୧୫ କି.ମି. ପାହାଡ଼ ଚଢ଼ି ଗଲେ ପଡ଼େ ପଞ୍ଚାୟତ କାର୍ଯ୍ୟାଳୟ

ଭବାନୀପାଟଣା,୩।୩(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳର ଆଦିବାସୀମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହେବେ ଓ ସରକାରୀ ଯୋଜନାର କିଭଳି ସେମାନେ ଲାଭ ପାଇବେ ସେ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ସେମାନେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ତଥା ମୋବାଇଲ ନେଟୱାର୍କରୁ ବର୍ଷ ବର୍ଷ ଧରି ବଞ୍ଚିତ ହେଉଛନ୍ତି। ବଣ ପାହାଡ଼ ଘେରରେ ରହି ଆଦିବାସୀଙ୍କ ଜୀବନ ଅଭିଶପ୍ତ ପଲଟି ଯାଇଛି । ନିର୍ବାଚନ ସମୟରେ ଭୋଟ ଦିଅନ୍ତି। କିନ୍ତୁ ସେ ପ୍ରାର୍ଥୀ କିଏ ଜାଣନ୍ତି ନାହିଁ। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେବି ପରାଧୀନ ଜୀବନ ଯାପନ କରୁଛନ୍ତି ଏହି ଆଦିବାସୀମାନେ। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ବୁଢ଼ୀଦର ପଞ୍ଚାୟତର ଦୁର୍ଗମ ତଥା ବଣ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ ବିଜ୍ରାଦର ଗାଁରେ। ଏହି ଗାଁ ସରକାରଙ୍କ ରାଜସ୍ବ ଗ୍ରାମ ହୋଇଥିବା ବେଳେ ଗାଁରେ ୧୮ଟି ଆଦୀବାସୀ ପରିବାର ଓ ୩ଟି ଦଳିତ ପରିବାରର ୧୦୦ରୁ ଊଦ୍ଧର୍‌ବ ଲୋକ ବସବାସ କରନ୍ତି। ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଛି । ମୁଖ୍ୟତ ରାସ୍ତା ନ ଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ବୁଢୀଦରକୁ ଯିବାକୁ ହେଲେ ୧୫ କିଲୋମିଟର ପାହାଡ଼କୁ ଚଢି ଯିବାକୁ ପଡିଥାଏ। କୌଣସି ଗର୍ଭବତୀ,ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି। ମୋବାଇଲ ନେଟୱାର୍କ ନ ଥିବା ଯୋଗୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ । ସମସ୍ତଙ୍କ ଘରେ ସୋଲାର ଲାଇଟ ଲାଗିଛି । କିନ୍ତୁ କୌଣସି ଗୋଟିଏ ମଧ୍ୟ ସୋଲାର ଲାଇଟ ଜଳୁନାହିଁ।
ଜଙ୍ଗଲୀ ମୁଲକରେ ରହି ପୋଡ଼ୁ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡା ଆଉ କୌଣସି ସୁବିଧା ନାହିଁ। ସରକାରୀ ଯୋଜନାରେ ଏହି ଗାଁ କେବେ ସାମିଲ ହେବେ ସେନେଇ ଗ୍ରାମର ଘାସିରାମ ମାଝୀ,ଅଙ୍ଗଦ କୁମାର ପ୍ରକାଶ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri