ଆମାଜନ ଗ୍ଲୋବାଲରେ ଏମ୍‌ଏସ୍‌ଏମ୍‌ଇଙ୍କ ୨ ବିଲିୟନ ଡଲାର ରପ୍ତାନି

ନୂଆଦିଲ୍ଲୀ,୨୦।୭: ପ୍ରମୁଖ ଇ-କମର୍ସ କମ୍ପାନୀର ବିଶ୍ୱ ବଜାର ବିକ୍ରି କାର୍ଯ୍ୟକ୍ରମ ଆମାଜନ ଗ୍ଲୋବାଲରେ ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକ ୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୫ରେ ଏହି କାର୍ଯ୍ୟକ୍ରମକୁ କମ୍ପାନୀ ଆରମ୍ଭ କରିଥିଲା। ଆମାଜନର ୧୫ ଓ୍ବେବ୍‌ସାଇଟରେ ବିଶ୍ୱବଜାରକୁ ରପ୍ତାନି ସୁଯୋଗ କମ୍ପାନୀଗୁଡିକ ଏହା ଦ୍ୱାରା ଲାଭ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର କେତେଜଣ ସେଲରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬୦ ହଜାର ରପ୍ତାନିକାରୀ ଯୋଡି ହୋଇଛନ୍ତି। ୨୦୨୫ ସୁଦ୍ଧା ଏହି ବର୍ଗରେ ରପ୍ତାନିକୁ ୧୦ ବିଲିୟନ ଡଲାରକୁ ବଢ଼ାଇବାକୁ ଯୋଜନା ରଖାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ଏମ୍‌ଏସ୍‌ଏମ୍‌ଇ ବିଶ୍ୱବଜାରକୁ ଅଧିକ ସାମଗ୍ରୀ କିଭଳି ପଠାଇପାରିବେ ସେ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଏହି ଅବସରରେ ସେ ଗଡକରୀ ଆମାଜନର ରପ୍ତାନି ଡାଇଜେଷ୍ଟକୁ ଉନ୍ମୋଚନ କରିଥିଲେ। ଏଭଳି ଏକ ପଦକ୍ଷେପ ଦ୍ୱାରା ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ କମ୍ପାନୀଗୁଡିକର ଉନ୍ନତି ଏବଂ ନିଯୁକ୍ତି ସୃଷ୍ଟି ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଆମାଜନର ବରିଷ୍ଟ ଉପସଭାପତି ତଥା କଣ୍ଟ୍ରି ମୁଖ୍ୟ ଅମିତ ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri