୧୬୪ କଳାକାରଙ୍କୁ ମିଳିନି ସହାୟତା ରାଶି

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ଉତ୍ସାହର ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଥିଲା।ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବର ଆକର୍ଷଣ ସହିତ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବା ପରିଲକ୍ଷିତ ହୋଇଥିଲା। ତେବେ ଗତ ଧନୁଯାତ୍ରା ମହୋତ୍ସବକୁ ଆଉ ସପ୍ତାହକ ପରେ ୩ମାସ ବିତିଯିବ। କିନ୍ତୁ ଏ ଯାଏ ରାଜ୍ୟର ନୂଆଁ ଭାଜପା ସରକାର ମହୋତ୍ସବ ପାଇଁ କରିଥିବା ଘୋଷଣା ଗୁଡ଼ିକ ଅଧୁରା ରହିଯାଇଛି। ଏପର୍ଯ୍ୟନ୍ତ କଳାକାରମାନଙ୍କୁ ସହାୟତା ରାଶି ମିଳିପାରି ନଥିବାବେଳେ କୋଟିଏ ଅନୁଦାନରୁ ମାତ୍ର ଅଧେ ପହଞ୍ଚିଥିବା ଅଭିଯୋଗ ହୋଇଛି। ସେହିପରି କଂସ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ଖାଦ୍ୟ, ଯୋଗାଣ ଏବଂ ଖାଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଥୁରାର ଖାଉଟୀମାନଙ୍କୁ ଗୋଟିଏ ମାସର ଅତିରିକ୍ତ ଚାଉଲ ଦିଆଯିବ ବୋଲି ଘୋଷଣା କରିଥିଲେ। ତାହା ମଧ୍ୟ ଏପର୍ଯ୍ୟନ୍ତ ମିଳି ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଯାଇ ଥିବାବେଳେ ଶନିବାର ବରଗଡ଼ ନାଗରିକ ମଞ୍ଚ ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କୁ ଫେରାଦ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ନାଗରିକ ମଞ୍ଚ ପକ୍ଷରୁ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ଧନୁଯାତ୍ରା ମହୋତ୍ସବ ପାଇଁ ଯାହାସବୁ ଘୋଷଣା କରିଥିଲେ, ତାହା ତୁରନ୍ତ ପ୍ରଦାନ କରାଯିବାକୁ ନାଗରିକ ମଞ୍ଚ ଦାବିପତ୍ରରେ ଉଲ୍ଲେଖ କରିଛି।

ଗତ ଜାନୁୟାରୀ ମାସ ୩ତାରିଖରୁ ୧୩ତାରିଖ ଯାଏ ଦୀର୍ଘ ୧୧ଦିନ ବ୍ୟାପୀ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିଲା। ମହୋତ୍ସବକୁ ସ୍ଥାନୀୟ ବିଧାୟକ, ଏମ୍‌ପିଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ ଅତିଥିଭାବେ ଆସିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉକ୍ତ ମହୋତ୍ସବରେ ରାଜ ଅତିଥିଭାବେ ଯୋଗଦାନ କରିଥିଲେ। ଧନୁଯାତ୍ରା ପାଇଁ ସରକାର କରିଥିବା ବିଭିନ୍ନ ଘୋଷଣାକୁ ସେମାନେ ପ୍ରତିଦିନ ଦୋହରାଇଥିଲେ। ଅନ୍ୟବର୍ଷ ତୁଳନାରେ ଏଥର ଅନୁଦାନ ରାଶି ମଧ୍ୟ ବହୁଗୁଣିତ ହୋଇଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଦେଖାଯାଇଥିଲା। କିନ୍ତୁ ଏ ଯାଏ ସେହି ଘୋଷଣା ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହୋଇ ନ ପାରିବା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି।

ରାଜ୍ୟ ସରକାର ଧନୁଯାତ୍ରା ପାଇଁ ୧କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ। ଏହା ବ୍ୟତୀତ ଧନୁଯାତ୍ରାର ଲାଇଭ ବ୍ରୋଡ଼କାଷ୍ଟିଙ୍ଗ ପାଇଁ ଅତିରିକ୍ତ ୫୦ଲକ୍ଷ ଟଙ୍କା ଘୋଷଣା ହୋଇଥିଲା। ସେହିପରି ଧନୁଯାତ୍ରା ମହୋତ୍ସବରେ ଅଂଶଗ୍ରହଣ କରିଥିବା ୧୭୦ଜଣ କଳାକାରଙ୍କୁ ୧୦ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ସେହି ଘୋଷଣା ଅଧୁରା ରହିଯାଇଛି। ମୁଖ୍ୟମନ୍ତ୍ରୀ ଧନୁଯାତ୍ରା ମହୋତ୍ସବରେ ରାଜ ଅତିଥିଭାବେ ଯୋଗଦେଇ ମାତ୍ର ୬ଜଣ କଳାକାରଙ୍କୁ ୧୦ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଥିବାବେଳେ ଏପର୍ଯ୍ୟନ୍ତ ଆହୁରି ୧୬୪ଜଣ କଳାକାରଙ୍କ ପାଖକୁ ସେମାନଙ୍କ ପ୍ରାପ୍ୟ ସହାୟତା ରାଶି ପହଞ୍ଚି ପାରି ନାହିଁ। ସେହିପରି ୧କୋଟି ଅନୁଦାନରୁ କେବଳ ୫୦ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ବୋଲି ନାଗରିକ ମଞ୍ଚ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛି। ଏହା ସହିତ ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ପାତ୍ର ରାଜ ଦରବାରରେ ମଥୁରାର ଖାଉଟୀମାନଙ୍କୁ ମାସକର ଅତିରିକ୍ତ ଚାଉଲ ପ୍ରଦାନ ନେଇ କରିଥିବା ଘୋଷଣା ମଧ୍ୟ ଘୋଷଣାରେ ସୀମିତ ରହିଯାଇଛି। ଏହାକୁ ନେଇ ଅସନ୍ତୋଷ ତେଜି ଉଠିଛି। ଏଭଳି ଅଭିଯୋଗ ନେଇ ବରଗଡ଼ ନାଗରିକ ମଞ୍ଚର ପ୍ରତିନିଧି ଦଳ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ପ୍ରତିନିଧି ଦଳରେ ଭବାନୀ ସାହୁ, ଶୟନ ପଣ୍ଡା, ଶିବାନନ୍ଦ ମଟାରୀ, ନିଖିଳ ପାଣିଗ୍ରାହୀ, ଗଙ୍ଗା ପୂଝାରୀ, ମହେନ୍ଦ୍ର ପୁରୋହିତ, ସୁଦାମ ସାହୁ, ଅଲିମ ରିଜବି, ଗୋବିନ୍ଦ ଶର୍ମା ପ୍ରମୁଖ ରହଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri