ଜଳିଗଲା ୧୫୦ ବିଲିୟନ୍‌ ଡଲାର ସମ୍ପତ୍ତି

ଲସ୍‌ଏଞ୍ଜେଲ୍ସ,୧୩ା୧: ଲସ୍‌ଏଞ୍ଜେଲ୍ସ ନିଅଁା ବ୍ୟାପିବାରେ ଲାଗିଥିବାବେଳେ ଶକ୍ତ ସାଣ୍ଟା ଆନା ପବନ ସାଙ୍ଗକୁ ପାଗରେ ଶୁଷ୍କତା ଏହାକୁ ସୁହାଉଛି। ନିଅଁାରେ ବହୁ ଲୋକଙ୍କ ଘରଦ୍ୱାର ଜଳିଯାଇଛି। ୧,୫୦,୦୦୦ ବାସହରାଙ୍କୁ ଇଭାକ୍ୱେଶନ୍‌ ସେଣ୍ଟରରେ ରଖାଯାଇଥିବାବେଳେ ଅତିରିକ୍ତ ୨ ଲକ୍ଷ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଜଙ୍ଗଲରେ ନିଅଁା ଲାଗିବାର ବହୁ ପୂର୍ବରୁ କୋଠାବାଡ଼ିର ବୀମାକରଣ କରିବାକୁ ବହୁ ଇନ୍‌ସ୍ୟୁରାନ୍ସ କମ୍ପାନୀ ମନାକରି ଦେଇଥିଲେ। ଏହାସତ୍ତ୍ୱେ ଯେଉଁ କମ୍ପାନୀଗୁଡ଼ିକ କଭର୍‌ କରିବାକୁ ପ୍ରସ୍ତୁତ ଥିଲେ, ସେମାନଙ୍କର କ୍ଷତି ୨୦ ବିଲିୟନ୍‌ ଡଲାରରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ତେବେ ଜଙ୍ଗଲ ନିଅଁା ଯୋଗୁ ପ୍ରକୃତରେ କେତେ କ୍ଷତି ହୋଇଛି, ତା’ର ସମ୍ପୂର୍ଣ୍ଣ ଆକଳନ ପାଇଁ ବିଭିନ୍ନ ଏଜେନ୍ସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୂର୍ବରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ଏଟନ୍‌ ଫାୟାର ଆଉ ୫ ଜଣଙ୍କ ଜୀବନ ନେଇଛି। ଜେ ପେଲ୍‌ ଗେଟ୍ଟି ମ୍ୟୁଜିୟମ୍‌ ଏବଂ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆ ଆଡ଼କୁ ପବନ ବହିବାରେ ଲାଗିଥିବାରୁ ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଲୁଟ୍‌ପାଟ୍‌ ଆରମ୍ଭ ହୋଇଯାଇଥିବାରୁ କର୍ଫ୍ୟୁ ଜାରି କରାଯାଇଛି। ଅନୂ୍ୟନ ୨ ଡଜନ ଲୁଟେରାଙ୍କୁ ଗିରଫ କରାଗଲାଣି। ବିଷାକ୍ତ ଧୂଅଁାର ବହଳ ଆସ୍ତରଣ ଆକାଶକୁ ଆଚ୍ଛାଦିତ କରିଥିବାବେଳେ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ କାମରେ ଘରୁ ବାହାରୁଥିବା ଲୋକେ ଫିଲ୍ଟରଯୁକ୍ତ ଏନ୍‌୯୫ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।
ପାଣିପାଗ ବିଜ୍ଞାନୀ ଲସ୍‌ଏଞ୍ଜେଲ୍ସ ଟାଇମ୍ସକୁ କହିଛନ୍ତି, ଆଗାମୀ ଦିନରେ ଘଣ୍ଟା ପ୍ରତି ୧୨୦ କି.ମି. ବେଗରେ ପବନ ବହିବା ଅନୁମାନ କରାଯାଉଛି। ବନାଗ୍ନିକୁ ଦେଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଏହା ଏକ ଯୁଦ୍ଧର ଦୃଶ୍ୟ ସଦୃଶ ମନେହେଉଛି। କାଲିଫର୍ନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ଜନାକ୍ରୋଶକୁ ସାମ୍ନା କରି ନ ପାରି ପ୍ରସ୍ତୁତି ଓ ପ୍ରଶମନର ନିରପେକ୍ଷ ସମୀକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁସୋମ୍‌ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ମାଛକୁ ବଞ୍ଚାଇବାକୁ ଯାଇ ଏହି ଅଞ୍ଚଳରେ ଜଳାଶୟ ନିର୍ମାଣକୁ ବିରୋଧ କରିଥିଲେ। ଏପରି କି ବନ ବିଭାଗର ବଜେଟରୁ ଖର୍ଚ୍ଚକାଟ୍‌ କରି ଶରଣାର୍ଥୀ ଓ ବାସହୀନଙ୍କୁ ସହାୟତା ପାଇଁ ସେହି ପାଣ୍ଠିକୁ ଖର୍ଚ୍ଚ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଗଭର୍ନରଙ୍କ ଇସ୍ତଫା ଦାବି ଜୋର୍‌ ଧରିବାରେ ଲାଗିଛି। ବିଶେଷଜ୍ଞମାନେ ବନାଗ୍ନି ପାଇଁ ଜଳବାୟୁ ପରିବର୍ତ୍ତନକୁ ଏକ ବଡ଼ କାରଣ ଭାବେ ଦେଖୁଥିବାବେଳେ ଏହା ପ୍ରତ୍ୟକ୍ଷ ଭାବେ ମାନବୀୟ ବିପତ୍ତି କି ନୁହେଁ, ତାହା ସ୍ପଷ୍ଟ କରିବା ଲାଗି ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏକ ବେସାମରିକ ଡ୍ରୋନ୍‌ କାନାଡୀୟ ‘ସୁପର ସ୍କୁପର’ ଏୟାରକ୍ରାଫ୍ଟ ସହ ଧକ୍କା ହେବାରୁ ପାଲିସାଡେସ୍‌ ଜଙ୍ଗଲରେ ନିଅଁା ଲାଗିଥିଲା। ଫଳରେ ଏୟାରକ୍ରାଫ୍ଟକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। କାନାଡା ଓ ମେକ୍ସିକୋ ସରକାର ମଧ୍ୟ ଆମେରିକାକୁ ଅଗ୍ନି ନିର୍ବାପନରେ ସହଯୋଗର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri