Posted inଜାତୀୟ

ଦିନ ମଜୁରିଆଙ୍କୁ ୧୪ କୋଟିର ଆୟକର ନୋଟିସ

ପାଟନା,୨୨।୧୨: ଦିନକୁ ୪୦୦ ଟଙ୍କା ଆୟ କରୁଥିବା ଜଣେ ଶ୍ରମିକଙ୍କୁ କମ୍ପାନୀ ଚଳାଉଥିବା ଦର୍ଶାଇ ୧୪ କୋଟି ଟଙ୍କାର ଆୟକର ନୋଟିସ ଆସିଛି। ବିହାରର ରୋହତସ ଜିଲାର ଏହି ଘଟଣା ତାଙ୍କ ପାଖ ପଡ଼ୋଶୀଙ୍କୁ ଆଚମ୍ବିତ କରିଦେଇଛି। କାରଘର ଥାନା ଅଞ୍ଚଳର ମନୋଜ ଯାଦବଙ୍କ ଘରେ ସୋମବାର ଆୟକର ବିଭାଗର ଏକ ଟିମ୍‌ ପହଞ୍ଚିଥିଲା। ଆଇଟି ଅଧିକାରୀମାନେ ମନୋଜ ଏକ କମ୍ପାନୀ ଚଳାଉଥିବା ଏବଂ ତାଙ୍କ ଉପରେ ୧୪ କୋଟି ଟଙ୍କାର ଆୟକର ରିଟର୍ନ ବକେୟା ଥିବା ଦର୍ଶାଇ ନୋଟିସ ଧରାଇ ଦେଇଥିଲେ। ଅଧିକାରୀମାନଙ୍କ ମତରେ ମନୋଜଙ୍କ ନାମରେ ଥିବା ବ୍ୟାଙ୍କ ଖାତା ଜରିଆରେ ଉକ୍ତ କମ୍ପାନୀର ଅନେକ କୋଟି ଟଙ୍କା କାରବାର ହୋଇଥିଲା। ମନୋଜ କହିଥିଲେ, ସେ ଜଣେ ଶ୍ରମିକ ହୋଇଥିବାରୁ ତାଙ୍କ ସବୁ ସମ୍ପତ୍ତି ବିକିଲେ ବି ୧୪ କୋଟି ଟଙ୍କା ପୈଠ କରିପାରିବେ ନାହିଁ। ଖୋଳତାଡ଼ ପରେ ପ୍ରକୃତ କଥା ସାମ୍ନାକୁ ଆସିଛି।

ମନୋଜ ପୂର୍ବରୁ ଦିଲ୍ଲୀ, ହରିୟାଣା ଓ ପଞ୍ଜାବର କେତୋଟି ଘରୋଇ କମ୍ପାନୀରେ କାମ କରୁଥିଲେ। ୨୦୨୦ରେ କୋଭିଡ୍‌ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଲକ୍‌ଡାଉନ୍‌ ବେଳେ ସେ ନିଜ ଘର ବିହାରକୁ ଫେରିଆସିଥିଲେ। ମନୋଜ କହିଛନ୍ତି, ସେ ପୂର୍ବରୁ ନିଯୁକ୍ତିବେଳେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର, ପ୍ୟାନ୍‌ କାର୍ଡ ଆଦି ଦସ୍ତାବିଜ ଦାଖଲ କରିଥିଲେ। କମ୍ପାନୀଗୁଡ଼ିକ ସେସବୁକୁ ଜାଲିଆତି କରି ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ୍‌ ଖୋଲିବା ସହ ଏଭଳି କାରସାଦି କରିଥିବା ମନୋଜ ଅଧିକାରୀମାନଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri