ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭ା୯(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୮,୫୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪ ଏବଂ ସମ୍ବଲପୁରରୁ ୨୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୧୨, କଳାହାଣ୍ଡି ୧୦, ବଲାଙ୍ଗୀର ୮, କଟକ ୭, ନୟାଗଡ଼ ୭, ପୁରୀ ୭, ଯାଜପୁର ୬, କେନ୍ଦ୍ରାପଡ଼ା ୫, କୋରାପୁଟ ୫, ନୂଆପଡ଼ା ୫, ଗଞ୍ଜାମ ୩, ସୋନପୁର ୩, ଅନୁଗୋଳ ୨, ବରଗଡ଼ ୨, ଦେବଗଡ଼ ୨, ମୟୂରଭଞ୍ଜ, ରାୟଗଡ଼ାରୁ ୨ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ା, ମାଲକାନଗିରି ଏବଂ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୮।