ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ: ଜନଜାତିଙ୍କ ବିକାଶ ଉପରେ ମତ ରଖିଲେ ଅତିଥି

ଦାରିଙ୍ଗବାଡ଼ି,୨୫।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଶିବମନ୍ଦିର ପ୍ରାଙ୍ଗଣରେ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାରତ ମାତାଙ୍କ ପୂଜନ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ଏକ ଶୋଭାଯାତ୍ରାରେ ବାହାରି କଳସରେ ପାଣି ଉଠାଇ ସହର ପରିକ୍ରମା କରି ମଞ୍ଚରେ ପହଞ୍ଚି ଥିଲେ। ପରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ କଳସ ସ୍ଥାପନ କରାଯାଇଥିଲା।

ସନ୍ଧ୍ୟାରେ କୃଷି ଓ କୃଷକର ବିକାଶ ସହ ଅନୁସୂଚିତ ଜନଜାତି ଓ ଜାତିଙ୍କ ଜୀବନ ଜୀବିକା କିଭଳି ସ୍ବାବଲମ୍ବୀ ହୋଇପାରିବେ ସେନେଇ ଆଲୋଚନା କରାଯାଇଥିଲା। ସେହିପରି ଜଳବାୟୁ ପରିବର୍ତ୍ତନ ଓ ପରିବେଶର ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନାଚକ୍ରରେ ଅତିଥିଭାବେ ଅବସରପ୍ରାପ୍ତ ପ୍ରଫେସର ପ୍ରଭୁ ଚରଣ ଲେଙ୍କା, ଅମରେଶ ମିଶ୍ର, ବାଲିଗୁଡା ଏସ୍‌ସିଏଫ ମନୋରଞ୍ଜନ ବାଗ, ଆନନ୍ୟା ଅନୁଷ୍ଠାନର ସଂଯୋଜକ ଅବିନାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଦେବାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାଚକ୍ର ଜନଜାତି ଲୋକ ନୃତ୍ୟ, ସଂସ୍କୃତି, କୁଇ ଭାଷା ଓ ଜନଜାତିଙ୍କ ଦକ୍ଷତା ସମ୍ପର୍କରେ ଆଲୋଚନା କରାଯାଇଥିଲା ଏହି ଅବସରରେ କୃଷି ସମ୍ପର୍କରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନନ୍ୟାର ଅଧ୍ୟକ୍ଷ ଦୁର୍ଗାମାଧବ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆଲୋଚକ ତଥା ଅତିଥି ଫିରିଙ୍ଗିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଅଧ୍ୟାପକ ଡମ୍ବୁରୁଧର ସାହୁ, ଅଧ୍ୟାପକ ବିଭୁତିଭୂଷଣ ସତପଥୀ, ବରିଷ୍ଠ ନାଗରିକ ସୁଦର୍ଶନ ପ୍ରଧାନ ଏବଂ ଶୁନାଫୁଲ ମା ଯୋଗଦେଇ ଆଲୋଚନା କରିଥିଲେ। ଏହି ଅବସରେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସଂସ୍କାର ଭାରତୀର ଭୋପାଳ ମୁଖ୍ୟ କାର୍ଯ୍ୟାଳୟର ଜାତୀୟ ଜନଜାତି ଲୋକକଳା ସଂଯୋଜକ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ସେହିପରି ଅତିଥି ଭାବେ ତହସିଲଦାର ଶରତ ଶବର, ବାଲିଗଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଅନନ୍ୟାର ମୁଖ୍ୟ ନିର୍ଦ୍ଦେଶକ ଅମରେଶ ମିଶ୍ର, ସଂସ୍କାର ଭାରତୀର ମୁଖ୍ୟ ଶାନ୍ତନୁ ରଥ ପ୍ରମୁଖ ଯୋଗଦେଇ ଭଗବାନ ବିର୍ସାମୁଣ୍ଡାଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ବିଭିନ୍ନ କଳା, ସଂସ୍କୃତିରେ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ଓଡ଼ିଶୀ, ସଙ୍ଗୀତ, ଦଳଗତ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ଫୁଲବାଣୀର ସଙ୍ଗୀତ ସାଧନା କେନ୍ଦ୍ରର କଣ୍ଠଶିଳ୍ପୀ ସନ୍ତୋଷ ଦାସ ଏବଂ କାଁହୁଚରଣ ଦିଗାଲଙ୍କ ଦେଶାତ୍ମକ ସଙ୍ଗୀତ ଓ ଭଜନ ଦର୍ଶକଙ୍କୁ ବାନ୍ଧି ରଖିଥିଲ


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri