ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟମାନେ ପଦୋନ୍ନତି ପାଇଁ ଦୀର୍ଘ ବର୍ଷରୁ ଦାବି କରିଆସୁଥିଲେ। ୨୦୨୩ରେ ରାଜ୍ୟ ସରକାର କ୍ୟାଡର ପୁନଃ ଗଠନ କରିଥିଲେ ମଧ୍ୟ ପଦୋନ୍ନତି ପାଇଁ ବିଜ୍ଞପ୍ତି ପ୍ରକାଶ କରି ନ ଥିଲେ। ଶେଷରେ ଗତ ୧୦ତାରିଖରେ ପଦୋନ୍ନତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ରାଜ୍ୟ ସ୍ତରରେ ୧୦୭୮ ଜଣ ଫାର୍ମାସିଷ୍ଟ ଲେଭଲ-୨ ଅର୍ଥାତ୍ ବରିଷ୍ଠ ଫାର୍ମାସୀ ଅଧିକାରୀ ଭାବରେ ପଦୋନ୍ନତି ପାଇଥିବା ବେଳେ ନୂଆପଡ଼ା ଜିଲାର ୧୪ ଜଣ ରହିଛନ୍ତି। କ୍ୟାଡର ଗଠନର ୨ ବର୍ଷ ପରେ ପ୍ରଥମଥର ପାଇଁ ପଦୋନ୍ନତି ଲାଗୁ ହୋଇଛି।


