Posted inଖେଳ

୧୬ ଚୌକା, ଗୋଟିଏ ଛକା: ମାତ୍ର ୫୭ ବଲ୍‌ରେ ଇତିହାସ ରଚିଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧: ମହିଳା ପ୍ରିମିୟର ଲିଗ ୨୦୨୬ର ୧୬ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଭଦୋଦରାର କୋଟାମ୍ବି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‌ରେ ଇଂଲଣ୍ଡର ନାଟ ସାଇଭର ବ୍ରଣ୍ଟ ଇତିହାସ ରଚିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ସେ ମହିଳା ପ୍ରିମିୟର ଲିଗ ଇତିହାସରେ ପ୍ରଥମ ଶତକ ହାସଲ କରିଥିଲେ। ନାଟ ସାଇଭର ବ୍ରଣ୍ଟ ୫୭ ବଲରେ ୧୦୦ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ୧୬ ଚୌକା ଏବଂ ଗୋଟିଏ ଛକା ମଧ୍ୟ ମାରିଥିଲେ। WPL ଇତିହାସରେ ନାଟ ସାଇଭର ବ୍ରଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଶତକ ହାସଲ କରିନାହାଁନ୍ତି।

ନାଟ ସାଇଭର-ବ୍ରଣ୍ଟ- ୧୦୦* (ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ୨୦୨୬)
ଜର୍ଜିଆ ଭୋଲ – ୯୯* (ୟୁପି ୱାରିୟର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ , ୨୦୨୫)
ସୋଫି ଡିଭାଇନ – ୯୯ (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଗୁଜରାଟ ଜାଏଣ୍ଟ୍ସ, ୨୦୨୬)
ହରମନପ୍ରୀତ କୌର – ୯୫* (ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜୁରାଟ ଜାଏଣ୍ଟ୍ସ, ୨୦୨୪)

ସ୍ମୃତି ମନ୍ଧାନା – ୯୬ (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ମୁମ୍ବଇ ଇଣ୍ଡିଆନ୍ସ, ୨୦୨୬)

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟିକା ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନାଟ ସାଇଭର ବ୍ରଣ୍ଟଙ୍କ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୯ ରନ କରିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୦୦ ରନର ଟାର୍ଗେଟ ଦେଇଥିଲା। ନାଟ ସାଇଭର ବ୍ରଣ୍ଟଙ୍କ ବ୍ୟତୀତ ଓପନର ହେଲି ମାଥ୍ୟୁସ ମଧ୍ୟ ୩୯ ବଲରେ ୯ ଚୌକା ସହାୟତାରେ ୫୬ ରନ କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ମାତ୍ର ୨୦ ରନ କରି ଆଉଟ ହୋଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଲରେନ ବେଲ ସର୍ବାଧିକ ଦୁଇଟି ଉଇକେଟ ନେଇଥିଲେ। ଶ୍ରେୟଙ୍କା ପାଟିଲ ଏବଂ ନାଦିନ ଡି କ୍ଲାର୍କ ପ୍ରତ୍ୟେକ ଗୋଟିଏ ଉଇକେଟ ନେଇଥିଲେ।

ଇଂଲଣ୍ଡ ମହିଳା ଦଳର ଷ୍ଟାର ଅଲରାଉଣ୍ଡର ନାଟ ସାଇଭର ବ୍ରଣ୍ଟ ତାଙ୍କ କ୍ୟାରିଅରରେ ୧୨ ଟେଷ୍ଟ, ୧୨୯ ଦିନିକିଆ ଏବଂ ୧୩୭ ଅନ୍ତର୍ଜାତୀୟ ଟି-୨୦ ଖେଳିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୮୮୩ ରନ କରିଛନ୍ତି ଏବଂ ୧୨ ଉଇକେଟ ନେଇଛନ୍ତି। ସେ ଦିନିକିଆ କ୍ରିକେଟରେ ୪,୩୫୪ ରନ ଏବଂ ୮୮ ଉଇକେଟ ନେଇଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ସେ ୨,୯୬୦ ରନ ଏବଂ ୯୦ ଉଇକେଟ ନେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ବାଇକ୍ ଆରୋହୀ ମୃତ

ବାସୁଦେବପୁର,୨୭।୧ (ନାରାୟଣ ପ୍ରସାଦ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଧାମରା ରାସ୍ତାର ପାରପୋଖରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ରାତି ପ୍ରାୟ…

ଖୁସିଖବର ଦେଲେ ରଣବୀର: ବହୁତ ରୋମାଞ୍ଚକର…

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କର ଅନେକ ବଡ଼ ପ୍ରୋଜେକ୍ଟ କାମ ଚାଲିଛି। ରଣବୀରଙ୍କ ଦୁଇଟି ପ୍ରମୁଖ…

ଭୀଷ୍ମଗିରି ଗାଁ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାଙ୍କ ମୃତଦେହ, ବିଳମ୍ବିତ ରାତିରେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପୋଖରୀରେ ଭାସୁଛି ନବଜାତ କନ୍ୟାର ମୃତଦେହ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଡ଼ବନ୍ଧ ପୋଖରୀରେ ମଙ୍ଗଳବାର ସକାଳ ପ୍ରାୟ ୬…

ଧାନ ମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ସିସି କ୍ୟାମେରା…

ଗଜପତି,୨୭।୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ଠାରେ ଥିବା ଅସ୍ଥାୟୀ ଧାନ ମଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି ।…

ମୋହସିନ ନକଭିଙ୍କୁ ଜଣାନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାମ! ସୋସିଆଲ ମିଡିଆରେ ହେଲେ ଅପମାନିତ

ଇସଲାମାବାଦ,୨୭।୧: ଯେତେବେଳେ କାହାକୁ ତାଙ୍କ ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ପଚରାଯାଏ ଏବଂ ସେମାନେ ନାମ ନ କୁହନ୍ତି କିମ୍ବା ଭୁଲ ଉତ୍ତର ଦିଅନ୍ତି ନାହିଁ, ତେବେ ତାଙ୍କୁ…

ପାକିସ୍ତାନକୁ ପୁଣି ଶୁଣାଇଲା ଭାରତ, କହିଲା ‘ଆମ ଦେଶକୁ କ୍ଷତି ପହଞ୍ଚାଇବା ଏକମାତ୍ର ଏଜେଣ୍ଡା…’

ନୂଆଦିଲ୍ଲୀ,୨୭।୧: ପାକିସ୍ତାନକୁ ପୁଣିଥରେ ଜାତିସଂଘରେ ଝଟକା ଲାଗିଛି। ଭାରତୀୟ ରାଷ୍ଟ୍ରଦୂତ ଜାତିସଂଘ ମଞ୍ଚରୁ ପାକିସ୍ତାନକୁ କଟାକ୍ଷ କରିଛନ୍ତି। ଏହି ସମୟରେ ସେ ଅପରେଶନ ସିନ୍ଦୂର, ଜମ୍ମୁ କଶ୍ମୀର,…

ଘରେ ଶୋଇଥିବା ବେଳେ ଦୁର୍ବୃତ୍ତଙ୍କ ବୋମାମାଡ଼, ଘର କାନ୍ଥ ଭୁଶୁଡ଼ି…

ଛତ୍ରପୁର,୨୭।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ଅଭାବନୀୟ ଘଟଣା । ସୋମବାର ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଘର…

T20 World Cup 2026 ପାଇଁ ଟିମ ଘୋଷଣା କଲା ସ୍କଟଲାଣ୍ଡ, ଅଧିନାୟକ ହେବେ ଏହି ଖେଳାଳି

ନୂଆଦିଲ୍ଲୀ,୨୭।୧: ସୋମବାର ସ୍କଟଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ୧୫ ଜଣିଆ ଦଳ ଘୋଷଣା କରିଛି। ବାଂଲାଦେଶ ବଦଳରେ ୨୦୨୬ ଟି୨୦ ବିଶ୍ୱକପ ପାଇଁ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri