ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର ଗ୍ରାମରେ ଘଟିଛି। ଜଣେ ବ୍ୟକ୍ତି ଆଇସକ୍ରିମ୍‌ କରୁଥିବା ବେଳେ ଗ୍ରାମର ପିଲାମାନେ ଖୁସିର ସହ ଆଇସକ୍ରିମ୍‌ ଖାଉଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ଏପରିକି ଆଇସକ୍ରିମ୍‌ ଖାଇ ୮ ବର୍ଷରୁ ୧୪ ବର୍ଷ ବୟସର ୧୮ ଜଣ ପିଲାମାନଙ୍କ ପାଟିରେ ଫଳି ଯାଇଥିଲା। ପରିବାର ଲୋକେ ପିଲାମାନଙ୍କୁ ନ଼େଇ ବାଙ୍କି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିି କରିଥିଲେ । ଆଇସକ୍ରିମ୍‌ ବ୍ୟବସାୟୀଙ୍କ ଆଇସକ୍ରିମ୍‌ ପ୍ରସ୍ତୁତିରେ ବ୍ୟତିକ୍ରମ ଥିବା ହେତୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଆଇସକ୍ରିମ୍‌ ବ୍ୟବସାୟୀମାନେ ଅଧିକ ଲାଭବାନ ହେବା ପାଇଁ ଅପମିଶ୍ରଣ କରୁଥିବା ଏବଂ ଅତି ନିମ୍ନମାନର ଆଇସକ୍ରିମ୍‌ ତିଆରି କରୁଥିବା ହେତୁ ଆଜି ପିଲାମାନଙ୍କ ଏଭଳି ଅବସ୍ଥା ଘଟିଛି । ଆଇସକ୍ରିମ ବ୍ୟବସାୟୀମାନେ ଅଧିକ ଲାଭବାନ ହେବା ପାଇଁ ଅପମିଶ୍ରଣ କରି ବ୍ୟବସାୟ କରି ଛୋଟ ଛୋଟ ପିଲାମାନଙ୍କ ଜୀବନ ମରଣ ସହ ଖେଳ କରୁଛନ୍ତି ବୋଲି ଅସୁସ୍ଥକାରୀ ପିଲାମାନଙ୍କ ଅବିଭାବକମାନେ ଅଭିଯୋଗ କରିଛନ୍ତି ।

Dharitri – Odisha’s No.1 Odia Daily