୧୭ କୋଟିର ଅଳକା ଖନନ ଯୋଜନା ଦିଗହରା

ଜଗତ୍‌ସିଂହପୁର ଅଫିସ, ୧୨।୧୨: ଅତୀତରେ ଅଳକା ନଦୀ ସୁନାବ୍ୟା, ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍‌ସିଂହପୁରରେ ଇଂରେଜମାନେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍‌ ବାଣିଜ୍ୟ କୋଠି କରିବାକୁ ସକ୍ଷମ ହୋଇଥିଲେ। ସମୟ ଚକ୍ରରେ ଅଳକା ତା’ର ସ୍ଥିତି ହଜାଇ ବସିଛି। ମୃତପ୍ରାୟ ଏହି ନଦୀ ଖନନ ପାଇଁ ସରକାରୀସ୍ତରରେ ଆନ୍ତରିକତା ପ୍ରକାଶ ପାଇଥିଲା। ୧୭ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଥିଲା। ବୋରିକିନା ନିକଟ ଅଶିଲୋଠାରୁ ବୀରବରପାଟଣା ପର୍ଯ୍ୟନ୍ତ ୫୨.୩୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ମୃତ ନଦୀକୁ ୩ଟି ପର୍ଯ୍ୟାୟରେ ଭାଗ ଭାଗ କରି କାମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପର୍ଯ୍ୟାୟକ୍ରମେ ଟିଏସି (ଟେକ୍‌ନିକାଲ ଆଡଭାଇଜରୀ କମିଟି), ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ହୋଇଥିଲା। ଏହା ଜିଲାବାସୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିଲା। କାରଣ ଅଳକା ଖନନ ସଫଳ ହେଲେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟା ଦୂର ହୋଇପାରିବ। ଏହାର ପୁନରୁଦ୍ଧାର ପରେ ୫ ବର୍ଷ ପୂର୍ବରୁ ରାଜ୍ୟ ସରକାର ଚିନ୍ତା କରିଥିବା ଯୋଜନା ସଫଳ ହେବ ଅର୍ଥାତ୍‌ ସେଥିରେ ମତ୍ସ୍ୟଚାଷ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ମିଳିପାରିବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଅଳକା ଖନନ ଦିଗହରା ହୋଇଥିବା ଅଭିଯୋଗ ହେଉଛି।
ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ କହିବା କଥା ହେଲା, କେବଳ ନାଁକୁ ମାତ୍ର ଅଳକା ଖନନ କରାଯାଉଛି। ଏ ପର୍ଯ୍ୟନ୍ତ ଅଳକା ଖନନ କାମ ସରି ନ ଥିବା ବେଳେ ଯାହା କାମ ହୋଇଛି ତାହା ବାସ୍ତବ ଲକ୍ଷ୍ୟ ପୂରଣ କରିପାରୁନି। ଅନେକ ସ୍ଥାନରେ ଜମି ମାପ ଠିକ୍‌ ଭାବେ କରାଯାଇ ନାହିଁ। ଯେଉଁଠି ପ୍ରଭାବଶାଳୀ ଲୋକଙ୍କ ଜମି ଅଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ କଥାରେ ନଦୀର ଦିଗ ବଦଳାଯିବା ସହ ସଙ୍କୁଚିତ କରାଯାଇଛି। ସବୁଠୁ ବଡ କଥା ହେଲା ଅଳକା ଖନନ ସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ନଦୀବନ୍ଧ ନିର୍ମାଣ ପ୍ରସଙ୍ଗକୁ ବାଦ ଦିଆଯାଇଛି। ଏହାଦ୍ୱାରା ଠିକାଦାର ମେଶିନ୍‌ ଦ୍ୱାରା ନଦୀ ଗର୍ଭରୁ ଖୋଳାଯାଉଥିବା ମାଟି, ବାଲିକୁ ଏହା ପାର୍ଶ୍ୱରେ ମନଇଚ୍ଛା ପକାଇ ଦେଉଛନ୍ତି। ଯଦିଓ ଅଧିକାଂଶ ସ୍ଥାନରେ ଏହା ଏକପ୍ରକାର ବନ୍ଧ ସୃଷ୍ଟି କରିଛି, କିନ୍ତୁ ତାହା ନୀଚା ଏବଂ ବାଲି, ପଙ୍କରେ ଭରା ଥିବାରୁ ଦୁର୍ବଳ ସ୍ଥିତିରେ ରହିଛି। ଫଳରେ ଗତ ବର୍ଷାରେ କୃତ୍ରିମ ବନ୍ଧର ଅଧିକାଂଶ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ଓସାରିଆ ହୋଇ ଯାଇଥିଲା। କେବଳ ଏତିକି ନୁହେଁ, ପ୍ରାୟ ସ୍ଥାନରେ ମାଟି, ବାଲି ଆଦି ଧୋଇ ପୁଣି ଅଳକା ଗର୍ଭକୁ ଚାଲିଯାଇଛି। ଆଉ କିଛି ବର୍ଷ ଭିତରେ ଏହି କୃତ୍ରିମ ବନ୍ଧ ଲୋପ ପାଇ ଅଳକା ନଦୀ ଯଥା ପୂର୍ବଂ ତଥା ପର ସ୍ଥିତିକୁ ଚାଲିଯିବା ନେଇ ଆଶଙ୍କା କରାଯାଉଛି। ଯୋଜନା ଦିଗହରା ଯୋଗୁ ସରକାରୀ ଅର୍ଥ ବରବାଦ ହେବା ସହ ଠିକାଦାର ଓ ଯନ୍ତ୍ରୀ ଉପକୃତ ହେଉଛନ୍ତି ବୋଲି ଜଗତ୍‌ସିଂହପୁର ଅଞ୍ଚଳର ନିଲୁ ମିତ୍ର, ସରୋଜ ନାୟକ, ଅନ୍ତର୍ଯାମୀ ବିଶ୍ୱାଳ ପ୍ରମୁଖ କ୍ଷୋଭର ସହ କହିଛନ୍ତି।
ସମ୍ପର୍କରେ ଆଉ କିଛି ଲୋକଙ୍କ କହିବା କଥା ହେଲା, ଅଳକା ଉପରେ ଜମି ମାଫିଆଙ୍କ ଲୋଲୁପଦୃଷ୍ଟି କାରଣରୁ ତା’ର ସ୍ବରୂପ ବଦଳିଯାଇଥିଲା। ଅନେକ ଏହି ଜମିକୁ ଅସାଧୁ ରାଜସ୍ବ କର୍ମଚାରୀଙ୍କ ସହଯୋଗରେ ନିଜ ନାଁରେ କରି ନେଇଥିଲେ। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୨୦୧୬ରେ ଚିନ୍ତା କରିଥିଲେ। ଜଳ ନିଷ୍କାସନ ସହ ବିଶେଷକରି ମୃତ ନଦୀଗର୍ଭରେ ମତ୍ସ୍ୟଚାଷ ପାଇଁ ଏହି ବର୍ଷ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ଡିପିଆର୍‌ (ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯାଇଥିଲା। ୨୦୧୮ ଫେବୃୟାରୀରେ କେନ୍ଦ୍ରୀୟ ଅନ୍ତସ୍ଥଳୀୟ ମତ୍ସ୍ୟ ଗବେଷଣା ସଂସ୍ଥା (ସିଆଇଏଫ୍‌ଆର୍‌ଆଇ) ପକ୍ଷରୁ ଏକ ଟିମ୍‌ ୪ ଦିନିଆ ଜଗତ୍‌ସିଂହପୁର ଗସ୍ତ କରି ଅନୁଧ୍ୟାନ କରିବା ସହ ଅନୁକୂଳ ମତ ଦେଇଥିଲେ। ସେତେବେଳେ ମୃତ ଅଳକାର ବିରିଡ଼ି, ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା। ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ପାଖାପାଖି ୧୫୦ ହେକ୍ଟର ନଦୀଶଯ୍ୟାରେ ମୀନ ଖେଳିବ ବୋଲି କୁହାଯାଇଥିଲା। ଏଠାରୁ ବାର୍ଷିକ ୬୦୦ ଟନ୍‌ ମାଛ ଉତ୍ପାଦନ ହୋଇପାରିବ, ଯାହାର ଆନୁମାନିକ ମୂଲ୍ୟ ୭ କୋଟିରୁ ଅଧିକ ଟଙ୍କା ହେବା ଆଶା କରାଯାଉଛି। ଶତାଧିକ ବେକାର ଯୁବକ ଆତ୍ମ ନିର୍ଭରଶୀଳ ହୋଇପାରିବେ। ସ୍ବୟଂ ସହାୟକ ଗୋଷ୍ଠୀ, ପିଏସ୍‌ସିଏସ୍‌ ଓ ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ। ଜିଲା ପାଇଁ ଆବଶ୍ୟକ ମାଛ ପରିମାଣ କମିଯିବ। ଆଗକୁ ସରକାର ଅଧିକ ପରିମାଣ ଜମି ହାତକୁ ନେଇ ଜିଲା ବିକାଶରେ ସହାୟକ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଯୋଜନା ଅଧାରେ ଅଟକି ଯାଇଛି। ଦେଖାଯାଉ ସରକାର ଆଗାମୀ ଦିନରେ ଆଉ କି ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri