Posted inଖେଳ

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ ଆରମ୍ଭ ହୋଇଥିଲା। ଯେଉଁଠାରେ ଭାରତୀୟ ଦଳ ମାତ୍ର ୪୬ ରନରେ ଆଉଟ୍ ହୋଇଯାଇଛି। ଏହା ହେଉଛି ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ଭାରତୀୟ ମାଟିରେ ମଧ୍ୟ କୌଣସି ଦଳର ଏହା ସର୍ବନିମ୍ନ ସ୍କୋର। ଏଥିରେ ଭାରତୀୟ ଦଳର ପାଞ୍ଚ ଜଣ ବ୍ୟାଟର ଶୁନରେ ଆଉଟ୍ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ ହେନେରୀ ସବୁଠାରୁ ସଫଳ ବୋଲର ଭାବେ ୫ ୱିକେଟ୍ ନେଇଥିଲେ, ତାଙ୍କ ପଛକୁ ଉଇଲିୟମ ଓରୁର୍କି ୪ ଟି ଏବଂ ଟିମ୍ ସାଉଥି ଗୋଟିଏ ଉଇକେଟ ନେଇଥିଲେ।

ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତନ ଦେଖିବାକୁ ମିଳିଥିଲା। ସର୍ଫରାଜ ଖାନଙ୍କୁ ଆହତ ଶୁଭମନଙ୍କ ସ୍ଥାନରେ ସୁଯୋଗ ମିଳିଥିଲା। ସେହିପରି ଆକାଶ ଦୀପଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ତୃତୀୟ ସ୍ପିନର ଭାବେ ଦଳରେ ସାମିଲ କରାଯାଇଥିଲା।

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିଥିଲେ। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ୬ ଓଭରରେ ଭୟଙ୍କର ବୋଲିଂ କରିଥିଲେ, ଭାରତୀୟ ଦଳ ମାତ୍ର ୯ ରନ୍ ସ୍କୋର କରିପାରିଥିଲା। ଫଳରେ ପ୍ରାରମ୍ଭିକ ଚାପର ପ୍ରଭାବ ରୋହିତଙ୍କ ଉପରେ ଦେଖିବାକୁ ମିଳିଥିଲା ଏବଂ ସେ ଟିମ୍ ସାଉଥୀଙ୍କ ବଲରେ ମାତ୍ର ୨ ରନ୍ କରି ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ବିରାଟ କୋହଲି (୦) ଏବଂ ସର୍ଫରାଜ ଖାନ(୦) ମଧ୍ୟ ଆଉଟ୍ ହୋଇଥିଲେ। ଏକ ସମୟରେ ଭାରତର ସ୍କୋର ୯-୦ ଥିଲା, କିନ୍ତୁ ୧୦ ରନ୍ ସ୍କୋର ହେବା ବେଳକୁ ତିନୋଟି ୱିକେଟ୍ ଖସି ଯାଇଥିଲା।

ଏହା ପରେ ଋଷଭ ପନ୍ତ ଏବଂ ଯଶସ୍ୱୀ ଜୈସ୍ବାଲ (୧୩) କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ। କିନ୍ତୁ ଜୈସ୍ବାଲ ଅଜାଜ ପଟେଲଙ୍କ ଦ୍ୱାରା ୱିଲିୟମ୍ ଓ’ରକେଙ୍କ ବଲରେ ଆଉଟ ହୋଇଥିଲେ। ଏହିପରି ଭାରତୀୟ ଦଳ ୩୧ ରନରେ ଚତୁର୍ଥ ଝଟକା ପାଇଥିଲା। ଏହାର କିଛି ସମୟ ପରେ କେଏଲ ରାହୁଲ (୦) ମଧ୍ୟ ପଞ୍ଚମ ୱିକେଟ୍ ଭାବରେ ୩୩ ରନରେ ନିଜର ଉଇକେଟ ହରାଇ ବସିଥିଲେ। ଏହାପରେ ରବିନ୍ଦ୍ର ଜାଡେଜା ମଧ୍ୟ ଏକ ଦାୟିତ୍ୱହୀନ ଶଟ୍‌ ଖେଳି ଶୁଣରେ ଆଉଟ ହୋଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ(୦) ପ୍ରଥମ ବଲରେ ମ୍ୟାଟ ହେନେରୀଙ୍କ ବୋଲିଂରେ ଆଉଟ ହୋଇଥିଲେ।

ଭାରତୀୟ ଇନିଂସରେ କେବଳ ଋଷଭ ପନ୍ତ କିଛି ସମୟ ଲୟରେ ଥିବା ଲାଗୁଥିଲେ ମଧ୍ୟ ୨୦ ରନ୍ ସ୍କୋର କରିବା ପରେ ମ୍ୟାଟ ହେନେରୀଙ୍କ ବୋଲରେ ଅଷ୍ଟମ ଖେଳାଳି ଭାବେ ଆଉଟ ହୋଇଥିଲେ। ଏହାପରେ ଜସପ୍ରୀତ ବୁମ୍ରା (୧) ନବମ ଖେଳାଳି ଭାବେ ଆଉଟ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ ହେନେରୀ ୫ ୱିକେଟ୍, ଟିମ୍ ସାଉଥୀ ୧ ୱିକେଟ୍ ଏବଂ ୱିଲିୟମ୍ ଓ’ରକେ ୪ ୱିକେଟ୍ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?