ସବ୍‌ସ୍କ୍ରିପଶନ ପ୍ୟାକ୍‌ରେ ୧୪୩%ର ଅଭିବୃଦ୍ଧି

ଭୁବନେଶ୍ୱର,୨୧।୭:ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାରୁ ବିଦେଶକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ଏୟାରଟେଲ ସବ୍‌ସ୍କ୍ରିପଶନ ପ୍ୟାକ୍‌ରେ ୧୪୩%ର ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। କନେକ୍ଟେଡ୍‌ ରହିବାକୁ ସହଜ, ଅନ୍ତର୍ନିହିତକାରୀ ଓ ସୁବିଧାଜନକ କରିବା ପାଇଁ ଏୟାରଟେଲ୍‌ ତା’ର ଇଣ୍ଟରନ୍ୟାଶନାଲ ରୋମିଂ ପ୍ଲାନ୍‌କୁ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିଛି। ଏହା ଉଭୟ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ସେଗ୍‌ମେଣ୍ଟରେ ଉପଲବ୍ଧ। ସେହିଭଳି ପ୍ୟାକ୍‌ ସବ୍‌ସ୍କ୍ରିପଶନ କ୍ଷେତ୍ରରେ କମ୍ପାନୀ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଆଣିଛି। ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ ଓଡ଼ିଶା ସିଓଓ ଆଶିଷ ଖୁରାନା କହିଛନ୍ତି, ଆମେ ଆମର ଗ୍ରାହକଙ୍କ ଅନୁଭୂତିକୁ ଉନ୍ନତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛୁ। ଆମର ନୂଆ ଅନ୍ତର୍ଜାତୀୟ ରୋମିଂ ପ୍ଲାନ୍‌ଗୁଡିକ ପୁଣିଥରେ ଗ୍ରାହକଙ୍କୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଉଛି। ବିଦେଶକୁ ଭ୍ରମଣ କରିବା ସମୟରେ ନିର୍ଭରଯୋଗ୍ୟ ସଂଯୋଗ ବର୍ତ୍ତମାନ ସମୟର ଏକ ନିଶ୍ଚିତ ଆବଶ୍ୟକତାରେ ପରିଣତ ହୋଇଛି। ଆମର ଅଗ୍ରଣୀ ରୋମିଂ ପ୍ଲାନ୍‌ଗୁଡିକ ଖୁବ୍‌ ସୁଲଭ ଏବଂ ଆମର ଗ୍ରାହକମାନେ ଯେପରି ନିଜର ସିମ୍‌ କାର୍ଡ କିମ୍ବା ନମ୍ବର ପରିବର୍ତ୍ତନ କରିବାର ସମସ୍ୟା ବିନା ସବୁ ସ୍ଥାନରେ ସବୁ ସମୟରେ କନେକ୍ଟେଡ୍‌ ରହିପାରିବେ ଏହା ତାହା ସୁନିଶ୍ଚିତ କରୁଛି। ଏୟାରଟେଲ୍‌ର ଅନ୍ତର୍ଜାତୀୟ ରୋମିଂ ପ୍ଲାନ୍‌ ବାଧାମୁକ୍ତ ସଂଯୋଗ (ନମ୍ବର ପରିବର୍ତ୍ତନର ଆବଶ୍ୟକତା ନାହିଁ) ସର୍ବୋତ୍ତମ ଉପଲବ୍ଧ ନେଟ୍‌ୱର୍କ, ନମନୀୟ ଅବଧି ବିକଳ୍ପ, ଅସୀମିତ ଜରୁରିକାଳୀନ ସଂଯୋଗ, ଏୟାରଟେଲ୍‌ ଥ୍ୟାଙ୍କସ୍‌ ଆପ୍‌ ମାଧ୍ୟମରେ ନିୟନ୍ତ୍ରଣ ଏବଂ ଅନ୍‌ କଲ୍‌ ଓ ହ୍ବାଟ୍‌ସଆପରେ ଉପଲବ୍ଧ ଏକ ସମର୍ପିତ ଟୋଲ୍‌-ଫ୍ରି ନମ୍ବର ୯୯୧୦୦-୯୯୧୦୦ ସମେତ ସ୍ଥାନୀୟ ସିମ୍‌କାର୍ଡଗୁଡିକ ଉପରେ ଅନେକ ସୁବିଧା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?