୧୫ କି.ମି. ରାସ୍ତା ପାଇଁ ପୁଣି ୧୮ କୋଟି ଖର୍ଚ୍ଚ ହେବ

ପଟ୍ଟାମୁଣ୍ଡାଇ,୨୮।୮(ସ୍ବ.ପ୍ର.):  ପଟ୍ଟାମୁଣ୍ଡାଇ ବାଇପାସ୍‌ ପାଖରୁ ବାହାରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରି ବନ୍ଧ ପୁରୁଣା ରାସ୍ତା ଗୁରୁତ୍ୱ ବହନ କରେ। ଏହି ରାସ୍ତାର ମରାମତି ନାମରେ ବାରମ୍ବାର ବିପୁଳ ଅର୍ଥ ଖର୍ଚ୍ଚ ହୋଇସାରିଲାଣି। ପୁଣି ୧୫ କିମି ରାସ୍ତା ପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ ଲାଗି ବାରମ୍ବାର ଅର୍ଥବ୍ୟୟ ସତ୍ତ୍ୱେ ସ୍ଥିତିରେ ସୁଧାର ଆସୁନି। ଫଳରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୫୦ ହଜାର ଲୋକ ହଇରାଣ ହେଉଛନ୍ତି।
ଆଇନଜୀବୀ ବିଜ୍ଞାନ ଜେନା କୁହନ୍ତି, ପଟ୍ଟାମୁଣ୍ଡାଇଠାରୁ ଅଳଭା ଭାୟା ମଦନପୁର ଦେଇ ଭିତରକନିକା, ରାଜନଗର, ଡାଙ୍ଗମାଳ, ଗୁପ୍ତି, ବାବର, ଜମ୍ବୁ ଆଦି ବଜାରକୁ ସ୍ପର୍ଶ କରିଛି ଏହି ଦଶହଜାରି ଉତିକଣ ଘେରିବନ୍ଧ ରାସ୍ତା। ଏହି ୧୫ କିମି ଦୂରତାବିଶିଷ୍ଟ ରାସ୍ତା ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ରାସ୍ତାର ମରାମତି ନାମରେ ୯୯ ଲକ୍ଷ ଟଙ୍କା ବ୍ୟୟ ହେଉଛି। ଠିକାଦାରମାନଙ୍କ ନିମ୍ନମାନର ମରାମତି କାମ ଯୋଗୁ ରାସ୍ତା ମରଣଯନ୍ତା ପାଲଟୁଛି। ଏଥିପାଇଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟିଥିବା ନଜିର ରହିଛି। ନିମ୍ନମାନର କାମ ଯୋଗୁ ବିଭିନ୍ନ ସ୍ଥାନରେ ପିଚୁ ଉଠିଯିବା, କେଉଁଠି ଗୋଟିଏ ପାର୍ଶ୍ୱ ତ ଅନ୍ୟକେଉଁଠି ୨ ପାର୍ଶ୍ୱରୁ ପିଚୁ ଉଠିଯାଇ ଖାଲ ସୃଷ୍ଟି ହେବା, ଫାଟ ଦେଖାଯିବା, ରାସ୍ତା ଦବିଯିବା ଏହି ରାସ୍ତାର ସବୁଦିନିଆ ଅବସ୍ଥା। ସମ୍ପୂର୍ଣ୍ଣ ରାସ୍ତାଟି କୌଣସି ସମୟରେ ପୂର୍ଣ୍ଣ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ କୁହନ୍ତି, କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ଅଧୀନରେ ଥିବା ବ୍ରାହ୍ମଣୀ ନଦୀ ବନ୍ୟା ନିରୋଧକ ବନ୍ଧ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାକୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ନିର୍ମାଣ ଓ ମରାମତି ପାଇଁ ୬୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା। ପୁଣି ସେହି ରାସ୍ତାରେ ୨୦୨୧-୨୨ ମାର୍ଚ୍ଚରେ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ପାଖରୁ ଅଳଭା ପର୍ଯ୍ୟନ୍ତ ୩୬ ଲକ୍ଷ ଟଙ୍କା ଅଟକଳ କରାଯାଇ ରାସ୍ତା ମରାମତି କରାଯାଇଥିଲା। ଏବେ ପୁଣି ସେହିସବୁ ସ୍ଥାନରେ ପିଚୁରୁ ଗୋଡ଼ି ଉଠିଯାଇ ଚଳପ୍ରଚଳରେ ବାଧା ସୃଷ୍ଟି ହୋଉଛିି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ସମସ୍ୟା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସେହି ୧୫ କିମି ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ପୁଣି ଏବେ ୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ନିମନ୍ତେ ଠିକାଦାରଙ୍କୁ କାର୍ଯ୍ୟାଦେଶ ମିଳିଛି। ହେଲେ ଅଟକଳ ଅନୁଯାୟୀ କାମ ଠିକ୍‌ ଭାବେ ହେଉ ନ ଥିବା ଅଭିଯୋଗ ହେଉଛି। ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ସଂସାରଫଳ, ଖଣତା, ଚନ୍ଦନନଗର ପ୍ରଭୃତି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡର ଲୋକ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଥିବା ଖାଲଖମା ମରାମତି କରି ବସ୍‌ ଚଳାଚଳ ଉପଯୋଗୀ କରିବା ଜରୁରୀ ହୋଇପଡ଼ିଛି। ଏ ଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାମଲ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ ନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତା ନାହିଁ। ତେବେ ଗାଡ଼ିମୋଟରର ଅତ୍ୟଧିକ ଭାଇବ୍ରେଶନ ହେବାରୁ ଏଠାରେ ଥିବା ମାଟି ସହ୍ୟ କରିପାରୁନାହିଁ। ସେଥିପାଇଁ ରାସ୍ତା ବାରମ୍ବାର ଖରାପ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri