Posted inଜାତୀୟ

ଦେଶରେ ୧୭ ମହିଳା ଏମ୍‌ପି, ବିଧାୟକ ବିଲିୟନେୟାର: ୨୮%ଙ୍କ ନଁାରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୩୦।୪: ଭାରତରେ ୧୭ ଜଣ ମହିଳା ଏମ୍‌ପି ଏବଂ ବିଧାୟକ ହେଉଛନ୍ତି ବିଲିୟନେୟାର। ସେହିପରି ଦେଶର ୨୮% ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ନେଇ ନିର୍ବାଚନ ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ସଙ୍ଗଠନ ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ବୁଧବାର ଜାରି ଏକ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଦାଖଲ ସମୟରେ ଦେଶର ୫୧୨ ଜଣ ମହିଳା ଏମ୍‌ପି ଏବଂ ବିଧାୟକଙ୍କ ମଧ୍ୟରୁ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠକୁ ବିଶ୍ଲେଷଣ କରି ଏଡିଆର୍‌ ପକ୍ଷରୁ ଏହି ରିପୋର୍ଟକୁ ଜାରି କରାଯାଇଛି।

ଉକ୍ତ ରିପୋର୍ଟ ଅନୁଯାୟୀ, ଲୋକ ସଭାର ୭୫ ମହିଳା ଏମ୍‌ପିଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ବିଲୟନେୟାର। ସେହିପରି ରାଜ୍ୟ ସଭାର ୩୭ ଜଣ ମହିଳା ସଦସ୍ୟଙ୍କ ମଧ୍ୟରୁ ୩ ଜଣ ବିଲିୟନେୟାର ହୋଇଥିବାବେଳେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୦୦ ମହିଳା ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଲିୟନେୟାର ରହିଛନ୍ତି। ଓଡ଼ିଶାର ୧୭ ମହିଳା ବିଧାୟକ ଓ ଏମ୍‌ପିଙ୍କ ମଧ୍ୟରୁ ଜଣେ ବିଲିୟନେୟାର ହୋଇଥିବା ଏହି ରିପୋର୍ଟ କହିଛି।

ଅନ୍ୟପକ୍ଷରେ, ଲୋକ ସଭାର ୨୪ (୩୨%) ମହିଳା ଏମ୍‌ପିଙ୍କ ନଁାରେ ଆପରାଧିକ ମାମଲା ଥିବାବେଳେ ରାଜ୍ୟ ସଭାର ୧୦ (୨୭%) ମହିଳା ସଦସ୍ୟ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୯ (୨୭%) ମହିଳା ବିଧାୟକଙ୍କ ନଁାରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୭୮ ଜଣ ମହିଳା ଜନପ୍ରତିନିଧିଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ରହିଛି। ଲୋକ ସଭାର ୧୪ (୧୯%) ମହିଳା ଏମ୍‌ପିଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ଥିବାବେଳେ ରାଜ୍ୟ ସଭାର ୭ (୧୯%) ମହିଳା ସଦସ୍ୟ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୭ (୧୪%) ଜଣ ମହିଳା ବିଧାୟକଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ରହିଛି। ଓଡ଼ିଶାର ୪ ଜଣ ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ବେଳେ ସେଥିମଧ୍ୟରୁ ୨ ଜଣଙ୍କ ବିରୋଧରେ ଗମ୍ଭୀର ଆପରାଧିକ ମାମଲା ରହିଛି।

ଏହି ରିପୋର୍ଟ ଅନୁଯାୟୀ, ଭାଜପାର ସର୍ବାଧିକ ୨୧୭ (୨୩%) ଜଣ ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ବେଳେ ଦଳର ୧୧% ମହିଳା ଏମ୍‌ପି ଓ ବିଧାୟକଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ରହିଛି। ସେହିପରି କଂଗ୍ରେସର ୮୩ ଜଣ (୩୪%) ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ବେଳେ ଦଳର ୨୦% ମହିଳା ଏମ୍‌ପି ଏବଂ ବିଧାୟକଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ରହିଛି। ସେହିପରି ରିପୋର୍ଟ ଅନୁଯାୟୀ, ଦେଶର ସମସ୍ତ ୫୧୨ ଜଣ ମହିଳା ଏମ୍‌ପି ଏବଂ ବିଧାୟକଙ୍କ ମୋଟ ସମ୍ପତ୍ତି ୧୦,୪୧୭ କୋଟି ହୋଇଥିବା ବେଳେ ପ୍ରତି ମହିଳା ଜନ ପ୍ରତିନିଧିଙ୍କର ହାରାହାରି ସମ୍ପତ୍ତି ହେଉଛି ୨୦.୩୪ କୋଟି। ଆନ୍ଧ୍ରପ୍ରଦେଶର ମହିଳା ବିଧାୟକଙ୍କର ହାରାହାରି ସମ୍ପତ୍ତି ୭୪.୨୨ କୋଟି ରହିଛି, ଯାହା ସାରା ଦେଶରେ ସର୍ବାଧିକ। ସେହିପରି ଭାରତର ସମୁଦାୟ ମହିଳା ଜନପ୍ରତିନିଧିଙ୍କ ମଧ୍ୟରୁ ୭୧% ସ୍ନାତକ କିମ୍ବା ଉଚ୍ଚ ଡିଗ୍ରୀଧାରୀ ହୋଇଥିବାବେଳେ ୨୪% ମହିଳା ଏମ୍‌ପି ଏବଂ ବିଧାୟକଙ୍କର ଶିକ୍ଷାଗତ ଯୋଗ୍ୟତ୍ୟା ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ ଦେଶରେ ମହିଳା ଜନପ୍ରତିନିଧିଙ୍କ ହାରାହାରି ବୟସ ୪୯ ବର୍ଷ ଥିବା ଏହି ରିପୋର୍ଟ କହିଛି। ଲୋକ ସଭାରେ ମହିଳା ଏମ୍‌ପିଙ୍କ ହାରାହାରି ବୟସ ୫୫.୬ ହୋଇଥିବାବେଳେ ରାଜ୍ୟ ସଭାରେ ଏହା ୬୩ ବର୍ଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri