୧୪୭ତମ ଗୋପବନ୍ଧୁ ଜୟନ୍ତୀ ପାଳିତ: ସତ୍ୟବାଦୀରୁ ସୁଆଣ୍ଡୋ ଚଳଚଞ୍ଚଳ

ସାକ୍ଷୀଗୋପାଳ,୯।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ଜାତିର ମଉଡମଣି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଗୋପନ୍ଧୁ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଜନସାଧାରଣଙ୍କ ସମାବେଶ ହୋଇଥିଲା।

ଏହି ଅବସରରେ ପୃଥକ ପୃଥକ ଶୋଭାଯାତ୍ରା କର୍ମପୀଠ ସତ୍ୟବାଦୀରୁ ବାହାରି ଜନ୍ମପୀଠ ସୁଆଣ୍ଡୋରେ ପହଞ୍ଚିଥିଲା। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିଲା। ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠିଘରେ, ସ୍ମୃତି ମଣ୍ଡପ, ଐତିହ୍ୟ ବିକାଶ ପ୍ରକଳ୍ପର ସଂଗ୍ରହାଳୟ ଓ ସଂକଳ୍ପ ପୀଠ, କାଦୁଆ ଆଶ୍ରମ, ବସ୍‌ଷ୍ଟାଣ୍ଡ ପଞ୍ଚସଖା, ସାକ୍ଷୀଗୋପାଳ ମନ୍ଦିର, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ କଲେଜ, ବିଭିନ୍ନ ବିଦ୍ୟାଳୟ, ଓଡ଼ିଆ ବିଶ୍ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ସାରଙ୍ଗଯୋଡି ଓ ଗକୁଣ୍ଡ ମଣ୍ଡପରେ ପୂଣ୍ୟାତ୍ମଙ୍କ ପ୍ରତିମୂର୍ତ୍ତି, ସମାଧିପୀଠ ଓ ଶେଷନିଶ୍ବାସ ତ୍ୟାଗ ପୀଠରେ ମାଲ୍ୟାର୍ପଣ କରି ବିଭିନ୍ନ ବର୍ଗର ଲୋକେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର େହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ଆଲୋକ ଦେହୁରୀ, ବିଡିଓ ଲିପ୍ସା ରାୟ ପ୍ରମୁଖ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ। ମା’ କ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ପରିଷଦ ଓ କୈଳାସ ଗୋଟିପୁଅ ନୃତ୍ୟ ପରିଷଦ ଆନୁକୁଲ୍ୟରେ ସାରଙ୍ଗଯୋଡ଼ି ହାଟରୁ ସୁଆଣ୍ଡୋ ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ କଳାକାରମାନେ ସାମିଲ ହୋଇଥିଲେ।

ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ସୁଆଣ୍ଡୋଠାରେ ସ୍ମୃତି ସଭାରେ ଲୋକସେବକ ମଣ୍ଡଳ ସମ୍ପାଦକ ଆଜିବନ ସଭ୍ୟ ପ୍ରଭାସ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଭାଜପା ପକ୍ଷରୁ ବିଧାୟକ ଓମ ପ୍ରକାଶ ମିଶ୍ର, ସତ୍ୟବାଦୀ କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମନୋଜ ରଥ, ବିଜେଡି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା, ଏଆଇଡିଏସଓ, ସୁଆଣ୍ଡୋ ସେତୁ ସଂଗଠନର ଗୋବିନ୍ଦ ମହାପାତ୍ର ଦଳମତ ନିର୍ବିଶେଷରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଦାୟଦ ଧିରେନ୍ଦ୍ର ନାଥ ଦାଶ, ରବିନ୍ଦ୍ରନାଥ ଦାଶ ପ୍ରମୁଖ ଅତିଥିମାନଙ୍କୁ ଗୋପବନ୍ଧୁଙ୍କ ଷଠିଘରକୁ ପାଛୋଟି ନେଇଥିଲେ। ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ରେ ବକୁଳ ବନ ସମାଧି ପୀଠରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲ।

ଏପରିକି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ସ୍ଥାନୀୟ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହ ଏକ ଶୋଭାଯାତ୍ରା ବାହାରି ଗୋପବନ୍ଧୁଙ୍କ ଜନ୍ମପୀଠରେ ପହଞ୍ଚିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri