ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର

ପୁରୀ,୨୯।୭: ପୁରୀ ଜିଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚୋରି ମାମଲାରେ ବାଇକ୍‌ ସହ ୨ ଅଭିଯୁକ୍ତ ଗିରଫ ହେଇଥିଲେ।

ଅନ୍ୟପକ୍ଷେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।