Posted inଫୁରସତ

ମା’ବାପାଙ୍କୁ ନିର୍ମମ ଭାବେ ହତ୍ୟାର ପ୍ରତିଶୋଧ: ୪୦ ତାଲିବାନ ଆତଙ୍କବାଦୀ ସହ ଏକ ଘଣ୍ଟା ଧରି ଲଢ଼ିଲେ ଏହି ଯୁବତୀ

ଅତୀତରେ ମଲାଲା ୟୁସୁଫଜାଇ ଆତଙ୍କବାଦ ବିରୋଧରେ ନିଜ ଲଢ଼େଇ ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେଭଳି କିଛି କାମ କରି ଆଫଗାନିସ୍ତାନର ଜଣେ ୧୬ ବର୍ଷ ବୟସ୍କା ଯୁବତୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଲିବାନର ଆତଙ୍କବାଦୀମାନେ ମା’ବାପାଙ୍କୁ ହତ୍ୟା କରିବା ପରେ ଯୁବତୀଙ୍କ ଲଢ଼େଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ସେ ହେଲେ କମର ଗୁଲ।

ତାଲିବାନ ଆତଙ୍କବାଦୀମାନେ କମରଙ୍କ ମା’ବାପାଙ୍କୁ ଘରୁ ବାହାରକୁ ଟାଣି ଆଣି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲେ। ଏହାପରେ କମଲ ହାତରେ ଏକେ-୪୭ ରାଇଫଲ ଧରି ଆତଙ୍କବାଦୀମାନଙ୍କୁ ଗୁଳି କରିଥିଲେ। ଏଥିରେ କିଛି ଆତଙ୍କବାଦୀ ଆହତ ହୋଇଥିଲେ।

ଯାହା ସୂଚନା ମିଳେ, କମରଙ୍କ ବାପା ଗାଁର ମୁଖିଆ ଏବଂ ସରକାରଙ୍କ ସମର୍ଥକ ଥିବାରୁ ସେମାନେ ତାଙ୍କୁ ଖୋଜୁଥିଲେ। ଜୁଲାଇ ୧୭ ତାରିଖ ରାତି ୧ଟାରେ କିଛି ଆତଙ୍କବାଦୀ କମଲଙ୍କ ଘରକୁ ପଶି ଆସିଥିଲେ। ବାପାଙ୍କୁ ଟାଣି ନେଉଥିବା ଦେଖି କମଲଙ୍କ ମା’ ତାହାର ବିରୋଧ କରିଥିଲେ। ଏଣୁ ଆତଙ୍କବାଦୀମାନେ ଉଭୟଙ୍କୁ ହତ୍ୟା କରିଥିଲେ। ଏହା ଦେଖି କମର ବାହାରକୁ ଆସି ବନ୍ଧୁକ ଧରି ଗୋଟିଏ ପରେ ଗୋଟିଏ ଗୁଳି ଚଳାଇଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ଭାଇ ମଧ୍ୟ ଥିଲେ। ଏକ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲେ। ଏଥିରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ବାକି ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ।

କୁହାଯାଉଛି ଉକ୍ତ ସମୟରେ ୪୦ରୁ ଅଧିକ ଆତଙ୍କବାଦୀ ଥିଲେ। ସେମାନଙ୍କୁ ନ ଡ଼ରି କମର ପ୍ରତିଶୋଧ ନେଇଥିଲେ। ହେଲେ ଏହାର ଦୁଇ ଦିନ ପର୍ଯ୍ୟନ୍ତ ସେ କିଛି କହିପାରି ନ ଥିଲେ। ଏବେ ସୁରକ୍ଷାକର୍ମୀମାନେ କମର ଏବଂ ତାଙ୍କ ଭାଇଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଏବେ କମରଙ୍କ ଅନେକ ଫଟୋ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?