Posted inଜାତୀୟ

୧୯ ଭାରତୀୟ କମ୍ପାନୀ ଉପରେ ଆମେରିକାର କଟକଣା

ନୂଆଦିଲ୍ଲୀ,୩ା୧୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧରେ ଆଧୁନିକ ପ୍ରଯୁକ୍ତି ଓ ଉପକରଣ ସହାୟତା ଯୋଗାଉଥିବା ୧୯ ଭାରତୀୟ କମ୍ପାନୀ ସମେତ ବିଶ୍ୱର ପ୍ରାୟ ୪୦୦ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆମେରିକା କଟକଣା ଲଗାଇଛି। ପ୍ରମୁଖ ସାମରିକ ପ୍ରଯୁକ୍ତି ସଂସ୍ଥାଗୁଡ଼ିକରୁ ରୁଷିଆ ଯେପରି କୌଣସି ସହଯୋଗ ନ ପାଇବ, ତାହା ଉକ୍ତ କଟକଣାର ଲକ୍ଷ୍ୟ।
କଟକଣା ଲାଗୁ ହୋଇଥିବା କମ୍ପାନୀ ମଧ୍ୟରେ ଭାରତ ବ୍ୟତୀତ ଚାଇନା, ସୁଇଜରଲାଣ୍ଡ, ଥାଇଲାଣ୍ଡ ଏବଂ ତୁର୍କୀର ପ୍ରଯୁକ୍ତି ଯୋଗାଣକାରୀ ସଂସ୍ଥା ରହିଥିବା ଆମେରିକା ଟ୍ରେଜେରି ବିଭାଗ କହିଛି। ଏଥିସହିତ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ଟାର୍ଗେଟ୍‌ କରିଛି। ଏହି ଅଫିସରମାନେ ଚଳିତ ବର୍ଷ ଆରମ୍ଭରେ ନିଯୁକ୍ତି ପାଇଥିଲେ। ସେହିପରି ରୁଷିଆର ପ୍ରତିରକ୍ଷା କମ୍ପାନୀ ଏବଂ ଏହାର ଭବିଷ୍ୟତ ଶକ୍ତି ଉତ୍ପାଦନ ଓ ରପ୍ତାନିକୁ ସହଯୋଗ କରୁଥିବା କମ୍ପାନୀଗୁଡ଼ିକ ଉପରେ ମଧ୍ୟ କଟକଣା ଜାରି ହୋଇଛି। ରୁଷିଆ ଯୁଦ୍ଧ ପାଇଁ ଆବଶ୍ୟକ କରୁଥିବା ଗୁରୁତ୍ୱପୂର୍ଣ୍ଣ ଉପକରଣ ଓ ପ୍ରଯୁକ୍ତି ଯେପରି ପହଞ୍ଚତ୍ ନ ପାରେ ସେଥିପାଇଁ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଗୁଡ଼ିକ ବିଶ୍ୱବ୍ୟାପୀ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଜାରି ରଖିବେ ବୋଲି ଟ୍ରେଜେରି ବିଭାଗ ଉପସଚିବ ଓ୍ବାଲି ଆଡେୟେମୋ କହିଛନ୍ତି।
ଭାରତର କେତେକ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଲଗାଯାଇଥିବା କଟକଣା ସମ୍ପର୍କରେ ସ୍ପଷ୍ଟୀକରଣ ନେଇ ନୂଆଦିଲ୍ଲୀ ଓ୍ବାଶିଂଟନ ସହ ଯୋଗାଯୋଗରେ ରହିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ରଣନୀତିକ ବାଣିଜ୍ୟ ଏବଂ ଆଣବିକ ଅପ୍ରସାର ନିୟନ୍ତ୍ରଣ ନେଇ ଭାରତର ଦୃଢ଼ ଆଇନଗତ ଓ ନିୟାମକ ଢାଞ୍ଚା ରହିଛି। ଭାରତ ୩ଟି ପ୍ରମୁଖ ବହୁପାକ୍ଷିକ ଅପ୍ରସାର ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥାର ସଦସ୍ୟ ରହିଥିବା ଜୟସ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri