ପରିତ୍ୟକ୍ତ ଝାଟି ମାଟି ଘରେ ୧୭୬ ରାଶନ କାର୍ଡ, କିଏ -କାହିଁକି ଫିଙ୍ଗିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ

ତୁମୁଡିବନ୍ଧ,୨୫।୯,(ଦୀପକ କୁମାର ପରାସେଠ): ପରିତ୍ୟକ୍ତ ଝାଟି ମାଟି ଘରୁ ରାଶନ କାର୍ଡ ମିଳିବା ପରେ ଏବେ ଅନେକ ପ୍ରଶ୍ନ ଉଠିଛି। କିଏ ଆଉ କେଉଁ ଉଦ୍ଦେଶ୍ୟରେ ଏହାକୁ ଫିଙ୍ଗିଛି ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ପଡିରହିଥିବା କାର୍ଡ଼କୁ ଉଦ୍ଧାର କରି ଜବତ କରିଥିବା ଜଣା ପଡ଼ିଛି। ଗୁରୁବାର ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନ ଅନୁସାରେ ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ମାତ୍ର ଦେଢ଼ କିମି ଦୂରରେ ପତ୍ରପ ଜଙ୍ଗଲ ପାଖରେ ଥିବା ଏକ ଝାଟିମାଟି ପରିତ୍ୟକ୍ତ ଘରେ କିଛି ରାଶନ କାର୍ଡ ପଡ଼ିରହିଥିବା ସ୍ଥାନୀୟ ବାସିନ୍ଦା ଦେଖି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚିି ତୁମୁଡିବନ୍ଧ ବ୍ଲକ ଯୋଗାଣ ନିରୀକ୍ଷଙ୍କୁ ଖବର ଦେବାରୁ ଯୋଗାଣ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ରାଶନ କାର୍ଡ ଉଦ୍ଧାର କରି ଜବତ କରିଛନ୍ତି। ତେବେ ଏହି ଜବତ ହୋଇଥିବା ରାଶନ କାର୍ଡ ୧୭୬ଗୋଟି ଏବଂ ଏହା ଝିରିପାଣି ପଂଚାୟତର ବୋଲି ଜଣାପଡିଛି। ତଦନ୍ତରୁ ଜଣାପଡ଼ିଛି ଉକ୍ତ ପରିତ୍ୟକ୍ତ ଝାଟିମାଟି ଘର ହେଉଛି ଝିରିପାଣି ଯୋଗାଣ ସହାୟକ ବିରେନ୍ଦ୍ର ନାୟକଙ୍କ ବଡ଼ ଭାଇଙ୍କର। ତେବେ ପ୍ରଶ୍ନ ଉଠୁଛି ଯେ ଝିରିପାଣି ଭଳି ଆଦିବାସୀ ଅଧ୍ୟୁଷିତ ଭିତର ଅଞ୍ଚଳର ହିତାଧିକାରୀଙ୍କ ରାଶନ କାର୍ଡ ନ ଦିଆ ଯାଇ କାହିଁକି ନଷ୍ଟ କରିବା ଉଦ୍ଦେଶ୍ୟ ଅପଣାଇ ଥିଲେ ବିଭାଗୀୟ ଅଧିକାରୀ। କେବେଠାରୁ ଏହି ରାଶନ କାର୍ଡ ଫିଙ୍ଗା ଯାଇଛି ଏବଂ କେଉଁ କେଉଁ ଗ୍ରାମର ହିତାଧିକାରୀଙ୍କ ବୋଲି କିଛି ଜଣା ପଡ଼ିନାହିଁ। ତେବେ ଗରିବ ଲୋକମାନେ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ ଖଟୁଛନ୍ତି। ହେଲେ ଗରିବର ଦାନା ଛଡ଼ାଇ ବିଭାଗୀୟ ଅଧିକାରୀ ମାନେ ମାଲେ ମାଲ ହେଉଛନ୍ତି କି । ଉକ୍ତ ରାଶନ କାର୍ଡ ବାବଦରେ କେଉଁ ମାସ ଠାରୁ ଚାଉଳ ମଞ୍ଜୁର ହୋଇଛି ଓ ସେହି ଚାଉଳ କାହାକୁ ଦିଆଯାଉଛି ନା କାଗଜ କଲମରେ ହିତାଧିକାରୀଙ୍କୁ ଦିଆ ଯାଇଛି ତାହା ପ୍ରଶ୍ନବାଚୀରେ ରହିଛି। ତେବେ ଏହି ବାବଦରେ ତୁମୁଡିବନ୍ଧ ଯୋଗାଣ ନିରୀକ୍ଷକ ବିନୋଦ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ ଏହି ରାଶନ କାର୍ଡ ଝିରିପାଣି ପଞ୍ଚାୟତର ଓ କିଏ କାହିଁକି ଫିଙ୍ଗିଛି ଏବଂ ସେହି ରାଶନ କାର୍ଡ ଯାଞ୍ଚ କରାଯିବା ସହିତ ତଦନ୍ତ କରାଯିବ ବୋଲି କହିଛନ୍ତି। ତେବେ ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହିତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri