ବରଗଡ଼,୨ା୮(ପ୍ରେମାନନ୍ଦ ଖମାରୀ): ଅନଧିକୃତ ସାଇଲେନ୍ସର ଲଗାଇଥିବା ବାଇକ୍ ଚାଳକଙ୍କ ଉପରେ ବରଗଡ଼ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ୧୭ବାଇକ୍ଚାଳକଙ୍କଠାରୁ ୭୫ହଜାର ଟଙ୍କା ଫାଇନ ଆଦାୟ କରିଛି। ଅନଧିକୃତ ସାଇଲେନ୍ସର ଯୋଗୁ ଶବ୍ଦ ପ୍ରଦୂଷଣ ହେଉଥିବା ଦର୍ଶାଇ ପୋଲିସ ଏହି ଅଭିଯାନ ଚଲାଇଛି । ନିଜର ଯାନବାହନରେ ଅଧିକୃତ ସାଇଲେନ୍ସର ଲଗାଇବା ପାଇଁ ବରଗଡ଼ ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି।