ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସୋମବାର ନିଲମ୍ବିତ କରାଯାଇଛି। ଏନେଇ ବିଜେଡିର ଉପସଭାପତି ପ୍ରତାପ ଜେନା ବିଜେଡି କାର୍ଯ୍ୟାଳୟ ଚିଠି ନମ୍ବର ୦୧/୦୪/ଏସବି / ବିଜେଡି /୨୦୨୬ରେ ନିର୍ଦ୍ଦେଶନାମା ଜାରି କରିବା ସହ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ , ଗତ ଏମଏଲଏ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ପାଇଁ ବାସୁଦେବପୁରରେ ବିଜେଡି ପରାଜିତ ହୋଇଥିଲା । ଯାହାକୁ ନେଇ ବିଜେଡି ଶିବିରରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରାଜୟ ପାଇଁ ମଣ୍ଡଳଙ୍କୁ ବିଜେଡିକର୍ମୀ ଦାୟୀ କରିଥିଲେ। ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କର ଦଳରେ ସ୍ଥାନ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

Share
Tags: odisha