ୍‌ ପଣ୍ଡା, ଡାଇରେକ୍ଟର ଡ. ପତିତପାବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀର ଆବାହକ ଡ. ଅମର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ ସମ୍ମିଳନୀରେ ସଂପୃକ୍ତ ବିଭାଗର ମୁଖ୍ୟ ସମୂହ ଏବଂ ଆର୍‌ ଆଣ୍ଡ ଡି ସେଲ୍‌ର ସମସ୍ତ ସଭ୍ୟ ଯୋଗଦେଇଥିଲେ। ସମ୍ମିଳନୀର ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଡ. ମଧୁସ୍ମିତା ପଣ୍ଡା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri