Posted inଜାତୀୟ

ମନରେଗାରେ ୧୫୦ ଦିନର ନିଶ୍ଚିତ କର୍ମନିଯୁକ୍ତି-ସବୁ ରାଜ୍ୟରେ ସମାନ ମଜୁରୀ,ପାର୍ଲାମେଣ୍ଟାରୀ କମିଟିର ସୁପାରିଶ…

ନୂଆଦିଲ୍ଲୀ, ୯।୨ : ପାର୍ଲାମେଣ୍ଟର ସ୍ଥାୟୀ କମିଟି ମନରେଗାର କାର୍ଯ୍ୟକାରିତାକୁ ସମୀକ୍ଷା କରିବାକୁ ସୁପାରିଶ କରିଛି। ପରିବର୍ତ୍ତିତ ପରିବେଶରେ ଏହି ଯୋଜନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କମିଟି ସୁପାରିସ କରିଛି। ଏହା ସହିତ ଏହାର ସାମ୍ପ୍ରତିକ କାର୍ଯ୍ୟକାରିତାର କିଛି ତ୍ରୁଟି ଉପରେ ମଧ୍ୟ କମିଟି ଚିନ୍ତା ପ୍ରକାଶ କରିଛି।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଛି। ରିପୋର୍ଟରେ ସରକାରଙ୍କୁ ସୁପାରିଶ କରାଯାଇଛି ଯେ ମନରେଗା ଅନ୍ତର୍ଗତ ଉପଲବ୍ଧ କାର୍ଯ୍ୟର ମୋଟ ଦିନ ବୃଦ୍ଧି କରାଯାଉ। କାର୍ଯ୍ୟଦିବସକୁ ବର୍ତ୍ତମାନର ୧୦୦ ଦିନରୁ ୧୫୦ ଦିନକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। କମିଟି କହିଛି ଯେ, ଗ୍ରାମାଞ୍ଚଳରେ ରହୁଥିବା ଅଭାବୀ ଲୋକମାନଙ୍କ ପାଇଁ ମନରେଗା ହେଉଛି ଶେଷ ଆଶା ଓ ଭରସା।

ସମସ୍ତ ରାଜ୍ୟରେ ସମାନ ମଜୁରୀ ଲାଗୁ କରିବାକୁ କମିଟି କହିଛି। ବିଭିନ୍ନ ରାଜ୍ୟରେ ମନରେଗା ମଜୁରୀରେ ପାର୍ଥକ୍ୟ ରହିଛି।

ରିପୋର୍ଟ ଅନୁଯାୟୀ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଦିନକୁ ମଜୁରୀ ୧୯୩ ଟଙ୍କା ରହିଛି। ବିହାର ଏବଂ ଝାଡଖଣ୍ଡରେ ୧୯୮ ଟଙ୍କା, ଉତ୍ତରପ୍ରଦେଶରେ ୨୦୪ ଟଙ୍କା ରହିଛି। ସେହିପରି ପଶ୍ଚିମବଙ୍ଗରେ ୨୧୩ ଟଙ୍କା ଥିବାବେଳେ ହରିୟାଣାରେ ସର୍ବାଧିକ ୩୧୫ ଟଙ୍କା ରହିଛି। ଏହି ଅସମାନତାକୁ ଦୂର କରିବା ଏବଂ ସମଗ୍ର ଦେଶରେ ସମାନ ମଜୁରୀ ଲାଗୁ କରିବା ପାଇଁ କମିଟି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ ସୁପାରିଶ କରିଛି। ମୁଦ୍ରାସ୍ଫୀତି ଅନୁଯାୟୀ ମଜୁରୀରେ ବୃଦ୍ଧି ପାଇଁ ମଧ୍ୟ କୁହାଯାଇଛି।

ସମଗ୍ର ଦେଶରେ ସମାନ ମଜୁରୀ ସହିତ ମୁଦ୍ରାସ୍ଫୀତି ସୂଚକାଙ୍କ ସହିତ ଏହାକୁ ଯୋଡିବାକୁ କମିଟି ସୁପାରିଶ କରିଛି। କମିଟି କହିଛି ଯେ ଲୋକଙ୍କ ଦୈନନ୍ଦିନ ଜୀବନର ଖର୍ଚ୍ଚ କ୍ରମାଗତ ଭାବେ ବଢୁଛି। ତେଣୁ ମନରେଗା ଅଧୀନରେ କାମ କରୁଥିବା ଲୋକଙ୍କ ପାଇଁ ପୁରୁଣା ମଜୁରୀରେ ବଞ୍ଚିବା କଷ୍ଟକର ହୋଇ ପଡୁଛି। ରିପୋର୍ଟରେ କୁହାଯାଇଛି ଯେ ମୁଦ୍ରାସ୍ଫୀତି ସୂଚକାଙ୍କ ସହିତ ଯୋଡିବା ଦ୍ୱାରା ମଜୁରୀ ହାର ସ୍ଥିର କରିବାରେ ସହଜ ହୋଇପାରିବ।

 

କମିଟି ଚିନ୍ତା ପ୍ରକଟ କରିଛି ଯେ ମନରେଗା ପାଇଁ ବଜେଟରେ ଆବଣ୍ଟିତ ଅର୍ଥ ବହୁତ କମ ହୋଇଯାଉଛି। ରିପୋର୍ଟ ଅନୁଯାୟୀ, ଗତ ଚାରି-ପାଞ୍ଚଟି ଆର୍ଥିକ ବର୍ଷରେ ଏହା ଦେଖାଯାଇଛି ଯେ ପ୍ରାରମ୍ଭରେ ଅର୍ଥ ଆବଣ୍ଟନ କମ ଏବଂ ପରେ ଆବଶ୍ୟକ ସମୟରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଥାଏ।

କମିଟି କହିଛି ଯେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ପାଇଁ ବଜେଟ ଆବଣ୍ଟନ ଏପରି ବ୍ୟବହାରିକ ହେବା ଉଚିତ, ଯାହାଦ୍ୱାରା ବର୍ଷର ମଧ୍ୟଭାଗରେ ରାଜ୍ୟଗୁଡ଼ିକ ପାଇଁ ଅର୍ଥର ଅଭାବ ଆଉ ଯେପରି ରହିବ ନାହିଁ। ଏହା ବ୍ୟତୀତ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ବୟ, ମନରେଗାର ସାମାଜିକ ଅଡିଟ ଏବଂ ମଜୁରୀର ଠିକ ସମୟରେ ପ୍ରଦାନ ଦିଗରେ ସରକାର ପଦକ୍ଷେପ ନେବାକୁ କମିଟି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri