ଖାଇକୁ ଖସିଲା ବରଯାତ୍ରୀ ବସ, ୧୫ ମୃତ-୬୦ ଆହତ…

ଇସଲାମାବାଦ,୨୦।୨ : ପାକିସ୍ତାନର ପଞ୍ଜାବ ପ୍ରଦେଶର ବରଯାତ୍ରୀମାନଙ୍କୁ ନେଇ ଯାଉଥିବା ଖାଇକୁ ଖସି ପଡ଼ିଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬୦ ଜଣ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି। ବସଟି ଇସଲାମାବାଦରୁ ଲାହୋର ଯାଉଥିଲା। ରବିବାର ବିଳମ୍ବିତ ରାତିରେ ଲାହୋରଠାରୁ ପ୍ରାୟ ୨୪୦ କିଲୋମିଟର ଦୂରରେ ଥିବା କାଲାର କହାର ସଲ୍ଟ ରେଞ୍ଜ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ଉଦ୍ଧାର ଅଧିକାରୀ ମହମ୍ମଦ ଫାରୁକ କହିଛନ୍ତି, ବସ ଓଲଟି ଖାଇକୁ ଖସିବା ପୂର୍ବରୁ ବିପରୀତ ଦିଗରୁ ଆସୁଥିବା ତିନିଟି ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଜରୁରୀକାଳୀନ ଉଦ୍ଧାର ସେବା ’ରେସକ୍ୟୁ ୧୧୨୨’ କହିଛି ଯେ ବ୍ରେକ ବିଫଳତା ହେତୁ ଏହି ଦୁର୍ଘଟଣା ଘଟିଛି। ଫାରୁକ କହିଛନ୍ତି ଯେ ବସକୁ କାଟି ମୃତ ଓ ବହୁ ଆହତଙ୍କୁ ବାହାରକୁ ଅଣାଯାଇଥିଲା।

ସେ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା ଲାଗି ରାୱଲପିଣ୍ଡି ଏବଂ ଇସଲାମାବାଦ ଡାକ୍ତରଖାନାକୁ ନିଆଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣା ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri