ପରିତ୍ୟକ୍ତ ଝାଟି ମାଟି ଘରେ ୧୭୬ ରାଶନ କାର୍ଡ, କିଏ -କାହିଁକି ଫିଙ୍ଗିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ

ତୁମୁଡିବନ୍ଧ,୨୫।୯,(ଦୀପକ କୁମାର ପରାସେଠ): ପରିତ୍ୟକ୍ତ ଝାଟି ମାଟି ଘରୁ ରାଶନ କାର୍ଡ ମିଳିବା ପରେ ଏବେ ଅନେକ ପ୍ରଶ୍ନ ଉଠିଛି। କିଏ ଆଉ କେଉଁ ଉଦ୍ଦେଶ୍ୟରେ ଏହାକୁ ଫିଙ୍ଗିଛି ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ପଡିରହିଥିବା କାର୍ଡ଼କୁ ଉଦ୍ଧାର କରି ଜବତ କରିଥିବା ଜଣା ପଡ଼ିଛି। ଗୁରୁବାର ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନ ଅନୁସାରେ ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ମାତ୍ର ଦେଢ଼ କିମି ଦୂରରେ ପତ୍ରପ ଜଙ୍ଗଲ ପାଖରେ ଥିବା ଏକ ଝାଟିମାଟି ପରିତ୍ୟକ୍ତ ଘରେ କିଛି ରାଶନ କାର୍ଡ ପଡ଼ିରହିଥିବା ସ୍ଥାନୀୟ ବାସିନ୍ଦା ଦେଖି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚିି ତୁମୁଡିବନ୍ଧ ବ୍ଲକ ଯୋଗାଣ ନିରୀକ୍ଷଙ୍କୁ ଖବର ଦେବାରୁ ଯୋଗାଣ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ରାଶନ କାର୍ଡ ଉଦ୍ଧାର କରି ଜବତ କରିଛନ୍ତି। ତେବେ ଏହି ଜବତ ହୋଇଥିବା ରାଶନ କାର୍ଡ ୧୭୬ଗୋଟି ଏବଂ ଏହା ଝିରିପାଣି ପଂଚାୟତର ବୋଲି ଜଣାପଡିଛି। ତଦନ୍ତରୁ ଜଣାପଡ଼ିଛି ଉକ୍ତ ପରିତ୍ୟକ୍ତ ଝାଟିମାଟି ଘର ହେଉଛି ଝିରିପାଣି ଯୋଗାଣ ସହାୟକ ବିରେନ୍ଦ୍ର ନାୟକଙ୍କ ବଡ଼ ଭାଇଙ୍କର। ତେବେ ପ୍ରଶ୍ନ ଉଠୁଛି ଯେ ଝିରିପାଣି ଭଳି ଆଦିବାସୀ ଅଧ୍ୟୁଷିତ ଭିତର ଅଞ୍ଚଳର ହିତାଧିକାରୀଙ୍କ ରାଶନ କାର୍ଡ ନ ଦିଆ ଯାଇ କାହିଁକି ନଷ୍ଟ କରିବା ଉଦ୍ଦେଶ୍ୟ ଅପଣାଇ ଥିଲେ ବିଭାଗୀୟ ଅଧିକାରୀ। କେବେଠାରୁ ଏହି ରାଶନ କାର୍ଡ ଫିଙ୍ଗା ଯାଇଛି ଏବଂ କେଉଁ କେଉଁ ଗ୍ରାମର ହିତାଧିକାରୀଙ୍କ ବୋଲି କିଛି ଜଣା ପଡ଼ିନାହିଁ। ତେବେ ଗରିବ ଲୋକମାନେ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ ଖଟୁଛନ୍ତି। ହେଲେ ଗରିବର ଦାନା ଛଡ଼ାଇ ବିଭାଗୀୟ ଅଧିକାରୀ ମାନେ ମାଲେ ମାଲ ହେଉଛନ୍ତି କି । ଉକ୍ତ ରାଶନ କାର୍ଡ ବାବଦରେ କେଉଁ ମାସ ଠାରୁ ଚାଉଳ ମଞ୍ଜୁର ହୋଇଛି ଓ ସେହି ଚାଉଳ କାହାକୁ ଦିଆଯାଉଛି ନା କାଗଜ କଲମରେ ହିତାଧିକାରୀଙ୍କୁ ଦିଆ ଯାଇଛି ତାହା ପ୍ରଶ୍ନବାଚୀରେ ରହିଛି। ତେବେ ଏହି ବାବଦରେ ତୁମୁଡିବନ୍ଧ ଯୋଗାଣ ନିରୀକ୍ଷକ ବିନୋଦ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ ଏହି ରାଶନ କାର୍ଡ ଝିରିପାଣି ପଞ୍ଚାୟତର ଓ କିଏ କାହିଁକି ଫିଙ୍ଗିଛି ଏବଂ ସେହି ରାଶନ କାର୍ଡ ଯାଞ୍ଚ କରାଯିବା ସହିତ ତଦନ୍ତ କରାଯିବ ବୋଲି କହିଛନ୍ତି। ତେବେ ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହିତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଉ: ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri