Posted inଖେଳ

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି। ଶେଷ ଓଭରରୁ ବିଜୟ ପାଇଁ ୧୮ ରନ ଆବଶ୍ୟକ ଥିବାବେଳେ ମୁମ୍ବାଇ ପକ୍ଷରୁ ବୋଲିଂ ଭାର ପାଇଥିଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ନାଟ୍‌-ସ୍କିଭର ବ୍ରଣ୍ଟ। ପ୍ରଥମ ଦୁଇଟି ବଲ୍‌ରୁ ରନ ସଂଗ୍ରହ କରିପାରି ନ ଥିଲେ କ୍ଲାର୍କ। ମାତ୍ର ପରବର୍ତ୍ତୀ ୪ଟି ବଲ୍‌କୁ ଯଥାକ୍ରମେ ଛକା, ଚୌକା, ଛକା ଓ ଚୌକାରେ ପରିଣତ କରି ଆରସିବି ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ମୁମ୍ବାଇ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ ରନ କରିଥିବାବେଳେ ଆରସିବି ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରି ନେଇଥିଲା। ଫଳରେ ଏକଦା ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିବା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଶେଷରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବି ଅଧିନାୟିକା ସ୍ମୃତି ମନ୍ଧାନା। ଅଧିନାୟିକାଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଦଳର ବୋଲରମାନେ ପାଓ୍ବାରପ୍ଲେ ୬ ଓଭରରେ ମାତ୍ର ୩୪ ରନ ବ୍ୟୟ କରିଥିଲେ। ୧୫ ଓଭରରେ ଯାଇ ମୁମ୍ବାଇ ସ୍କୋର ୧୦୦ ଛୁଇଁଥିଲା। ମାତ୍ର ପରବର୍ତ୍ତୀ ୫ ଓଭରରେ ଦଳ ୫୪ ରନ କରିବାରୁ ସ୍କୋର ୧୫୦ ଅତିକ୍ରମ କରିଥିଲା। ଦଳ ପକ୍ଷରୁ ସଜିଭନ ସଜନା ସର୍ବାଧିକ ୪୫, ନିକୋଲା କାରେ ୪୦ ଓ ଗୁନାଲାନ କମଲିନି ୩୨ ରନ କରିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ ନାଦିନେ ଡି କ୍ଲାର୍କ ସର୍ବାଧିକ ୪ଟି ଏବଂ ଲୌରେନ ବେଲ୍‌ ଓ ଶ୍ରୀୟଙ୍କା ପାଟିଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆରସିବି ଯଦିଓ ଓପନିଂ ଯୋଡ଼ିରେ ୨୩ ବଲ୍‌ରୁ ୪୦ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲା ତେବେ ୬୫ ରନ ମଧ୍ୟରେ ୫ ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ତେବେ ଅର୍ଦ୍ଧଶତକ ସହ ୪୪ ବଲ୍‌ରୁ ୬୩ (୭ ଚୌକା, ୨ ଛକା) ରନର ମ୍ୟାଚ ବିଜୟୀ ଇନିଂସ ଖେଳି ଆରସିବିକୁ ଜିତାଇଥିଲେ କ୍ଲାର୍କ। ଫଳରେ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଥିଲା। ମୁମ୍ବାଇ ପକ୍ଷରୁ ନିକୋଲା କାରେ ଓ ଆମେଲିଆ କେର ୨ଟି ଲେଖାଏ ଏବଂ ନାଟ ସ୍କିଭର ବ୍ରଣ୍ଟ, ଶବନାଇମ ଇସମାଇଲ ଓ ଅମନଜୋତ କୌର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁନା କିଣିବାକୁ ନେଇ ଆସିଲା ନୂଆ ନିୟମ, ୧ ଏପ୍ରିଲରୁ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୭।୨: ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଆମର ପୋର୍ଟଫୋଲିଓର ସବୁଠାରୁ ସୁରକ୍ଷିତ ଅଂଶ…

ମଙ୍ଗଳବାର ଚନ୍ଦ୍ରଗ୍ରହଣ: ଏହି ରାଶି ଉପରେ ପଡିବ ବଡ଼ ପ୍ରଭାବ, ଗ୍ରହଣ ସମୟରେ କ’ଣ କରିବେ ଜାଣନ୍ତୁ…

ଆସନ୍ତା ମାର୍ଚ୍ଚ ୩ ତାରିଖ ୨୦୨୬ ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା)ମଙ୍ଗଳବାର ଦିନ କେତୁ ଗ୍ରାସ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ପୂର୍ବାହ୍ନ ୩.୨୦ ଘଟିକା ରହିଛି ।…

ଦୀପିକାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟ

ଅଭିନେତ୍ରୀ ଦୀପିକା ପାଦୁକୋଣ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ସେ ଏବେ ଝିଅ ଦୁଆ ସହ ସମୟ ବିତାଉଛନ୍ତି। ମା’ ହେବା ପରଠାରୁ ସେ କୌଣସି ଫିଲ୍ମରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୬୦ ପ୍ରତିଶତ ପାର ହେବ କେନ୍ଦ୍ର କର୍ମଚାରୀଙ୍କ DA! ଆସନ୍ତା ମାସରେ ହୋଇପାରେ ବଡ଼ ଘେଷଣା, ମିଳିବ ଏତିକି ମାସର ଏରିୟର

ନୂଆଦିଲ୍ଲୀ,୨୭।୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଡିସେମ୍ବର ୨୦୨୫ ପାଇଁ CPI-IW (ଉଦ୍ୟୋଗିକ…

ରଶ୍ମିକା-ବିଜୟ ଦେବରକୋଣ୍ଡାଙ୍କ ମୋଟ ସମ୍ପତ୍ତି କେତେ? ଫିଲ୍ମ ବ୍ୟତୀତ ଏଠାରୁ କମାନ୍ତି ମୋଟାଅଙ୍କର ଟଙ୍କା…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ 26 ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାକୁ ବର୍ଷର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ବିବାହ ମଧ୍ୟରୁ…

RBI ଛୁଟି ତାଲିକା, କାଲିଠୁ ଲଗାତାର୍ ପାଞ୍ଚଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୭।୨: ଯଦିି କୌଣସି ବ୍ୟାଙ୍କ କାମ ଥାଏ, ତାହେଲେ ଶୀଘ୍ର ଶେଷ କରିବା ଜରୁରୀ । ଶନିବାର ଠାରୁ ଲଗାତାର ପାଞ୍ଚଦିନ ବନ୍ଦ ରହିବ ବ୍ୟାଙ୍କ ।…

ଦୋଷମୁକ୍ତ ହେବା ପରେ ବି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କେଜରିଓ୍ବାଲ-ସିସୋଡିଆ? ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଲାଣି CBI

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ସରକାରଙ୍କ ପୂର୍ବ ଅବକାରୀ (ମଦ) ନୀତି ସହିତ ଜଡିତ ଅଭିଯୋଗ ଘୋଟାଲାରେ ଶୁକ୍ରବାର ଏକ ବଡ଼ ଘଟଣା ଘଟିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri