ବେଦାନ୍ତ ଲାଞ୍ଜିଗଡ଼ ତୀରନ୍ଦାଜ ଟିମ୍‌କୁ ୧୪ ପଦକ

ଭୁବନେଶ୍ୱର,୨୮।୩: ବେଦାନ୍ତ ଗ୍ରୁପର ଓଡ଼ିଶା ୟୁନିଟ ପକ୍ଷରୁ ଏକ ଅଭିନବ କ୍ରୀଡା ପ୍ରୋଗ୍ରାମ ‘ବେଦାନ୍ତ ତୀରନ୍ଦାଜ ଅଭିଯାନ’ର ଆରମ୍ଭ କରାଯାଇଛି। ବିଶେଷକରି ବେଦାନ୍ତ ଲିମିଟେଡର ଲାଞ୍ଜିଗଡ଼ କ୍ଷେତ୍ରର ସ୍ଥାନୀୟ ଯୁବକ ତଥା ପିଲାମାନଙ୍କର ସାମଗ୍ରିକ ବିକାଶ ଜରିଆରେ ଉକ୍ତ ଟିମ୍‌ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ସୁନ୍ଦରଗଡ଼ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ ତୀରନ୍ଦାଜ ତାଲିମ ଅଭିଯାନର ଶିକ୍ଷାର୍ଥୀମାନେ ୧୪ଟି ପଦକ ହାସଲ କରିଛନ୍ତି। ମୋଟ ଉପରେ ବେଦାନ୍ତ ତୀରନ୍ଦାଜ ଟିମ ଉକ୍ତ ପ୍ରତିଯୋଗିତାରେ ୟୁ-୧୭ ଏବଂ ୟୁ-୧୪ ବର୍ଗରେ ୫ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ପଦକ ଜିତିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ଡେପୁଟି ସିଇଓ (ଆଲୁମିନା ବିଜନେସ୍‌) ଜି.ଜି ପାଲ୍‌ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଅଂଶଗ୍ରହଣ କରିବା ପାଇଁ ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି। ଫଳରେ ଆଗ୍ରହୀ ଯୁବକମାନଙ୍କ ମଧ୍ୟରେ କଠିନ ପରିଶ୍ରମ, ଧ୍ୟାନ, ନିଷ୍ଠା ଏବଂ ଅନୁଶାସନ ସହିତ ଅନେକ ଜୀବନ ମୂଲ୍ୟବୋଧର ଏକ ଉତ୍ତମ ଉପାୟ ପାଲଟିଛି। ଏପରିକି ଆମର ତୃଣମୂଳ କ୍ରୀଡା ତାଲିମ ପଦକ୍ଷେପଗୁଡ଼ିକର ଶିକ୍ଷାର୍ଥୀମାନଙ୍କ ଦ୍ୱାରା ଜାରି କରାଯାଇଥିବା ଉଲ୍ଲେଖନୀୟ ପ୍ରଦର୍ଶନକୁ ଲକ୍ଷ୍ୟ କରିବା ବେଶ ହୃଦୟସ୍ପର୍ଶୀ ଅଟେ। ବିଶେଷ କରି ଏହା ଆମର ଯୁବବର୍ଗର ସର୍ବଦଳୀୟ ବିକାଶକୁ ସୁନିଶ୍ଚିତ କରିବା ସହ ଆମ ପ୍ରୟାସରେ ସମ୍ପ୍ରଦାୟର ଏକ ଅତିରିକ୍ତ ଉନ୍ନତି ସାଧିତ ହୋଇଥାଏ।
ଉଲ୍ଲେଖଯୋଗ୍ୟ ୨୦୨୨-୨୩ ଆର୍ଥତ୍କ ବର୍ଷରେ ବେଦାନ୍ତ ତୀରନ୍ଦାଜ ଟିମର ତାଲିମ ଶିକ୍ଷାର୍ଥୀମାନେ ୩୪ଟି ରାଜ୍ୟସ୍ତରୀୟ ପଦକ ଜିତିଛନ୍ତ, ଯେଉଁଥିରେ ୧୧ଟି ସ୍ବର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୪ଟି ବ୍ରୋଞ୍ଜ ପଦକ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?