ବିଡିଏରେ ଯୋଡ଼ିହେବ ୧୪୩ ନୂଆ ଗାଁ 

ଭୁବନେଶ୍ୱର,୪।୪: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୦ତମ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଆକଳନ ତଥା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବଜେଟ ଆକଳନ ଉପସ୍ଥାପିତ ହୋଇଥିଲା।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧,୫୩୬.୦୮ କୋଟିର ବଜେଟ ଅନୁମୋଦନ କରାଯାଇଛି। ବିଡିଏ ପକ୍ଷରୁ ସହରର ସମ୍ପ୍ରସାରଣ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ସମୁଦାୟ ୧୪୩ଟି ନୂତନ ରାଜସ୍ବ ଗ୍ରାମକୁ ବିଡିଏ ସହିତ ସାମିଲ କରାଯିବା ନେଇ ଅନୁମୋଦନ ମିଳିଛି। ବର୍ତ୍ତମାନ ବିଡିଏ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଖୋର୍ଦ୍ଧା ପୌର ପରିଷଦ, ଜଟଣୀ ପୌର ପରିଷଦ ଏବଂ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଆଦି ୪ଟି ସହରାଞ୍ଚଳ ସହ ନିକଟବର୍ତ୍ତୀ ପଞ୍ଚାୟତ ଅଞ୍ଚଳଗୁଡିକ ତଦାରଖ କରୁଛି। ଏହି ସହର ସମ୍ପ୍ରସାରଣ ଯୋଜନାବଦ୍ଧ ବିକାଶକୁ ପ୍ରୋତ୍ସାହନ କରିବା, ଭିତ୍ତିଭୂମିର ଉନ୍ନତି ତଥା ଦ୍ରୁତ ସହରୀକରଣରେ ବାଧକ ସାଜୁଥିବା ସମସ୍ୟାର ସମାଧାନ କରିବ ବୋଲି ସୂଚନା ଦିଆଯାଇଛି।
୧୯୮୩ ମସିହାରେ ୧୧୬ଟି ରାଜସ୍ବ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଚିନ୍ତାଧାରା ଆରମ୍ଭ ହୋଇଥିଲା। ୨୦୦୨, ୨୦୦୩ ଏବଂ ୨୦୧୧ରେ ଏହାର କଳେବରକୁ ସମ୍ପ୍ରସାରଣ କରାଯାଇଛି। ଏହି ନୂତନ ଯୋଜନାବଦ୍ଧ ସହର ସମ୍ପ୍ରସାରଣ ଯୋଜନା ସହର ସହ ଆଞ୍ଚଳିକ ସଂଯୋଗୀକରଣକୁ ଗୁରୁତ୍ୱ ଦେବା ସହ ଭିତ୍ତିଭୂମି ବିକାଶରେ ସହାୟକ ହେବ। ଏହି ନୂତନ ଗ୍ରାମଗୁଡ଼ିକ ମିଶିବା ପରେ ବିଡିଏ ଅଧିକାର କ୍ଷେତ୍ରରେ ଥିବା ମୋଟ୍‌ ଗ୍ରାମ ସଂଖ୍ୟା ୫୬୯ରୁ ବୃଦ୍ଧି ପାଇ ୭୧୨କୁ ପହଞ୍ଚିବ। କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଏହି ପ୍ରସ୍ତାବ ଓ ଉନ୍ନୟନ କର୍ତ୍ତୃପକ୍ଷ, ୧୯୮୨ର ଧାରା-୩ ଅନୁଯାୟୀ ରାଜ୍ୟ ସରକାରଙ୍କ ନିକଟକୁ ବିଚାର ଓ ଅନୁମୋଦନ ପାଇଁ ପଠାଯିବ। ଏଥିସହ ବିଡିଏର ରାଜସ୍ବ ସୃଷ୍ଟି କରିବା ଲାଗି କର୍ତ୍ତୃପକ୍ଷ ଜମି ମୁଦ୍ରୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ଏହି ଉଦ୍ୟମକୁ ସମର୍ଥନ କରିବା ପାଇଁ ଅନେକ ଜମିଖଣ୍ଡକୁ ନିଲାମ ପାଇଁ ଚିହ୍ନଟ କରାଯାଇଛି। ସେହିପରି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଗୃହ ନିର୍ମାଣ ଓ ବାଣିଜି୍ୟକ ବିକାଶ ଯୋଜନାରେ ଚନ୍ଦ୍ରଶେଖରପୁର, ଖୋର୍ଦ୍ଧାର ଜଗସାରା ଓ ସାନପଲ୍ଲାରେ ଗୃହ ନର୍ମାଣ ପ୍ରକଳ୍ପ ଆରମ୍ଭ କରାଯିବ। ସେହିପରି ପଟିଆରେ ବାଣିଜି୍ୟକ ସ୍ଥାନର ବିକାଶ କରାଯିବ। ମାଷ୍ଟରକ୍ୟାଣ୍ଟିନ୍‌ରେ ଭୁବନେଶ୍ୱର ଟାଉନ ସେଣ୍ଟର (ବିଟିସି) ଏବଂ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)ର ବିକାଶକୁ ଅନୁମୋଦନ କରାଯାଇଛି।
ବିଡିଏ ସହର ମଧ୍ୟରେ ୨୪ଟି (ସମନ୍ବିତ ଉନ୍ନୟନ ଯୋଜନା) ସିଡିପି ରାସ୍ତା ବିକାଶ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାର ପ୍ରସ୍ତାବ କର୍ତ୍ତୃପକ୍ଷ ବୈଠକରେ ଉପସ୍ଥାପନ ହୋଇଥିଲା। ଜୟଦେବ ବିହାରରୁ ଭାୟା ରଘୁନାଥପୁର ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା, ନୂଆ ଭୁବନେଶ୍ୱର ରେଳଷ୍ଟେଶନକୁ ଯିବା ଆପ୍ରୋଚ୍‌ ରୋଡ୍‌, ଟିପି ସ୍କିମ-୮ ଦେଇ ଅତିକ୍ରମ କରୁଥିବା ନୂଆଗାଁ-କାଟେଣି ରୋଡ୍‌, ନ୍ୟୁ-ସିଟି ପାଇଁ ଚିହ୍ନଟ ହୋଇଥିବା ରାସ୍ତା ଏବଂ ଚନ୍ଦକା-ଖଣ୍ଡଗିରି ରାସ୍ତାରୁ ପିତାପଲ୍ଲୀ-ବାରଙ୍ଗ ରାସ୍ତା ଟିପି ଯୋଜନା ନଂ. ୮ ଏବଂ ନ୍ୟୁ-ସିଟି ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଦେଇ ମଧ୍ୟ ଗତି କରୁଥିବା ରାସ୍ତାଗୁଡ଼ିକ ରହିଛି।
ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ଗୃହ  ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ, ବିଡିଏ ଉପାଧ୍ୟକ୍ଷ ଡ. ଏନ୍‌. ଥିରୁମାଲା ନାୟକ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri