ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ

କେନ୍ଦ୍ରାପଡ଼ା ଅଫିସ, ୨୬।୨: କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଥାନା ଅମରାବତୀ ଗ୍ରାମର ଚିଙ୍ଗୁଡ଼ି ଘେରିରେ ଲାଗିଥିବା ପାଣିଉଠା ମୋଟରରେ ମୟୁରଭଞ୍ଜ ଜିଲାର ଶ୍ରମିକ କଂଗ୍ରେସ ମୁଣ୍ଡାଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି ା କେବଳ କଂଗ୍ରେସ ନୁହନ୍ତି, ଗତ ୩ ବର୍ଷରେ ନିମ୍ନମାନର ପାଣିପମ୍ପ ଓ ଏଭିଏଟର ପାଇଁ ୪ ଜଣଙ୍କ ଜୀବନ ଯାଇଛି ା ଅପରପକ୍ଷେ ୨୦୧୪ ଅକ୍ଟୋବର ୨୧ରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ୧୪୭ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଗ୍ରାମ ଭାବେ ବିଜ୍ଞପ୍ତି (ନଂ.୨୧୮୦ଜେ) ପ୍ରକାଶ କରିଛନ୍ତି ା ଏହି ଚିହ୍ନଟ ଗ୍ରାମ ବର୍ଦ୍ଧିତ ଚିଙ୍ଗୁଡ଼ି ଘେରି ପାଇଁ ବିପଦରେ ପଡିଛି ା ଜିଲାର ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳରେ ବେଆଇନ ଭାବେ ୧୦ ହଜାରରୁ ଅଧିକ ଚିଙ୍ଗୁଡ଼ି ଘେରି ଗଢ଼ିଉଠିଛି ା ଏହି ଘେରିରୁ ନିର୍ଗତ ରାସାୟନିକ ସାମଗ୍ରୀ ପରିବେଶକୁ ନଷ୍ଟ କରୁଛି ା ହାଇକୋର୍ଟରୁ ବାରମ୍ବାର ତାଗିଦା ସତ୍ତ୍ୱେ ପ୍ରଶାସନର ନୀରବତା ପ୍ରଶ୍ନବାଚୀ ସ୍‌ୃଷ୍ଟି କରିଛି ା ପରିବେଶ ସୁରକ୍ଷା ଆଇନ ୧୯୮୬ର ଘୋଲାଖୋଲି ଉଲ୍ଲଂଘନ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ସୂଚନା ଆଇନ ଅଧିକାର ଅଭିଯାନ(ଓସା)ର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୨୦୧୭ରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି ା ଏପରିକି ଏହି କାର୍ଯ୍ୟର ତଦାରଖ ପାଇଁ କୋର୍ଟ ପକ୍ଷରୁ ମୋହିତ ଅଗ୍ରୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତ କରାଯାଇଛି ା କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ କୌଣସି ଚାପର ବଶବର୍ତ୍ତୀ ହୋଇ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ ା ପ୍ରଶାସନର ନୀରବତା ଏହି ବର୍ଗର ଚାଷୀଙ୍କୁ ସୁହାଇଛି। ମହାକାଳପଡ଼ା ବଡଟୁବି ଅଞ୍ଚଳରେ ଏବେ ଶତାଧିକ ଏକର ଜମିରେ ଘେରି ନିର୍ମାଣ ହୋଇଛି ା ତଟାଞ୍ଚଳରେ ଘେରି ନିର୍ମାଣ ଫଳରେ ବଣପଦା, ଭୁଇଁପୁର, ଗୋଗୁଆ, ଇଶାନୀପଲା, ହରିପୁର, କଜଳାବନ୍ଧ କଳତୁଙ୍ଗା, କାକଟପୁର, କୋରିଆପଲା, ନରସିଂହପୁର, ମଲାଡିହ, ପାଉଁଶିଆପାଳ, ରଟପଙ୍ଗ, ଶଙ୍ଖଚିତ, ଶାସନ, ସିଙ୍ଗାରପୁର, ତନ୍ତିଆପାଳ, ବେଣାକନ୍ଦା, ତେଲଙ୍ଗା, ପାଣିଖିଆ ଆଦି ୧୪୭ ଗ୍ରାମର ପରିବେଶ ନଷ୍ଟ ହେବ ା ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ବନବିଭାଗ, ବନ୍ୟପ୍ରାଣୀ ବିଭାଗ, କୋଷ୍ଟାଲ ଆକ୍ୱା କଲଚର ଅଥରିଟି ଓ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରସ୍ତୁତ ସିଇସି (ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟି) ଗାଇଡ୍‌ଲାଇନକୁ ଚିଙ୍ଗୁଡ଼ି ଘେରି ଉଲ୍ଲଂଘନ କରୁଛି ା ଏହି ଘେରିରେ ଖାଦ୍ୟ, ଔଷଧ ଓ ରାସାୟନିକ ସାର ପ୍ରୟୋଗ ହେତୁ ଗ୍ରାମ ପରିବେଶ ବିଷାକ୍ତ ହୋଇଯାଉଛି ା ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି, ନିମ୍ନମାନର ପାଣି ମୋଟର ଓ ଏଭିଏଟର ପାଇଁ ଗତ ତିନି ବର୍ଷ ମଧ୍ୟରେ ଚିଙ୍ଗୁଡ଼ି ଘେରିରେ ୧୧ଟି ଦୁର୍ଘଟଣା ହେଲାଣି। ଏଥିରେ ୪ ଜଣ ମରିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି ା ଏଠାରେ ବ୍ୟବହୃତ ଯନ୍ତ୍ରଗୁଡିକ କେତେକ ବ୍ୟବସାୟୀ ଦିଲ୍ଲୀ, ମୁମ୍ବାଇ, କୋଲକତା ଆଦି ସ୍ଥାନରୁ ବିନା ରସିଦରେ ଆଣିଛନ୍ତି। ଏହି ମୋଟର ଓ ଏଭିଏଟରଗୁଡିକ ନିମ୍ନମାନର ହୋଇଥିବାରୁ ଶ୍ରମିକଙ୍କ ଜୀବନମରଣ ସମସ୍ୟା ଦେଖାଦେଇଛି ା ଏପରି କି ଅଧିକାଂଶ ପାଣି ଉଠା ମୋଟର ଚାଲୁଥିବା ସମୟରେ ବିସ୍ଫୋରଣ ହୋଇଛି ବୋଲି ସେ ମତ ଦେଇଛନ୍ତି ା ଏସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇନାହିଁ ା କୋର୍ଟର ନିର୍ଦ୍ଦେଶ ପରେ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ନିକଟରେ ଏସମ୍ପର୍କରେ ଡ୍ରୋନ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯିବ ବୋଲି ଉପଜିଲାପାଳ ବେହେରା ମତ ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri