ଲକ୍‌ଡାଉନ୍‌ରେ ବି ଭାରତରେ ଜନ୍ମ ନେବେ ୨ କୋଟି ୧୦ ଲକ୍ଷ ଶିଶୁ: ଚାଇନା ଦ୍ୱିତୀୟ ସ୍ଥାନରେ

ଜେନେଭା, ୧୧।୭: ଚଳିତ ୨୦୨୦ ବର୍ଷରେ ପୃଥିବୀରେ ୧୧ କୋଟିରୁ ଅଧିକ ଶିଶୁ ଜନ୍ମ ହେବେ। କରୋନା ମହାମାରୀ ସଙ୍କଟରେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ମାର୍ଚ୍ଚ ୧୧ଠାରୁ ଡିସେମ୍ବର ୧୬ ମଧ୍ୟରେ ଶିଶୁମାନେ ଜନ୍ମନେବେ ବୋଲି ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ସମୟ ମଧ୍ୟରେ ଭାରତରେ ୨ କୋଟି ୧୦ ଲକ୍ଷ ଶିଶୁ ଜନ୍ମ ନେବେ। ଭାରତ ଶିଶୁ ଜନ୍ମ ସଂଖ୍ୟା କ୍ଷେତ୍ରରେ ପୃଥିବୀରେ ପ୍ରଥମ ସ୍ଥାନରେ ରହିବ। ଏହାପଛକୁ ଚାଇନା ଦ୍ୱିତୀୟ ସ୍ଥାନରେ ରହିବ। ଚାଇନାରେ କୋଟିଏ ୩୫ ଲକ୍ଷ ଶିଶୁ ଜନ୍ମ ହେବେ ବୋଲି ୟୁନିସେଫ୍‌ କହିଛି। କରୋନା ସଙ୍କଟ ଯୋଗୁ ପ୍ରସୂତି ଏବଂ ନବଜାତ ଶିଶୁଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କେତେକ କ୍ଷେତ୍ରରେ ସମ୍ଭବ ହେବ ନାହିଁ ବୋଲି ରିପୋର୍ଟ ଉଲ୍ଲେଖ ରହିଛି। ସାଧାରଣତଃ ପ୍ରତିବର୍ଷ ପୃଥିବୀରେ ୨୮ ଲକ୍ଷରୁ ଅଧିକ ମା’ ଏବଂ ଶିଶୁଙ୍କର ମୃତ୍ୟୁ ଘଟିଥାଏ। ଚଳିତ ବର୍ଷ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ମହାମାରୀରେ ପୃଥିବୀର ଜନସଂଖ୍ୟା ଅନ୍ୟ ବର୍ଷ ତୁଳନାରେ ଅଧିକ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ମାଆଙ୍କୁ ‘I LOVE U’ ଲେଖି କାହିଁକି ଜୀବନ ହାରିଲେ ୟୁଟ୍ୟୁବର? ଜାଣନ୍ତୁ ଏହା ପଛର କାରଣ

ହାଇଦ୍ରାବାଦ,୨୬।୨: ସୋମବାର (୨୩ ଫେବୃଆରୀ) ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଥିବା ଏକ ଭଡା ଘରେ (ଆପାର୍ଟମେଣ୍ଟ)ରେ ୨୧ ବର୍ଷୀୟା ୟୁଟ୍ୟୁବର ବୋନୁ କୋମାଲିଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର…

ଶାହିନ ଆଫ୍ରିଦିଙ୍କୁ ନେଇ ଶ୍ୱଶୁର ଶାହିଦ ଆଫ୍ରିଦି କ’ଣ କହିଲେ? ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୨: ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ICC T20 ବିଶ୍ୱକପ ୨୦୨୬ ସମୟରେ ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କୁ ଟିମ ଇଣ୍ଡିଆ ବିପକ୍ଷରେ…

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଏହି ଦିନ ହେବ…

ଭୁବନେଶ୍ୱର,୨୬।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୫ ଯାଏ ନାମାଙ୍କନ ଦାଖଲ ପ୍ରକ୍ରିୟା ହେବ। ୬ରେ ଯାଞ୍ଚ…

ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ: ସତ୍ୟ, ବାସ୍ତବତାକୁ ଆପଣାଇଛି ଭାରତ

ଜେରୁଜେଲମ୍‌,୨୬ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶତ ପ୍ରଶଂସାରେ ପୋତି ପକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ମୋଦି କେବଳ ଉତ୍ତମ ବନ୍ଧୁ ନୁହନ୍ତି, ଭାଇଠାରୁ ବି ଅଧିକ। ଭାରତ-ଇସ୍ରାଏଲ…

କର ବା ମର ସ୍ଥିତିରେ ଭାରତ: ହାରିଲେ ଟି-୨୦ ବିଶ୍ୱକପ୍‌ରୁ ହେବ ବିଦା

ଚେନ୍ନାଇ,୨୫ା୨(ପି.ଟି.): ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଜିମ୍ବାଓ୍ବେକୁ ଭେଟିବାକୁ ଯାଉଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ବଡ଼…

ଭାରତର ଚିକେନ-ଅଣ୍ଡାକୁ ବ୍ୟାନ୍‌; ଏହି ଦେଶ ନେଲା ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୬।୨: ସାଉଦି ଆରବ ଭାରତୀୟ କୁକୁଡ଼ା ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ଖବର ଜାରି କରିଛି। ସାଉଦି ଆରବର ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ (SFDA)…

ଭୋଜି ଖାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ରଘୁନାଥ: ଆଜି ସକାଳୁ…

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ…

ପୋଲରେ ଝୁଲିପଡ଼ିଲା ବସ୍‌: ପ୍ରାଣ ବିକଳରେ ଯାତ୍ରୀ…

ଅତାବିରା, ୨୬।୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ନଂ ଜାତୀୟ ରାଜପଥର ଅତାବିରାରେ ଏକ ବସ ଦୁର୍ଘଟଣା l ଆଜି ସକାଳ ୮ଟା ସମୟରେ ବଣ୍ଟି ନାମକ ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri