୧୬୪ କଳାକାରଙ୍କୁ ମିଳିନି ସହାୟତା ରାଶି

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ଉତ୍ସାହର ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଥିଲା।ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବର ଆକର୍ଷଣ ସହିତ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବା ପରିଲକ୍ଷିତ ହୋଇଥିଲା। ତେବେ ଗତ ଧନୁଯାତ୍ରା ମହୋତ୍ସବକୁ ଆଉ ସପ୍ତାହକ ପରେ ୩ମାସ ବିତିଯିବ। କିନ୍ତୁ ଏ ଯାଏ ରାଜ୍ୟର ନୂଆଁ ଭାଜପା ସରକାର ମହୋତ୍ସବ ପାଇଁ କରିଥିବା ଘୋଷଣା ଗୁଡ଼ିକ ଅଧୁରା ରହିଯାଇଛି। ଏପର୍ଯ୍ୟନ୍ତ କଳାକାରମାନଙ୍କୁ ସହାୟତା ରାଶି ମିଳିପାରି ନଥିବାବେଳେ କୋଟିଏ ଅନୁଦାନରୁ ମାତ୍ର ଅଧେ ପହଞ୍ଚିଥିବା ଅଭିଯୋଗ ହୋଇଛି। ସେହିପରି କଂସ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ଖାଦ୍ୟ, ଯୋଗାଣ ଏବଂ ଖାଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଥୁରାର ଖାଉଟୀମାନଙ୍କୁ ଗୋଟିଏ ମାସର ଅତିରିକ୍ତ ଚାଉଲ ଦିଆଯିବ ବୋଲି ଘୋଷଣା କରିଥିଲେ। ତାହା ମଧ୍ୟ ଏପର୍ଯ୍ୟନ୍ତ ମିଳି ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଯାଇ ଥିବାବେଳେ ଶନିବାର ବରଗଡ଼ ନାଗରିକ ମଞ୍ଚ ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କୁ ଫେରାଦ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ନାଗରିକ ମଞ୍ଚ ପକ୍ଷରୁ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ଧନୁଯାତ୍ରା ମହୋତ୍ସବ ପାଇଁ ଯାହାସବୁ ଘୋଷଣା କରିଥିଲେ, ତାହା ତୁରନ୍ତ ପ୍ରଦାନ କରାଯିବାକୁ ନାଗରିକ ମଞ୍ଚ ଦାବିପତ୍ରରେ ଉଲ୍ଲେଖ କରିଛି।

ଗତ ଜାନୁୟାରୀ ମାସ ୩ତାରିଖରୁ ୧୩ତାରିଖ ଯାଏ ଦୀର୍ଘ ୧୧ଦିନ ବ୍ୟାପୀ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିଲା। ମହୋତ୍ସବକୁ ସ୍ଥାନୀୟ ବିଧାୟକ, ଏମ୍‌ପିଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ ଅତିଥିଭାବେ ଆସିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉକ୍ତ ମହୋତ୍ସବରେ ରାଜ ଅତିଥିଭାବେ ଯୋଗଦାନ କରିଥିଲେ। ଧନୁଯାତ୍ରା ପାଇଁ ସରକାର କରିଥିବା ବିଭିନ୍ନ ଘୋଷଣାକୁ ସେମାନେ ପ୍ରତିଦିନ ଦୋହରାଇଥିଲେ। ଅନ୍ୟବର୍ଷ ତୁଳନାରେ ଏଥର ଅନୁଦାନ ରାଶି ମଧ୍ୟ ବହୁଗୁଣିତ ହୋଇଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଦେଖାଯାଇଥିଲା। କିନ୍ତୁ ଏ ଯାଏ ସେହି ଘୋଷଣା ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହୋଇ ନ ପାରିବା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି।

ରାଜ୍ୟ ସରକାର ଧନୁଯାତ୍ରା ପାଇଁ ୧କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ। ଏହା ବ୍ୟତୀତ ଧନୁଯାତ୍ରାର ଲାଇଭ ବ୍ରୋଡ଼କାଷ୍ଟିଙ୍ଗ ପାଇଁ ଅତିରିକ୍ତ ୫୦ଲକ୍ଷ ଟଙ୍କା ଘୋଷଣା ହୋଇଥିଲା। ସେହିପରି ଧନୁଯାତ୍ରା ମହୋତ୍ସବରେ ଅଂଶଗ୍ରହଣ କରିଥିବା ୧୭୦ଜଣ କଳାକାରଙ୍କୁ ୧୦ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ସେହି ଘୋଷଣା ଅଧୁରା ରହିଯାଇଛି। ମୁଖ୍ୟମନ୍ତ୍ରୀ ଧନୁଯାତ୍ରା ମହୋତ୍ସବରେ ରାଜ ଅତିଥିଭାବେ ଯୋଗଦେଇ ମାତ୍ର ୬ଜଣ କଳାକାରଙ୍କୁ ୧୦ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଥିବାବେଳେ ଏପର୍ଯ୍ୟନ୍ତ ଆହୁରି ୧୬୪ଜଣ କଳାକାରଙ୍କ ପାଖକୁ ସେମାନଙ୍କ ପ୍ରାପ୍ୟ ସହାୟତା ରାଶି ପହଞ୍ଚି ପାରି ନାହିଁ। ସେହିପରି ୧କୋଟି ଅନୁଦାନରୁ କେବଳ ୫୦ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ବୋଲି ନାଗରିକ ମଞ୍ଚ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛି। ଏହା ସହିତ ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ପାତ୍ର ରାଜ ଦରବାରରେ ମଥୁରାର ଖାଉଟୀମାନଙ୍କୁ ମାସକର ଅତିରିକ୍ତ ଚାଉଲ ପ୍ରଦାନ ନେଇ କରିଥିବା ଘୋଷଣା ମଧ୍ୟ ଘୋଷଣାରେ ସୀମିତ ରହିଯାଇଛି। ଏହାକୁ ନେଇ ଅସନ୍ତୋଷ ତେଜି ଉଠିଛି। ଏଭଳି ଅଭିଯୋଗ ନେଇ ବରଗଡ଼ ନାଗରିକ ମଞ୍ଚର ପ୍ରତିନିଧି ଦଳ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ପ୍ରତିନିଧି ଦଳରେ ଭବାନୀ ସାହୁ, ଶୟନ ପଣ୍ଡା, ଶିବାନନ୍ଦ ମଟାରୀ, ନିଖିଳ ପାଣିଗ୍ରାହୀ, ଗଙ୍ଗା ପୂଝାରୀ, ମହେନ୍ଦ୍ର ପୁରୋହିତ, ସୁଦାମ ସାହୁ, ଅଲିମ ରିଜବି, ଗୋବିନ୍ଦ ଶର୍ମା ପ୍ରମୁଖ ରହଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri