ପୁଣି ସୁଭଦ୍ରାରେ ଯୋଡି ହେଲେ ୧୭ ଲକ୍ଷ: ତଦନ୍ତ ପରେ…

ଭୁବନେଶ୍ୱର,୨୯।୧୧: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା। ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି।୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି।୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି ବୋଲି ଗୃହରେଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥ୍ୟ ରଖିଛନ୍ତି।

Dharitri – Odisha’s No.1 Odia Daily

Share