Posted inଫୁରସତ

ମା’ବାପାଙ୍କୁ ନିର୍ମମ ଭାବେ ହତ୍ୟାର ପ୍ରତିଶୋଧ: ୪୦ ତାଲିବାନ ଆତଙ୍କବାଦୀ ସହ ଏକ ଘଣ୍ଟା ଧରି ଲଢ଼ିଲେ ଏହି ଯୁବତୀ

ଅତୀତରେ ମଲାଲା ୟୁସୁଫଜାଇ ଆତଙ୍କବାଦ ବିରୋଧରେ ନିଜ ଲଢ଼େଇ ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେଭଳି କିଛି କାମ କରି ଆଫଗାନିସ୍ତାନର ଜଣେ ୧୬ ବର୍ଷ ବୟସ୍କା ଯୁବତୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଲିବାନର ଆତଙ୍କବାଦୀମାନେ ମା’ବାପାଙ୍କୁ ହତ୍ୟା କରିବା ପରେ ଯୁବତୀଙ୍କ ଲଢ଼େଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ସେ ହେଲେ କମର ଗୁଲ।

ତାଲିବାନ ଆତଙ୍କବାଦୀମାନେ କମରଙ୍କ ମା’ବାପାଙ୍କୁ ଘରୁ ବାହାରକୁ ଟାଣି ଆଣି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲେ। ଏହାପରେ କମଲ ହାତରେ ଏକେ-୪୭ ରାଇଫଲ ଧରି ଆତଙ୍କବାଦୀମାନଙ୍କୁ ଗୁଳି କରିଥିଲେ। ଏଥିରେ କିଛି ଆତଙ୍କବାଦୀ ଆହତ ହୋଇଥିଲେ।

ଯାହା ସୂଚନା ମିଳେ, କମରଙ୍କ ବାପା ଗାଁର ମୁଖିଆ ଏବଂ ସରକାରଙ୍କ ସମର୍ଥକ ଥିବାରୁ ସେମାନେ ତାଙ୍କୁ ଖୋଜୁଥିଲେ। ଜୁଲାଇ ୧୭ ତାରିଖ ରାତି ୧ଟାରେ କିଛି ଆତଙ୍କବାଦୀ କମଲଙ୍କ ଘରକୁ ପଶି ଆସିଥିଲେ। ବାପାଙ୍କୁ ଟାଣି ନେଉଥିବା ଦେଖି କମଲଙ୍କ ମା’ ତାହାର ବିରୋଧ କରିଥିଲେ। ଏଣୁ ଆତଙ୍କବାଦୀମାନେ ଉଭୟଙ୍କୁ ହତ୍ୟା କରିଥିଲେ। ଏହା ଦେଖି କମର ବାହାରକୁ ଆସି ବନ୍ଧୁକ ଧରି ଗୋଟିଏ ପରେ ଗୋଟିଏ ଗୁଳି ଚଳାଇଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ଭାଇ ମଧ୍ୟ ଥିଲେ। ଏକ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲେ। ଏଥିରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ବାକି ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ।

କୁହାଯାଉଛି ଉକ୍ତ ସମୟରେ ୪୦ରୁ ଅଧିକ ଆତଙ୍କବାଦୀ ଥିଲେ। ସେମାନଙ୍କୁ ନ ଡ଼ରି କମର ପ୍ରତିଶୋଧ ନେଇଥିଲେ। ହେଲେ ଏହାର ଦୁଇ ଦିନ ପର୍ଯ୍ୟନ୍ତ ସେ କିଛି କହିପାରି ନ ଥିଲେ। ଏବେ ସୁରକ୍ଷାକର୍ମୀମାନେ କମର ଏବଂ ତାଙ୍କ ଭାଇଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଏବେ କମରଙ୍କ ଅନେକ ଫଟୋ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri