Posted inଖେଳ

୧୬ ଚୌକା, ଗୋଟିଏ ଛକା: ମାତ୍ର ୫୭ ବଲ୍‌ରେ ଇତିହାସ ରଚିଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧: ମହିଳା ପ୍ରିମିୟର ଲିଗ ୨୦୨୬ର ୧୬ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଭଦୋଦରାର କୋଟାମ୍ବି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‌ରେ ଇଂଲଣ୍ଡର ନାଟ ସାଇଭର ବ୍ରଣ୍ଟ ଇତିହାସ ରଚିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ସେ ମହିଳା ପ୍ରିମିୟର ଲିଗ ଇତିହାସରେ ପ୍ରଥମ ଶତକ ହାସଲ କରିଥିଲେ। ନାଟ ସାଇଭର ବ୍ରଣ୍ଟ ୫୭ ବଲରେ ୧୦୦ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ୧୬ ଚୌକା ଏବଂ ଗୋଟିଏ ଛକା ମଧ୍ୟ ମାରିଥିଲେ। WPL ଇତିହାସରେ ନାଟ ସାଇଭର ବ୍ରଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଶତକ ହାସଲ କରିନାହାଁନ୍ତି।

ନାଟ ସାଇଭର-ବ୍ରଣ୍ଟ- ୧୦୦* (ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ୨୦୨୬)
ଜର୍ଜିଆ ଭୋଲ – ୯୯* (ୟୁପି ୱାରିୟର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ , ୨୦୨୫)
ସୋଫି ଡିଭାଇନ – ୯୯ (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଗୁଜରାଟ ଜାଏଣ୍ଟ୍ସ, ୨୦୨୬)
ହରମନପ୍ରୀତ କୌର – ୯୫* (ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜୁରାଟ ଜାଏଣ୍ଟ୍ସ, ୨୦୨୪)

ସ୍ମୃତି ମନ୍ଧାନା – ୯୬ (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ମୁମ୍ବଇ ଇଣ୍ଡିଆନ୍ସ, ୨୦୨୬)

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟିକା ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନାଟ ସାଇଭର ବ୍ରଣ୍ଟଙ୍କ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୯ ରନ କରିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୦୦ ରନର ଟାର୍ଗେଟ ଦେଇଥିଲା। ନାଟ ସାଇଭର ବ୍ରଣ୍ଟଙ୍କ ବ୍ୟତୀତ ଓପନର ହେଲି ମାଥ୍ୟୁସ ମଧ୍ୟ ୩୯ ବଲରେ ୯ ଚୌକା ସହାୟତାରେ ୫୬ ରନ କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ମାତ୍ର ୨୦ ରନ କରି ଆଉଟ ହୋଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଲରେନ ବେଲ ସର୍ବାଧିକ ଦୁଇଟି ଉଇକେଟ ନେଇଥିଲେ। ଶ୍ରେୟଙ୍କା ପାଟିଲ ଏବଂ ନାଦିନ ଡି କ୍ଲାର୍କ ପ୍ରତ୍ୟେକ ଗୋଟିଏ ଉଇକେଟ ନେଇଥିଲେ।

ଇଂଲଣ୍ଡ ମହିଳା ଦଳର ଷ୍ଟାର ଅଲରାଉଣ୍ଡର ନାଟ ସାଇଭର ବ୍ରଣ୍ଟ ତାଙ୍କ କ୍ୟାରିଅରରେ ୧୨ ଟେଷ୍ଟ, ୧୨୯ ଦିନିକିଆ ଏବଂ ୧୩୭ ଅନ୍ତର୍ଜାତୀୟ ଟି-୨୦ ଖେଳିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୮୮୩ ରନ କରିଛନ୍ତି ଏବଂ ୧୨ ଉଇକେଟ ନେଇଛନ୍ତି। ସେ ଦିନିକିଆ କ୍ରିକେଟରେ ୪,୩୫୪ ରନ ଏବଂ ୮୮ ଉଇକେଟ ନେଇଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ସେ ୨,୯୬୦ ରନ ଏବଂ ୯୦ ଉଇକେଟ ନେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ, ୬ହଜାର ଟଙ୍କା ଲାଞ୍ଚ ଦାବି….

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri