୧୫୫ ତମ ଗାନ୍ଧୀ ଜୟନ୍ତୀ ସମାରୋହ: ପ୍ରତିମୂର୍ତ୍ତି ଉନ୍ମୋଚନ

ବାଲେଶ୍ୱର, ୨।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ବୁଧବାର ୧୫୫ତମ ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି l ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ଏଥିସହ ଜାତିରଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଏହି ସଭାରେ ଅତିରିକ୍ତ ଜିଲାପାଳ ସୁଧାକର ନାୟକ ଓ ନିରଞ୍ଜନ ବେହେରା, ଉପ ଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଜିଲାପରିଷଦ ମୂଖ୍ୟ ଉନୟନ ଅଧିକାରୀ ବିଶ୍ୱରଂଜନ ନାୟକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ, ଗାନ୍ଧିବାଦୀ ଉପସ୍ଥିତ ଥିଲେ l ଏହି ଅବସରରେ ଗୀତା, ବାଇବେଲ, କୋରାନ ଆଦି ସର୍ବ ଧର୍ମ ସମୂହ ପ୍ରାର୍ଥନା ଗାନ କରାଯାଇଥିଲା l ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ ମଞ୍ଚ ସଂଯୋଜନା କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛାତ୍ରାବାସରୁ ଛାତ୍ର ନିଖୋଜ

ଦାରିଙ୍ଗବାଡି, ୮।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଆଉ ଏକ ଅଘଟଣ ଘଟିଛି । ଜଣେ ନବମ ଶ୍ରେଣୀ…

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri