Posted inଖେଳ

୭୮ ବର୍ଷରେ ପ୍ରଥମ ଥର ପାଇଁ ୨ ବ୍ୟାଟ୍ସମ୍ୟାନ ରଚିଲେ ଇତିହାସ: ବିଶ୍ୱ କ୍ରିକେଟ ଚକିତ

ନୂଆଦିଲ୍ଲୀ, ୨୭।୨: ରଣଜୀ ଟ୍ରଫିରେ ନମ୍ବର ୧୦ ଏବଂ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି। ତନୁଷ କୋଟିୟାନ ଏବଂ ତୁଷାର ଦେଶପାଣ୍ଡେ ୧୦ ନମ୍ବର ଏବଂ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିବା ପରେ ଶତକ ହାସଲ କରିଛନ୍ତି। ରଣଜୀ ଇତିହାସରେ ଏହା ଐତିହାସିକ। ଶେଷ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୨୩୨ ରନ ଭାଗିଦାରୀ ହୋଇଥିଲା। ଏହି ସମୟ ମଧ୍ୟରେ ତୁଷାର ଦେଶପାଣ୍ଡେ ୧୦ ଚୌକା ଓ ୮ ଛକା ସହାୟତାରେ ୧୨୯ ବଲରେ ୧୨୩ ରନ ସଂଗ୍ରହ କରିଥିବାବେଳେ ତନୁଶ କୋଟିୟାନ ୧୨୯ ବଲରେ ଅପରାଜିତ ୧୨୦ ରନ ସଂଗ୍ରହ କରିଥିଲେ। ସେଥିରେ ୧୦ ଚ ଚୌକା ଓ ଚାରି ଛକା ମାରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଉଭୟ ନମ୍ବର ୧୦ ଏବଂ ୧୧ ବ୍ୟାଟ୍ସମ୍ୟାନ ଶତକ ହାସଲ କରିବା ଅତ୍ୟନ୍ତ ବିରଳ।
ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଏହା ଦ୍ୱିତୀୟ ଥର ଯେତେବେଳେ ନମ୍ବର-୧୦ ଏବଂ ନମ୍ବର-୧୧ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ଏହାପୂର୍ବର ୧୯୪୬ରେ ଇଣ୍ଡିଆନ୍ସ ଏବଂ ସରେଙ୍କ ମଧ୍ୟରେ ହୋଇଥିବା ମ୍ୟାଚରେ ଏହା ଘଟିଥିଲା। ସେତେବେଳେ ଚନ୍ଦୁ ସରବଟେ ଏବଂ ଶୁଟ ବାନାର୍ଜୀ ଯଥାକ୍ରମେ ୧୨୪ ଏବଂ ୧୨୧ ରନ ଇନିଂସ ଖେଳି ଇତିହାସ ସୃଷ୍ଟି କରିଥିଲେ।
ତନୁଶ କୋଟିୟାନ ଇଣ୍ଡିଆ ଅଣ୍ଡର-୧୯ ଦଳ ପାଇଁ ଖେଳିଛନ୍ତି ଏବଂ ଘରୋଇ ସର୍କିଟରେ ମୁମ୍ବାଇ ପାଇଁ ଖେଳିଛନ୍ତି। ଏହି ବ୍ୟାଟ୍ସମ୍ୟାନ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି, କିନ୍ତୁ ଏହା ହେଉଛି ତାଙ୍କର ପ୍ରଥମ ଶତକ। ଏହି ବୋଲର ୨୩ଟି ପ୍ରଥମ ଶ୍ରେଣୀ ମ୍ୟାଚ ରେ ହାରାହାରି ୩୮.୧୨ରେ ୯୧୫ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ତୁଷାର ଦେଶପାଣ୍ଡେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି ଏବଂ ଆଇପିଏଲ ୨୦୨୨ ପାଇଁ ଖେଳାଳିଙ୍କ ମେଗା ନିଲାମରେ ଚେନ୍ନାଇ ୨୦ଲକ୍ଷ ଟଙ୍କାରେ କିଣିଥିଲା।
ତନୁଷ କୋଟିୟାନ ଏବଂ ତୁଷାର ଦେଶପାଣ୍ଡେଙ୍କ ଯୋଡି ବର୍ତ୍ତମାନ ରଣଜୀରେ ଦଶମ ଉଇକେଟ ପାଇଁ ଦ୍ୱିତୀୟ ସର୍ବାଧିକ ଭାଗିଦାରୀ କରିବାର ରେକର୍ଡ ରହିଛି। ମୁମ୍ବାଇର ବି.କେ. ଗ୍ରାଉଣ୍ଡରେ ବରୋଦା ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ ସମୟରେ ସେମାନେ ଦଶମ ଉଇକେଟ ପାଇଁ ୨୩୨ ରନ ଭାଗିଦାରୀ କରିଥିଲେ ଏବଂ ଦଶମ ଉଇକେଟ ପାଇଁ ସବୁଠୁ ବଡ ଭାଗିଦାରୀ ହେବାର ରେକର୍ଡକୁ ମାତ୍ର ଦୁଇଟି ରନ ପଛରେ ରହିଯାଇଥିଲେ। ରଣଜୀରେ ସବୁଠାରୁ ବଡ ଭାଗିଦାରୀ କରିବାର ରେକର୍ଡ ଅଜୟ ଶର୍ମା ଏବଂ ମଣିନ୍ଦର ସିଂଙ୍କ ନାମରେ ଅଛି, ଯିଏ ୧୯୯୧-୯୨ ସିଜନରେ ମୁମ୍ବାଇ ବିପକ୍ଷରେ ଦିଲ୍ଲୀ ପକ୍ଷରୁ ଦଶମ ଉଇକେଟ ପାଇଁ ୨୩୩ ରନ ରେକର୍ଡ ଭାଗିଦାରୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri