ଜାନୁୟାରୀରେ ୧୮,୨୬,୬୬୯ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୭।୨: ଚଳିତ ବର୍ଷ ଜାନୁୟାରୀ ମାସରେ ଦେଶର ଅଟୋମୋବାଇଲ ସେଲ (ଯାନ ବିକ୍ରି) ପୂର୍ବ ବର୍ଷର ସମାନ ଅବଧିୀର ବିକ୍ରି ଅପେକ୍ଷା ପ୍ରାୟ ୧୪% (୧୩.୫୬) ବୃଦ୍ଧି ପାଇଥିବା ଜଣାପଡିଛି। ଏପରିକି ୨୦୨୩ ଜାନୁୟାରୀରେ ଦେଶର ମୋଟ ୧୮,୨୬,୬୬୯ ୟୁନିଟ ଗାଡ଼ି ବିକ୍ରି ହୋଇଥିବା ବେଳେ ୨୦୨୨ ଜାନୁୟାରୀରେ ଏହାର ପରିମାଣ ୧୬,୦୮,୫୦୫ ୟୁନିଟ କରାଯାଇଥିବା ଫେଡେରେସନ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍‌ (ଫାଡା) ପକ୍ଷରୁ କୁହାଯାଇଛି। ଏପରିକି ସୋମବାର ଫାଡା ପକ୍ଷରୁ ୨୦୨୩ ଜାନୁୟାରୀ ମାସର ଗାଡ଼ି ବିକ୍ରି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ସେହିଭଳି ୨୦୨୩ ଜାନୁୟାରୀରେ ୨ ଚିକିଆ ଗାଡ଼ି ୧୦%, ୩ ଚିକିଆ ଗାଡ଼ି ୫୯%, ଯାତ୍ରୀବାହୀ ଗାଡ଼ି ୨୨%, ଟ୍ରାକ୍ଟର ୮% ଏବଂ ବାଣିଜ୍ୟକ ଗାଡ଼ି ୧୬ % ବିକ୍ରି ହୋଇଥିବା ଫାଡା ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଫାଡାର ସଭାପତି ମନିଷ ରାଜ ସିଂଘାଣିଆ କହିଛନ୍ତି, ଦେଶରେ ଯାତ୍ରୀବାହୀ ଗାଡ଼ି ବୁକିଂ ଅର୍ଡ଼ର ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଦେଶରେ ୨ ଚିକିଆ ଗାଡ଼ି ବିକ୍ରି ପ୍ରଦର୍ଶନ ଭଲ ରହୁଛି, ବିଶେଷ କରି ଗ୍ରାମଞ୍ଚଳରେ ଗାଡ଼ି ବିକ୍ରିରେ ଭଲ ପ୍ରଦର୍ଶନ କରିନାହିଁ। ତେବେ ୩ ଚିକିଆ ଗାଡ଼ି ବିକ୍ରି ଦେଶରେ ପୂର୍ବବର୍ଷ ତୁଳନାରେ ୬୦% ବୃଦ୍ଧି ପାଇଛି। ଏପରିକି ଯାତ୍ରୀବାହୀ ଗାଡ଼ି ପୂର୍ବବର୍ଷ ତୁଳନାରେ ୨୨% ବୃଦ୍ଧି ହୋଇଛି। ସେହିଭଳି ୨୦୨୧ ଜାନୁୟାରୀରୁ ୧୦ % ଏବଂ ୨୦୨୦ ଜାନୁୟାରୀ ଠାରୁ ୮% ଗାଡ଼ି ବିକ୍ରିରେ ବୃଦ୍ଧି ଘଟିଛି। ଏତ୍‌ଦବ୍ୟତୀତ ବଜାରରେ ବିଳାସପୂର୍ଣ୍ଣ ଗାଡ଼ି ମାନଙ୍କ ମଧ୍ୟରେ ମାରୁତି ସୁଜୁକି ଗାଡ଼ି ଦେଶରେ ବିକ୍ରି କରିବାରେ ଭଲ ପ୍ରଦର୍ଶନ ଜାରି ରଖିଛି। ଏହା ପରେ ହୁଣ୍ଡାଇ ମୋଟର ଏବଂ ଟାଟା ମୋଟର୍ସର ଗାଡ଼ି ବିକ୍ରି ଉସତ୍ାହଜନକ ରହିଥିଲା ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri