ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ

କେନ୍ଦ୍ରାପଡ଼ା ଅଫିସ, ୨୬।୨: କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଥାନା ଅମରାବତୀ ଗ୍ରାମର ଚିଙ୍ଗୁଡ଼ି ଘେରିରେ ଲାଗିଥିବା ପାଣିଉଠା ମୋଟରରେ ମୟୁରଭଞ୍ଜ ଜିଲାର ଶ୍ରମିକ କଂଗ୍ରେସ ମୁଣ୍ଡାଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି ା କେବଳ କଂଗ୍ରେସ ନୁହନ୍ତି, ଗତ ୩ ବର୍ଷରେ ନିମ୍ନମାନର ପାଣିପମ୍ପ ଓ ଏଭିଏଟର ପାଇଁ ୪ ଜଣଙ୍କ ଜୀବନ ଯାଇଛି ା ଅପରପକ୍ଷେ ୨୦୧୪ ଅକ୍ଟୋବର ୨୧ରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ୧୪୭ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଗ୍ରାମ ଭାବେ ବିଜ୍ଞପ୍ତି (ନଂ.୨୧୮୦ଜେ) ପ୍ରକାଶ କରିଛନ୍ତି ା ଏହି ଚିହ୍ନଟ ଗ୍ରାମ ବର୍ଦ୍ଧିତ ଚିଙ୍ଗୁଡ଼ି ଘେରି ପାଇଁ ବିପଦରେ ପଡିଛି ା ଜିଲାର ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳରେ ବେଆଇନ ଭାବେ ୧୦ ହଜାରରୁ ଅଧିକ ଚିଙ୍ଗୁଡ଼ି ଘେରି ଗଢ଼ିଉଠିଛି ା ଏହି ଘେରିରୁ ନିର୍ଗତ ରାସାୟନିକ ସାମଗ୍ରୀ ପରିବେଶକୁ ନଷ୍ଟ କରୁଛି ା ହାଇକୋର୍ଟରୁ ବାରମ୍ବାର ତାଗିଦା ସତ୍ତ୍ୱେ ପ୍ରଶାସନର ନୀରବତା ପ୍ରଶ୍ନବାଚୀ ସ୍‌ୃଷ୍ଟି କରିଛି ା ପରିବେଶ ସୁରକ୍ଷା ଆଇନ ୧୯୮୬ର ଘୋଲାଖୋଲି ଉଲ୍ଲଂଘନ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ସୂଚନା ଆଇନ ଅଧିକାର ଅଭିଯାନ(ଓସା)ର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୨୦୧୭ରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି ା ଏପରିକି ଏହି କାର୍ଯ୍ୟର ତଦାରଖ ପାଇଁ କୋର୍ଟ ପକ୍ଷରୁ ମୋହିତ ଅଗ୍ରୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତ କରାଯାଇଛି ା କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ କୌଣସି ଚାପର ବଶବର୍ତ୍ତୀ ହୋଇ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ ା ପ୍ରଶାସନର ନୀରବତା ଏହି ବର୍ଗର ଚାଷୀଙ୍କୁ ସୁହାଇଛି। ମହାକାଳପଡ଼ା ବଡଟୁବି ଅଞ୍ଚଳରେ ଏବେ ଶତାଧିକ ଏକର ଜମିରେ ଘେରି ନିର୍ମାଣ ହୋଇଛି ା ତଟାଞ୍ଚଳରେ ଘେରି ନିର୍ମାଣ ଫଳରେ ବଣପଦା, ଭୁଇଁପୁର, ଗୋଗୁଆ, ଇଶାନୀପଲା, ହରିପୁର, କଜଳାବନ୍ଧ କଳତୁଙ୍ଗା, କାକଟପୁର, କୋରିଆପଲା, ନରସିଂହପୁର, ମଲାଡିହ, ପାଉଁଶିଆପାଳ, ରଟପଙ୍ଗ, ଶଙ୍ଖଚିତ, ଶାସନ, ସିଙ୍ଗାରପୁର, ତନ୍ତିଆପାଳ, ବେଣାକନ୍ଦା, ତେଲଙ୍ଗା, ପାଣିଖିଆ ଆଦି ୧୪୭ ଗ୍ରାମର ପରିବେଶ ନଷ୍ଟ ହେବ ା ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ବନବିଭାଗ, ବନ୍ୟପ୍ରାଣୀ ବିଭାଗ, କୋଷ୍ଟାଲ ଆକ୍ୱା କଲଚର ଅଥରିଟି ଓ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରସ୍ତୁତ ସିଇସି (ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟି) ଗାଇଡ୍‌ଲାଇନକୁ ଚିଙ୍ଗୁଡ଼ି ଘେରି ଉଲ୍ଲଂଘନ କରୁଛି ା ଏହି ଘେରିରେ ଖାଦ୍ୟ, ଔଷଧ ଓ ରାସାୟନିକ ସାର ପ୍ରୟୋଗ ହେତୁ ଗ୍ରାମ ପରିବେଶ ବିଷାକ୍ତ ହୋଇଯାଉଛି ା ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି, ନିମ୍ନମାନର ପାଣି ମୋଟର ଓ ଏଭିଏଟର ପାଇଁ ଗତ ତିନି ବର୍ଷ ମଧ୍ୟରେ ଚିଙ୍ଗୁଡ଼ି ଘେରିରେ ୧୧ଟି ଦୁର୍ଘଟଣା ହେଲାଣି। ଏଥିରେ ୪ ଜଣ ମରିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି ା ଏଠାରେ ବ୍ୟବହୃତ ଯନ୍ତ୍ରଗୁଡିକ କେତେକ ବ୍ୟବସାୟୀ ଦିଲ୍ଲୀ, ମୁମ୍ବାଇ, କୋଲକତା ଆଦି ସ୍ଥାନରୁ ବିନା ରସିଦରେ ଆଣିଛନ୍ତି। ଏହି ମୋଟର ଓ ଏଭିଏଟରଗୁଡିକ ନିମ୍ନମାନର ହୋଇଥିବାରୁ ଶ୍ରମିକଙ୍କ ଜୀବନମରଣ ସମସ୍ୟା ଦେଖାଦେଇଛି ା ଏପରି କି ଅଧିକାଂଶ ପାଣି ଉଠା ମୋଟର ଚାଲୁଥିବା ସମୟରେ ବିସ୍ଫୋରଣ ହୋଇଛି ବୋଲି ସେ ମତ ଦେଇଛନ୍ତି ା ଏସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇନାହିଁ ା କୋର୍ଟର ନିର୍ଦ୍ଦେଶ ପରେ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ନିକଟରେ ଏସମ୍ପର୍କରେ ଡ୍ରୋନ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯିବ ବୋଲି ଉପଜିଲାପାଳ ବେହେରା ମତ ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri