Posted inଜାତୀୟ

ଫୁଟ୍‌ପାଥ୍‌ରେ ୧୯ ହଜାର ପିଲା

ନୂଆଦିଲ୍ଲୀ,୧୪।୨: ଭାରତର ୧୯ ହଜାରରୁ ଊର୍ଦ୍ଧ୍ୱ ପିଲା ଫୁଟ୍‌ପାଥରେ ସେମାନଙ୍କ ମାଆବାପାଙ୍କ ସହ କିମ୍ବା ଏକାକୀ ରହୁଛନ୍ତି। ୮୮୨ ଶିଶୁ ଏକା ଏକା ରାସ୍ତା କଡ଼ରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଏକାକୀ ରହୁଥିବା ଶିଶୁଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶର ବୋଲି ବାଲ୍‌ ସ୍ବରାଜ ପୋର୍ଟାଲ ତଥ୍ୟରୁ ଜଣାପଡ଼ିଛି। ଏହି ତଥ୍ୟ ଅନୁଯାୟୀ ରାସ୍ତା ପାର୍ଶ୍ୱରେ ମୋଟ ୧୯,୫୪୬ ପିଲା ରହୁଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୫,୧୫୩ ଜଣ ଫୁଟ୍‌ପାଥ୍‌ରେ ଜୀବନ ଯାପନ କରୁଥିବାବେଳେ ଗୁଜରାଟରେ ୧,୯୯୦, ଦିଲ୍ଲୀରେ ୧,୮୫୩, ତାମିଲନାଡୁରେ ୧,୭୧୯, ମଧ୍ୟପ୍ରଦେଶରେ ୧,୪୯୧, କର୍ନାଟକରେ ୧,୨୨୦ ଏବଂ ଉତ୍ତରପ୍ରଦେଶରେ ୧,୦୩୮ ଜଣ ଶିଶୁ ରାସ୍ତା ପାର୍ଶ୍ୱରେ ରହିଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌) ଏହି ଶିଶୁମାନଙ୍କ ଯତ୍ନ ନେବା ଆବଶ୍ୟକ ବୋଲି ବାଲ୍‌ ସ୍ବରାଜ ପୋର୍ଟାଲ ପକ୍ଷରୁ କୁହାଯାଇଛି।
ମୋଟ ୧୯,୫୪୬ ଜଣଙ୍କ ମଧ୍ୟରୁ ୧୦,୪୦୧ ଜଣ ରାସ୍ତା ପାର୍ଶ୍ୱରେ ସେମାନଙ୍କ ପରିବାର ସହ ରହୁଥିବାବେଳେ ୮,୨୬୩ ଜଣ ଦିନ ବେଳା ଫୁଟ୍‌ପାଥରେ ଏବଂ ରାତିରେ ସେମାନଙ୍କ ବସ୍ତିରେ ରହୁଛନ୍ତି। ୟୁପିର ୨୭୦ ପିଲା ବିନା ପରିବାର ଓ ମାଆବାପାଙ୍କ ସହାୟତାରେ ରାସ୍ତା ପାର୍ଶ୍ୱରେ ଜୀବନ ବିତାଉଛନ୍ତି। ଏହା ପଛକୁ ତାମିଲନାଡ଼ୁର ୧୨୪ ଥିବାବେଳେ କର୍ନାଟକର ୧୦୫, ଦିଲ୍ଲୀର ୬୧, ମଧ୍ୟପ୍ରଦେଶର ୪୫ ଏବଂ ମହାରାଷ୍ଟ୍ରର ୩୯ ପିଲା ରହିଛନ୍ତି। ଏହି ପିଲାମାନେ ମୁଖ୍ୟତଃ ଭିକ୍ଷା ମାଗି, ଛୋଟମୋଟ କାମ କରି କିମ୍ବା ରାସ୍ତା କଡ଼ରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଜୀବନ ବଞ୍ଚାଇଥାନ୍ତି ବୋଲି ଏନ୍‌ସିପିସିଆର୍‌ କହିଛି। ସେମାନଙ୍କ ମଧ୍ୟରୁ କେତେଜଣ ଭିନ୍ନକ୍ଷମ, ମାଆବାପା ଛେଉଣ୍ଡ ଯୋଗୁ ଏକୁଟିଆ ଫୁଟ୍‌ପାଥରେ ରହିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri